ମହାଦୀପ ସହ ସେବାୟତ ଖସିପଡ଼ିବା ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି ଓ କଂଗ୍ରେସ…

The Sakala Picture
Published On

ଭୁବନେଶ୍ବର: ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ସେବାୟତ ଖସି ପଡିବା ଘଟଣା। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନୂଆ ସରକାର ଆସିବା ଦିନ ଠାରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି। ମହାପ୍ରଭୁ ବଳଭଦ୍ର ପଡ଼ି ଗଲେ। ସେ ସମୟରେ ବଲଭଦ୍ର ସଜାଗ କରିଥିଲେ। ହେଲେ ସରକାର କି ପ୍ରଶାସନ ସଜାଗ ହେଲେନି। ସରକାର ସବୁ ବିଭାଗ ଓ ନେତାଙ୍କୁ ନେଇ ସମୀକ୍ଷା କରିବା କଥା। ହେଲେ […]

ଭୁବନେଶ୍ବର: ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ସେବାୟତ ଖସି ପଡିବା ଘଟଣା। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନୂଆ ସରକାର ଆସିବା ଦିନ ଠାରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି। ମହାପ୍ରଭୁ ବଳଭଦ୍ର ପଡ଼ି ଗଲେ। ସେ ସମୟରେ ବଲଭଦ୍ର ସଜାଗ କରିଥିଲେ। ହେଲେ ସରକାର କି ପ୍ରଶାସନ ସଜାଗ ହେଲେନି। ସରକାର ସବୁ ବିଭାଗ ଓ ନେତାଙ୍କୁ ନେଇ ସମୀକ୍ଷା କରିବା କଥା। ହେଲେ କରୁ ନାହାନ୍ତି। ଆମେ ବିରୋଧୀରେ ଥିବା ବିଧାୟକମାନଙ୍କୁ କୌଣସି କାର୍ଯ୍ୟକ୍ରମରେ ଡକା ଯାଉନି। ପୂର୍ବ ସରକାର ସମସ୍ତଙ୍କୁ ନେଇ ସମୀକ୍ଷା କରୁଥିଲା। ସମସ୍ତେ ମିଳିମିଶି କାମକୁ ସଫଳ କରିବାକୁ ଶପଥ ନେଉଥିଲେ। ଗତକାଲି ସେବାୟତ ପଡିଲେ ଓ ଭିଡ଼ ବି ନିୟନ୍ତ୍ରଣ ହୋଇ ପାରିଲା ନାହିଁ। ମହାଦୀପ ଉଠିବା ପୂର୍ବରୁ ମନ୍ଦିର ଉପରେ ମାଳମାଳ ସେବାୟତ କଣ କରୁଥିଲେ। VIP ପାସ ଦିଆଗଲା। ହେଲେ ଆମ ପରି ବିଧାୟକ ମାନଙ୍କୁ ନିମନ୍ତ୍ରଣ ନାହିଁ। ଠିକ ସମୟରେ ସରକାର ସଜାଗ ନ ହେଲେ ଆଗକୁ ଆହୁରି ଅଘଟଣ ଘଟି ପାରେ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ଅଘଟଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଲିଙ୍ଗରାଜ ଅଘଟଣରେ ଶ୍ୱତପତ୍ର ସରକାର ଜାରି କରନ୍ତୁ ବୋଲି ସେ କହିଛନ୍ତି। ସରକାର ଭଗବାନଙ୍କ ନାଆଁ ରେ ଭୋଟ ନେଉଛନ୍ତି। ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ପ୍ରଥମେ ବଡ ଠାକୁର ପଡିଗଲେ। ହେଲେ ଆଜି ଯାଏ ତାହା କେଉଁଥି ପାଇଁ ଘଟିଲା ଜଣା ନାହିଁ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ପଡ଼ିଗଲା । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା , ସରକାର କାହିଁକି ଯତ୍ନବାନ ହେଲେ ନାହିଁ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି।  ଏ ଘଟଣାରେ ସରକାର ଶ୍ୱତପତ୍ର ଜାରି କରନ୍ତୁ। ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ ବୋଲି ସେ କହିଛନ୍ତ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଆହତ ସମର୍ଥା ସେବାୟତଙ୍କୁ ଭେଟିଛନ୍ତି ମେୟର ସୁଲୋଚନା ଦାଶ ଓ ସ୍ଥାନୀୟ କୋର୍ପରେଟର। ସେବାୟତଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଦୁର୍ଘଟଣା ସମ୍ପର୍କରେ ବୁଝିଥିଲେ। ମେୟର ଆହତ ସେବାୟତ ଯୋଗେନ୍ଦ୍ରଙ୍କ ସହ କଥା ହୋଇ ସ୍ଵାସ୍ଥ୍ୟ ସମ୍ପର୍କରେ ବୁଝିଛନ୍ତି ଯୋଗେନ୍ଦ୍ର କହିଛନ୍ତି ଯେ ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀ ରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି। ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନ ଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି। ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢିବା ବେଳେ ହଠାତ୍ ଗୋଡ ଖସିଗଲା। ଫଳରେ ସେ ଡେଇଁ ପଡ଼ିଲେ। ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା। ସେ ଡେଇଁବା ବେଳେ ବାଲି ନ ଥିବାରୁ ଗଭୀର ଆଘାତ ଲାଗିଲା। ଯାହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

27 Feb 2025 By The Sakala

ମହାଦୀପ ସହ ସେବାୟତ ଖସିପଡ଼ିବା ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି ଓ କଂଗ୍ରେସ…

ଭୁବନେଶ୍ବର: ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ସେବାୟତ ଖସି ପଡିବା ଘଟଣା। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନୂଆ ସରକାର ଆସିବା ଦିନ ଠାରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି। ମହାପ୍ରଭୁ ବଳଭଦ୍ର ପଡ଼ି ଗଲେ। ସେ ସମୟରେ ବଲଭଦ୍ର ସଜାଗ କରିଥିଲେ। ହେଲେ ସରକାର କି ପ୍ରଶାସନ ସଜାଗ ହେଲେନି। ସରକାର ସବୁ ବିଭାଗ ଓ ନେତାଙ୍କୁ ନେଇ ସମୀକ୍ଷା କରିବା କଥା। ହେଲେ କରୁ ନାହାନ୍ତି। ଆମେ ବିରୋଧୀରେ ଥିବା ବିଧାୟକମାନଙ୍କୁ କୌଣସି କାର୍ଯ୍ୟକ୍ରମରେ ଡକା ଯାଉନି। ପୂର୍ବ ସରକାର ସମସ୍ତଙ୍କୁ ନେଇ ସମୀକ୍ଷା କରୁଥିଲା। ସମସ୍ତେ ମିଳିମିଶି କାମକୁ ସଫଳ କରିବାକୁ ଶପଥ ନେଉଥିଲେ। ଗତକାଲି ସେବାୟତ ପଡିଲେ ଓ ଭିଡ଼ ବି ନିୟନ୍ତ୍ରଣ ହୋଇ ପାରିଲା ନାହିଁ। ମହାଦୀପ ଉଠିବା ପୂର୍ବରୁ ମନ୍ଦିର ଉପରେ ମାଳମାଳ ସେବାୟତ କଣ କରୁଥିଲେ। VIP ପାସ ଦିଆଗଲା। ହେଲେ ଆମ ପରି ବିଧାୟକ ମାନଙ୍କୁ ନିମନ୍ତ୍ରଣ ନାହିଁ। ଠିକ ସମୟରେ ସରକାର ସଜାଗ ନ ହେଲେ ଆଗକୁ ଆହୁରି ଅଘଟଣ ଘଟି ପାରେ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ଅଘଟଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଲିଙ୍ଗରାଜ ଅଘଟଣରେ ଶ୍ୱତପତ୍ର ସରକାର ଜାରି କରନ୍ତୁ ବୋଲି ସେ କହିଛନ୍ତି। ସରକାର ଭଗବାନଙ୍କ ନାଆଁ ରେ ଭୋଟ ନେଉଛନ୍ତି। ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ପ୍ରଥମେ ବଡ ଠାକୁର ପଡିଗଲେ। ହେଲେ ଆଜି ଯାଏ ତାହା କେଉଁଥି ପାଇଁ ଘଟିଲା ଜଣା ନାହିଁ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ପଡ଼ିଗଲା । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା , ସରକାର କାହିଁକି ଯତ୍ନବାନ ହେଲେ ନାହିଁ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି।  ଏ ଘଟଣାରେ ସରକାର ଶ୍ୱତପତ୍ର ଜାରି କରନ୍ତୁ। ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ ବୋଲି ସେ କହିଛନ୍ତ।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଆହତ ସମର୍ଥା ସେବାୟତଙ୍କୁ ଭେଟିଛନ୍ତି ମେୟର ସୁଲୋଚନା ଦାଶ ଓ ସ୍ଥାନୀୟ କୋର୍ପରେଟର। ସେବାୟତଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଦୁର୍ଘଟଣା ସମ୍ପର୍କରେ ବୁଝିଥିଲେ। ମେୟର ଆହତ ସେବାୟତ ଯୋଗେନ୍ଦ୍ରଙ୍କ ସହ କଥା ହୋଇ ସ୍ଵାସ୍ଥ୍ୟ ସମ୍ପର୍କରେ ବୁଝିଛନ୍ତି ଯୋଗେନ୍ଦ୍ର କହିଛନ୍ତି ଯେ ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀ ରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି। ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନ ଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି। ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢିବା ବେଳେ ହଠାତ୍ ଗୋଡ ଖସିଗଲା। ଫଳରେ ସେ ଡେଇଁ ପଡ଼ିଲେ। ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା। ସେ ଡେଇଁବା ବେଳେ ବାଲି ନ ଥିବାରୁ ଗଭୀର ଆଘାତ ଲାଗିଲା। ଯାହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର