ଲେଡିଡନ୍‍ଙ୍କ ଆତଙ୍କରାଜ

The Sakala Picture
Published On

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ସବରସାହିରେ ପ୍ଲଟ ନଂ-୨୧୧୦ରେ ଲେଡ଼ି ଡନ୍‍ ଭାବେ ପରିଚିତ ସୁଶ୍ରୀ ପଣ୍ଡାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଏକ ମାମଲାରେ ତଦନ୍ତ ପାଇଁ ଯାଇଥିବା ଥାନାର ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ବେହେରାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଥିଲେ ସୁଶ୍ରୀ। ଏହାକୁ ପୁଲିସ ଭ୍ୟାନ୍‍ର ଡ୍ରାଇଭର ଶିବ ଅଟକାଇଥିଲେ ମଧ୍ୟ ତାଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ। କେବଳ ସେତିକି ନୁହେଁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଚନ୍ଦନ ଜେନାଙ୍କୁ ମଧ୍ୟ ମାଡ଼ […]

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ସବରସାହିରେ ପ୍ଲଟ ନଂ-୨୧୧୦ରେ ଲେଡ଼ି ଡନ୍‍ ଭାବେ ପରିଚିତ ସୁଶ୍ରୀ ପଣ୍ଡାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଏକ ମାମଲାରେ ତଦନ୍ତ ପାଇଁ ଯାଇଥିବା ଥାନାର ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ବେହେରାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଥିଲେ ସୁଶ୍ରୀ। ଏହାକୁ ପୁଲିସ ଭ୍ୟାନ୍‍ର ଡ୍ରାଇଭର ଶିବ ଅଟକାଇଥିଲେ ମଧ୍ୟ ତାଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ। କେବଳ ସେତିକି ନୁହେଁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଚନ୍ଦନ ଜେନାଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ସୁଶ୍ରୀ। ପୁଲିସ ଲେଡ଼ି ଡନ୍‍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଦୀର୍ଘ ୪୫ ମିନିଟ୍‍ ଧରି ସୁଶ୍ରୀ ଆତଙ୍କରାଜ କରିଥିଲା। ଶେଷରେ ଥାନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉକ୍ତ ସୁଶ୍ରୀଙ୍କୁ କାବୁ କରି ଥାନାକୁ ଆଣିଥିଲେ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ ଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା

ଏନେଇ ଆକ୍ରମଣର ଶିକାର ହୋଇଥିବା ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ସୁଶ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏକ ବର୍ଷ ହେବ ଜଣେ ଯୁବତୀ ସୁଶ୍ରୀଙ୍କ ଘରେ ଭଡ଼ାରେ ରହୁଥିଲେ। ଯୁବତୀ ଜଣଙ୍କ ପ୍ରତି ମାସରେ ତାଙ୍କର ଘରଭଡ଼ା ଦେଇ ଦେଉଥିଲେ। କିନ୍ତୁ ଘର ମାଲିକ ତାଙ୍କୁ ଜାଣିଶୁଣି ହଇରାଣ କରୁଥିଲେ। ଏପରିକି ଯୁବତୀ ଜଣଙ୍କ ଛୋଟ ଡ୍ରେସ୍‍ ପିନ୍ଧିଲେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଫୋନ୍‍ରେ କାହା ସହ କଥା ହେଲେ ସେ ପାଟି କରୁଥିଲେ। ହେଲେ ସୋମବାର ରାତିରେ ସୁଶ୍ରୀଙ୍କ ଉତ୍ପାତ ବଢ଼଼ି ଯାଇଥିଲା। ଭଡ଼ାଟିଆଙ୍କ ଭାଇ ତାଙ୍କ ଘରକୁ ଆସିଥିବା ବେଳେ ସୁଶ୍ରୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ଗୋଡାଇଥିଲେ।

ଆହୁରି ପଢ଼ନ୍ତୁ: ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଏପରିକି ରାତିରେ ତାଙ୍କୁ ରୁମ୍‍ର ପାଣି ଏବଂ ଲାଇନ୍‍ କାଟି ଦେଇଥିଲେ। ଭଡାଟିଆ ରହୁଥିବା ଯୁବତୀ ଲେଡ଼ି ଡନ୍‍ଙ୍କ ବିରୋଧରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଥାନାର ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ଯାଇଥିଲେ। ହେଲେ ସେଠାରେ ଲେଡି ଡନ୍‍ ସୁଶ୍ରୀ ତାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିବା ସହ ଡ୍ରାଇଭର ଏବଂ ସାମ୍ବାଦିକ ଚନ୍ଦନଙ୍କୁ ମଧ୍ୟ ପିଟିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ଲେଡ଼ି ଡନ୍‍ ଶୈଳ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହା ପରେ ପୁଣି ଆଉ ଜଣେ ଲେଡି ଡନଙ୍କ ଉତ୍ପାତ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ୩ କୋଟି ଟଙ୍କା ଆତ୍ମସାତ୍ ମାମଲା: ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସଆରଏଙ୍କ ୬ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

04 Aug 2021 By The Sakala

ଲେଡିଡନ୍‍ଙ୍କ ଆତଙ୍କରାଜ

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ସବରସାହିରେ ପ୍ଲଟ ନଂ-୨୧୧୦ରେ ଲେଡ଼ି ଡନ୍‍ ଭାବେ ପରିଚିତ ସୁଶ୍ରୀ ପଣ୍ଡାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଏକ ମାମଲାରେ ତଦନ୍ତ ପାଇଁ ଯାଇଥିବା ଥାନାର ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ବେହେରାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଥିଲେ ସୁଶ୍ରୀ। ଏହାକୁ ପୁଲିସ ଭ୍ୟାନ୍‍ର ଡ୍ରାଇଭର ଶିବ ଅଟକାଇଥିଲେ ମଧ୍ୟ ତାଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ। କେବଳ ସେତିକି ନୁହେଁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଚନ୍ଦନ ଜେନାଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ସୁଶ୍ରୀ। ପୁଲିସ ଲେଡ଼ି ଡନ୍‍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଦୀର୍ଘ ୪୫ ମିନିଟ୍‍ ଧରି ସୁଶ୍ରୀ ଆତଙ୍କରାଜ କରିଥିଲା। ଶେଷରେ ଥାନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉକ୍ତ ସୁଶ୍ରୀଙ୍କୁ କାବୁ କରି ଥାନାକୁ ଆଣିଥିଲେ।

ଏନେଇ ଆକ୍ରମଣର ଶିକାର ହୋଇଥିବା ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ସୁଶ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏକ ବର୍ଷ ହେବ ଜଣେ ଯୁବତୀ ସୁଶ୍ରୀଙ୍କ ଘରେ ଭଡ଼ାରେ ରହୁଥିଲେ। ଯୁବତୀ ଜଣଙ୍କ ପ୍ରତି ମାସରେ ତାଙ୍କର ଘରଭଡ଼ା ଦେଇ ଦେଉଥିଲେ। କିନ୍ତୁ ଘର ମାଲିକ ତାଙ୍କୁ ଜାଣିଶୁଣି ହଇରାଣ କରୁଥିଲେ। ଏପରିକି ଯୁବତୀ ଜଣଙ୍କ ଛୋଟ ଡ୍ରେସ୍‍ ପିନ୍ଧିଲେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଫୋନ୍‍ରେ କାହା ସହ କଥା ହେଲେ ସେ ପାଟି କରୁଥିଲେ। ହେଲେ ସୋମବାର ରାତିରେ ସୁଶ୍ରୀଙ୍କ ଉତ୍ପାତ ବଢ଼଼ି ଯାଇଥିଲା। ଭଡ଼ାଟିଆଙ୍କ ଭାଇ ତାଙ୍କ ଘରକୁ ଆସିଥିବା ବେଳେ ସୁଶ୍ରୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ଗୋଡାଇଥିଲେ।

ଏପରିକି ରାତିରେ ତାଙ୍କୁ ରୁମ୍‍ର ପାଣି ଏବଂ ଲାଇନ୍‍ କାଟି ଦେଇଥିଲେ। ଭଡାଟିଆ ରହୁଥିବା ଯୁବତୀ ଲେଡ଼ି ଡନ୍‍ଙ୍କ ବିରୋଧରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଥାନାର ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ଯାଇଥିଲେ। ହେଲେ ସେଠାରେ ଲେଡି ଡନ୍‍ ସୁଶ୍ରୀ ତାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିବା ସହ ଡ୍ରାଇଭର ଏବଂ ସାମ୍ବାଦିକ ଚନ୍ଦନଙ୍କୁ ମଧ୍ୟ ପିଟିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ଲେଡ଼ି ଡନ୍‍ ଶୈଳ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହା ପରେ ପୁଣି ଆଉ ଜଣେ ଲେଡି ଡନଙ୍କ ଉତ୍ପାତ ଦେଖିବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର