ବିଦ୍ୟାଳୟର ନାମଫଳକ ଖସି ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର...

Deviprasad Mohanty Picture
Published On

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗାନ୍ଧୀନଗର ସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟାଳୟର  ନାମଫଳକ (ସାଇନ୍ ବୋର୍ଡ) ଖସିପଡିବାରୁ ତାହା ତଳେ ଚାପି ହୋଇ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସୂଚନା ଅନୁଯାୟୀ, ମୃତ ଛାତ୍ର ଜଣକ ହେଲେ ଗୁମୁଡା ପଞ୍ଚାୟତ ଅନ୍ତର୍ଗତ ସୁଉନିଗୁଡା ଗ୍ରାମର ପ୍ରେମାନନ୍ଦ ଭତ୍ରା। ସେ ଉକ୍ତ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ। ଆଜି ହଠାତ୍ ବିଦ୍ୟାଳୟର ନାମଫଳକଟି ଖସି ପଡିବାରୁ ସେ ଏହା ତଳେ ଚାପି ହୋଇଯାଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର