ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ, ମାମଲାର ରଫାଦଫା ପାଇଁ ନେଉଥିଲେ ଲାଞ୍ଚ…

The Sakala Picture
Published On

ଜଗତସିଂହପୁର: ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ସବଇନ୍ସପେକ୍ଟର। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୁଜଙ୍ଗ ଥାନା ଏସଆଇ ବିବେକାନନ୍ଦ ସାହୁ । ଏକ ମାମଲାର ରଫାଦଫା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ, ୨୯ ମେ ୨୦୨୪ରେ ଦାୟର ହୋଇଥିବା ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୁଲିସ […]

ଜଗତସିଂହପୁର: ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ସବଇନ୍ସପେକ୍ଟର। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୁଜଙ୍ଗ ଥାନା ଏସଆଇ ବିବେକାନନ୍ଦ ସାହୁ । ଏକ ମାମଲାର ରଫାଦଫା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଲା ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁଯାୟୀ, ୨୯ ମେ ୨୦୨୪ରେ ଦାୟର ହୋଇଥିବା ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୁଲିସ ବାବୁ । ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି। ପୁର୍ବ ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ପୁଲିସ ବାବୁଙ୍କୁ ସମସ୍ତ ଲାଞ୍ଚ ଟଙ୍କା ଦେଇଥିଲା । ସେହି ଲାଞ୍ଚ ଟଙ୍କା ନେଇ ଫେରୁଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ସେପଟେ ଏସଆଇ ବିବେକାନନ୍ଦ ସାହୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର