ଉତ୍ତର ବଙ୍ଗୋପସାଗରରେ ଲଘୁଚାପ , ଆସନ୍ତା ଦୁଇ ଦିନରେ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଶନିବାର ଠାରୁ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ହୋଇଛି। ତାହା ଆସନ୍ତା ୨୪ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ […]

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଶନିବାର ଠାରୁ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ହୋଇଛି। ତାହା ଆସନ୍ତା ୨୪ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ସେପଟେ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ରାୟଗଡ଼ା , ପୁରୀ, ଗଜପତି ଓ ଗଞ୍ଜାମକୁ ପ୍ରବଳରୁପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

ସେହିପରି ସୋମବାର ଗଜପତି, ଗଞ୍ଜାମ, କଳାହାଣ୍ଡି, ଜଗତସିଂହପରୁ, ମୟୁରଭଞ୍ଜ ଆଦି ଜିଲ୍ଲାକୁ ମଧ୍ୟ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ଫଳରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଜାରି ରହିବ । ଲଘୁଚାପ ସମୟରେ ପବନର ବେଗ ୪୦ କିଲୋମିଟର ରହିବ । କେତେକ ସ୍ଥାନରେ ଘଡଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୩୦ପ୍ରତିଶତ କମ୍ ବର୍ଷା ହୋଇଛି । ଆସୁଥିବା ଲଘୁଚାପ ନିଅଣ୍ଟିଆ ବର୍ଷାକୁ ସୁଧାରିବାର ଆଶା କରାଯାଉଛି । ସୋମବାର ଠାରୁ ଲଘୁଚାପ ଫଳରେ ବର୍ଷା ହେବା ନେଇ ଆଶା କରାଯାଉଥିବାବେଳେ ରବିବାର ମଧ୍ୟ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ଅଞ୍ଚଳରେ ବର୍ଷା ହୋଇଛି ।

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର