ବଢ଼ିବାରେ ଲାଗିଛି ଆମ୍ବ ଚାହିଦା: କୋରାପୁଟ ଆମ୍ବ ଉପରେ ରହିଛି ଆନ୍ଧ୍ରର ନଜର

The Sakala Picture
Published On

ବୋରିଗୁମ୍ମା: ସାବିତ୍ରୀ ଅମାବାସ୍ୟା ଆଉ ମାତ୍ର କିଛି ଦିନ ରହିଲା । ଝିଅ ଘରକୁ ଭାର ଦେବା ହିନ୍ଦୁ ପରମ୍ପରା ଏବେବି ରହିଛି। ଭାରରେ ଅନ୍ୟ ସାମଗ୍ରୀ ବ୍ୟତୀତ ଆମ୍ବ ହିଁ ମୁଖ୍ୟ ଆକର୍ଷଣ । ଭାରରେ କିଲୋ କିଲୋ ଆମ୍ବ ଦିଆଯାଇଥାଏ। ବୋରିଗୁମ୍ମା ବ୍ଲକର ପ୍ରାୟ ଗାଁରେ ବିପୁଳ ପରିମାଣରେ ଆମ୍ବ ଉତ୍ପାଦନ ହୋଇ ଥାଏ। ଦସରି, ଅମର ପଲ୍ଲୀ, ବାଇଗଣ ପଲ୍ଲୀ , ସିନ୍ଦୁର ମୁଣ୍ଡି , ଆଖୁ ରସ, ଆମ୍ବ ଭଳି ଅନେକ […]

ବୋରିଗୁମ୍ମା: ସାବିତ୍ରୀ ଅମାବାସ୍ୟା ଆଉ ମାତ୍ର କିଛି ଦିନ ରହିଲା । ଝିଅ ଘରକୁ ଭାର ଦେବା ହିନ୍ଦୁ ପରମ୍ପରା ଏବେବି ରହିଛି। ଭାରରେ ଅନ୍ୟ ସାମଗ୍ରୀ ବ୍ୟତୀତ ଆମ୍ବ ହିଁ ମୁଖ୍ୟ ଆକର୍ଷଣ । ଭାରରେ କିଲୋ କିଲୋ ଆମ୍ବ ଦିଆଯାଇଥାଏ। ବୋରିଗୁମ୍ମା ବ୍ଲକର ପ୍ରାୟ ଗାଁରେ ବିପୁଳ ପରିମାଣରେ ଆମ୍ବ ଉତ୍ପାଦନ ହୋଇ ଥାଏ। ଦସରି, ଅମର ପଲ୍ଲୀ, ବାଇଗଣ ପଲ୍ଲୀ , ସିନ୍ଦୁର ମୁଣ୍ଡି , ଆଖୁ ରସ, ଆମ୍ବ ଭଳି ଅନେକ ପ୍ରକାରର ଆମ୍ବ ପ୍ରତି ବର୍ଷ ଏଠାରୁ ଟ୍ରକଟ୍ରକ ବାହାରକୁ ରପ୍ତାନି ହେଇଥାଏ । ଏପରିକି କୋରାପୁଟ ନବରଙ୍ଗପୁର ଜିଲ୍ଲାରୁ ଖାଉଟି ମାନେ ମଧ୍ୟ ବୋରିଗୁମ୍ମା କୁ ଆମ୍ବ ପାଇଁ ଆସିଥାନ୍ତି । ପ୍ରତି ବର୍ଷ ୧୦ଟଙ୍କାରୁ୩୦ ଟଙ୍କା ଏବଂ ଦେଶୀ ଆମ୍ବ ୫ଟଙ୍କା ରୁ୬ ଟଙ୍କା ମଧ୍ୟରେ ମିଳୁଥିଲା ।ପ୍ରତି ଘରେ ଦେଶୀ ଆମ୍ବରେ ଆମ୍ବୁଲ, ଆଚାର ପ୍ରସ୍ତୁତ କରାଯାଉ ଥିଲା । ଚଳିତ ବର୍ଷ ପ୍ରାୟ ଗଛ ରେ ଆମ୍ବ କାମ ଅଛି । ବୋରିଗୁମ୍ମା ଅଞ୍ଚଳରେ ଆମ୍ବ ମହଜୁଦ ଅଛି ହେଲେ ଉତ୍ପାଦନ କମ ଥିବାରୁ ଚଳିତ ବର୍ଷ ୧୦୦ରୁ ୧୨୦ ଟଙ୍କା ଦର ରହିଥିବା ବେପାରୀମାନେ କହିଛନ୍ତି। ପୁଣି ଆନ୍ଧ୍ରର ନଜର ବୋରିଗୁମ୍ମା ଆମ୍ବ ଉପରେ। ବେପାରୀ ଟ୍ରକଟ୍ରକ ଆମ୍ବ ଚଢ଼ା ଦରରେ ଆନ୍ଧ୍ର ନେଇ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

26 May 2022 By The Sakala

ବଢ଼ିବାରେ ଲାଗିଛି ଆମ୍ବ ଚାହିଦା: କୋରାପୁଟ ଆମ୍ବ ଉପରେ ରହିଛି ଆନ୍ଧ୍ରର ନଜର

ବୋରିଗୁମ୍ମା: ସାବିତ୍ରୀ ଅମାବାସ୍ୟା ଆଉ ମାତ୍ର କିଛି ଦିନ ରହିଲା । ଝିଅ ଘରକୁ ଭାର ଦେବା ହିନ୍ଦୁ ପରମ୍ପରା ଏବେବି ରହିଛି। ଭାରରେ ଅନ୍ୟ ସାମଗ୍ରୀ ବ୍ୟତୀତ ଆମ୍ବ ହିଁ ମୁଖ୍ୟ ଆକର୍ଷଣ । ଭାରରେ କିଲୋ କିଲୋ ଆମ୍ବ ଦିଆଯାଇଥାଏ। ବୋରିଗୁମ୍ମା ବ୍ଲକର ପ୍ରାୟ ଗାଁରେ ବିପୁଳ ପରିମାଣରେ ଆମ୍ବ ଉତ୍ପାଦନ ହୋଇ ଥାଏ। ଦସରି, ଅମର ପଲ୍ଲୀ, ବାଇଗଣ ପଲ୍ଲୀ , ସିନ୍ଦୁର ମୁଣ୍ଡି , ଆଖୁ ରସ, ଆମ୍ବ ଭଳି ଅନେକ ପ୍ରକାରର ଆମ୍ବ ପ୍ରତି ବର୍ଷ ଏଠାରୁ ଟ୍ରକଟ୍ରକ ବାହାରକୁ ରପ୍ତାନି ହେଇଥାଏ । ଏପରିକି କୋରାପୁଟ ନବରଙ୍ଗପୁର ଜିଲ୍ଲାରୁ ଖାଉଟି ମାନେ ମଧ୍ୟ ବୋରିଗୁମ୍ମା କୁ ଆମ୍ବ ପାଇଁ ଆସିଥାନ୍ତି । ପ୍ରତି ବର୍ଷ ୧୦ଟଙ୍କାରୁ୩୦ ଟଙ୍କା ଏବଂ ଦେଶୀ ଆମ୍ବ ୫ଟଙ୍କା ରୁ୬ ଟଙ୍କା ମଧ୍ୟରେ ମିଳୁଥିଲା ।ପ୍ରତି ଘରେ ଦେଶୀ ଆମ୍ବରେ ଆମ୍ବୁଲ, ଆଚାର ପ୍ରସ୍ତୁତ କରାଯାଉ ଥିଲା । ଚଳିତ ବର୍ଷ ପ୍ରାୟ ଗଛ ରେ ଆମ୍ବ କାମ ଅଛି । ବୋରିଗୁମ୍ମା ଅଞ୍ଚଳରେ ଆମ୍ବ ମହଜୁଦ ଅଛି ହେଲେ ଉତ୍ପାଦନ କମ ଥିବାରୁ ଚଳିତ ବର୍ଷ ୧୦୦ରୁ ୧୨୦ ଟଙ୍କା ଦର ରହିଥିବା ବେପାରୀମାନେ କହିଛନ୍ତି। ପୁଣି ଆନ୍ଧ୍ରର ନଜର ବୋରିଗୁମ୍ମା ଆମ୍ବ ଉପରେ। ବେପାରୀ ଟ୍ରକଟ୍ରକ ଆମ୍ବ ଚଢ଼ା ଦରରେ ଆନ୍ଧ୍ର ନେଇ ଯାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର