ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗ: ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନ

The Sakala Picture
Published On

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ସେବାୟତ ବିବାଦ ପ୍ରସଙ୍ଗ। ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନର। ତିନି ନିଯୋଗଙ୍କ ସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ଟ୍ରଷ୍ଟକୁ ନିର୍ଦ୍ଦେଶ। ଯଦି କୌଣସି ପକ୍ଷ ଅରାଜି ହୁଅନ୍ତି ବା ସେବା ନକରନ୍ତି ତାଙ୍କ ବିରୋଧରେ କ୍ଳଜ ୧୭ ଅନୁସାରେ ଟ୍ରଷ୍ଟ […]

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ସେବାୟତ ବିବାଦ ପ୍ରସଙ୍ଗ। ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନର। ତିନି ନିଯୋଗଙ୍କ ସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ଟ୍ରଷ୍ଟକୁ ନିର୍ଦ୍ଦେଶ। ଯଦି କୌଣସି ପକ୍ଷ ଅରାଜି ହୁଅନ୍ତି ବା ସେବା ନକରନ୍ତି ତାଙ୍କ ବିରୋଧରେ କ୍ଳଜ ୧୭ ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରିବା ନେଇ ନିର୍ଦ୍ଦେଶ। ଏହା ସହ ପୁରୁଣା ସମସ୍ତ ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସୂଚନାଯୋଗ୍ୟ, ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ପାଇଁ ଗତକାଲିଠୁ ଉପବାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଗତକାଲି ମଙ୍ଗଳ ଆଳତି ପରଠାରୁ ମହାପ୍ରଭୁଙ୍କ କୌଣସି ନୀତିକାନ୍ତି ହୋଇନାହିଁ। ଗତକାଲି ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତି ହୋଇ ପାରିନାହିଁ। ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର