ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦୁଇ ନାଆରେ ଗୋଡ଼ ଦେଇ ଯୁବତୀ ହଟହଟା, ବିବାହ ବେଳକୁ ଫାଙ୍କିଦେଲେ ଦୁଇ ପ୍ରେମିକ

The Sakala Picture
Published On

ପୋଡ଼ାଗଡ଼: ଦୁଇ ଯୁବକଙ୍କୁ ଭଲ ପାଇବା‌ ସହ ସଂପର୍କ ରଖିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଜଣଙ୍କ ଏବେ ୭ ମାସର ଗର୍ଭବତୀ ହୋଇଥିବା ବେଳେ ଦୁଇ ପ୍ରେମିକ କରଛଡ଼ା ଦେଉଛନ୍ତି। ଫଳରେ ନ୍ୟାୟ ପାଇଁ ଯୁବତୀଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ପଦାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ଯୁବତୀଜଣଙ୍କ ନିଜ ଗାଁର ଦୁଇ ଯୁବକଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ […]

ପୋଡ଼ାଗଡ଼: ଦୁଇ ଯୁବକଙ୍କୁ ଭଲ ପାଇବା‌ ସହ ସଂପର୍କ ରଖିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଜଣଙ୍କ ଏବେ ୭ ମାସର ଗର୍ଭବତୀ ହୋଇଥିବା ବେଳେ ଦୁଇ ପ୍ରେମିକ କରଛଡ଼ା ଦେଉଛନ୍ତି। ଫଳରେ ନ୍ୟାୟ ପାଇଁ ଯୁବତୀଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ପଦାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ଯୁବତୀଜଣଙ୍କ ନିଜ ଗାଁର ଦୁଇ ଯୁବକଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ସହ ତାଙ୍କର ଶାରୀରିକ ସଂପର୍କ ମଧ୍ୟ ରହିଥିଲା। ତେବେ ଯୁବତୀଜଣଙ୍କ ୭ ମାସର ଗର୍ଭବତୀ ହୋଇଯିବାରୁ ଘଟଣା ପଦାକୁ ଆସିଥିଲା। କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରୁ ଯୁବତୀଜଣଙ୍କ ବିବାହ କରିବାକୁ ଜଣଙ୍କ ପରେ ଜଣେ ପ୍ରେମିକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କେହି ବିବାହ କରିବାକୁ ରାଜି ହୋଇନଥିଲେ। ତେଣୁ, ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଗାଁ‌ରେ ବୈଠକ ବସିଥିଲା। କିନ୍ତୁ ସେଠାରେ ପ୍ରେମିକଦ୍ବୟ ଯୁବତୀଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି କହି ଫାଙ୍କି ଦେଇଥିଲେ। ଫଳରେ ସବୁଆଡ଼ୁ ନିରାଶ ହୋଇ ଯୁବତୀଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନା ଅଧିକାରୀ ସୁକୁମା ହାଁସଦାଙ୍କ ସୂଚନା ଅନୁସାରେ, ଯୁବତୀଙ୍କ ଏତଲାକୁ ଗ୍ରହଣ କରାଯାଇଛି। କିନ୍ତୁ ମାମଲା ରୁଜୁ ହୋଇନାହିଁ। ତାଙ୍କୁ ସରକାରୀ ମା’ଗୃହରେ ପ୍ରସବ ପର୍ଯ୍ୟନ୍ତ ରଖାଯିବ। ସନ୍ତାନ ଜନ୍ମ ପରେ ଦୁଇ ଯୁବକର ଡିଏନ୍‌ଏ ପରୀକ୍ଷା କରାଯିବ। ସେତେବେଳେ ଅସଲି ପ୍ରେମିକ ଚିହ୍ନଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

15 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର