କୋରାପୁଟ ବୈପାରୀଗୁଡାରେ ଅଘଟଣ : ମାଟି ଅତଡା ଧସି ୨ ମୃତ, ମାଟି ତଳେ ଚାପି ହୋଇରହିଛନ୍ତି ଅନ୍ୟ ୨ ଜଣ

The Sakala Picture
Published On

ବୈପାରୀଗୁଡା : କୋରାପୁଟ ଜିଲ୍ଲା ବୈପାରୀଗୁଡା ବଡ଼ ଅଘଟଣ । ଜୀବିକା ନିର୍ବାହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମାଟି ଅତଡା ଧସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚାପି ହୋଇ ରହିଯାଇଥିବା ଜଣାପଡିଛି। ସେହି ଦୁଇ ଜଣଙ୍କ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ହଲଦୀକୁଣ୍ଡ ଗ୍ରାମର ତିନି ପୁରୁଷ ଓ ଜଣେ ସ୍ତ୍ରୀ ନିଜର ଜୀବିକା ନିର୍ବାହ […]

ବୈପାରୀଗୁଡା : କୋରାପୁଟ ଜିଲ୍ଲା ବୈପାରୀଗୁଡା ବଡ଼ ଅଘଟଣ । ଜୀବିକା ନିର୍ବାହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମାଟି ଅତଡା ଧସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚାପି ହୋଇ ରହିଯାଇଥିବା ଜଣାପଡିଛି। ସେହି ଦୁଇ ଜଣଙ୍କ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ହଲଦୀକୁଣ୍ଡ ଗ୍ରାମର ତିନି ପୁରୁଷ ଓ ଜଣେ ସ୍ତ୍ରୀ ନିଜର ଜୀବିକା ନିର୍ବାହ ପାଇଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଗୁମ୍ପା ନିକଟସ୍ଥ ଜଙ୍ଗଲକୁ ମଙ୍ଗଳବାର ଦିନ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁତ ଖୋଜଖୋଜି କରିବା ପରେ ବି ସେମାନଙ୍କର କୌଣସି ପତ୍ତା ମିଳି ନଥିଲେ। ବୁଧବାର ଦିନ ଅପରାହ୍ନ ସମୟରେ ସେଇ ଗୁମ୍ପା ଜଙ୍ଗଲ ନିକଟଦେଇ ଜଣେ ଲୋକ ଯାଉଥିବା ବେଳେ ମାଟି ତଳେ ଦବି ଯାଇଥିବାର ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ  ଗାଁ ଲୋକଙ୍କୁ ଜଣେଇଥିଲେ। ସ୍ଥାନୀୟ ଲୋକ ଓ ଗାଁ ଲୋକଙ୍କ ଦ୍ୱାରା ତ୍ରିଲୋଚନ ଦୁରୁଆ ଓ ସେଲମୀ ଦୁରୁଆଙ୍କୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ଗାଁ ଲୋକ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଅନ୍ୟ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ମାଧବ ଚାଲାଣ ଓ ସମାରି ଚାଲାଣ ବର୍ତ୍ତମାନ ମାଟି ତଳେ ଦବି ରହିଥିବାର ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

18 Aug 2022 By The Sakala

କୋରାପୁଟ ବୈପାରୀଗୁଡାରେ ଅଘଟଣ : ମାଟି ଅତଡା ଧସି ୨ ମୃତ, ମାଟି ତଳେ ଚାପି ହୋଇରହିଛନ୍ତି ଅନ୍ୟ ୨ ଜଣ

ବୈପାରୀଗୁଡା : କୋରାପୁଟ ଜିଲ୍ଲା ବୈପାରୀଗୁଡା ବଡ଼ ଅଘଟଣ । ଜୀବିକା ନିର୍ବାହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମାଟି ଅତଡା ଧସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚାପି ହୋଇ ରହିଯାଇଥିବା ଜଣାପଡିଛି। ସେହି ଦୁଇ ଜଣଙ୍କ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ହଲଦୀକୁଣ୍ଡ ଗ୍ରାମର ତିନି ପୁରୁଷ ଓ ଜଣେ ସ୍ତ୍ରୀ ନିଜର ଜୀବିକା ନିର୍ବାହ ପାଇଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଗୁମ୍ପା ନିକଟସ୍ଥ ଜଙ୍ଗଲକୁ ମଙ୍ଗଳବାର ଦିନ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁତ ଖୋଜଖୋଜି କରିବା ପରେ ବି ସେମାନଙ୍କର କୌଣସି ପତ୍ତା ମିଳି ନଥିଲେ। ବୁଧବାର ଦିନ ଅପରାହ୍ନ ସମୟରେ ସେଇ ଗୁମ୍ପା ଜଙ୍ଗଲ ନିକଟଦେଇ ଜଣେ ଲୋକ ଯାଉଥିବା ବେଳେ ମାଟି ତଳେ ଦବି ଯାଇଥିବାର ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ  ଗାଁ ଲୋକଙ୍କୁ ଜଣେଇଥିଲେ। ସ୍ଥାନୀୟ ଲୋକ ଓ ଗାଁ ଲୋକଙ୍କ ଦ୍ୱାରା ତ୍ରିଲୋଚନ ଦୁରୁଆ ଓ ସେଲମୀ ଦୁରୁଆଙ୍କୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ଗାଁ ଲୋକ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଅନ୍ୟ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ମାଧବ ଚାଲାଣ ଓ ସମାରି ଚାଲାଣ ବର୍ତ୍ତମାନ ମାଟି ତଳେ ଦବି ରହିଥିବାର ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର