ନିଜ ପତ୍ନୀଙ୍କୁ ଦ୍ଵିତୀୟ ଥର ବିବାହ କଲେ ସ୍ୱାମୀ, ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ

The Sakala Picture
Published On

ବୋରିଗୁମ୍ମା: ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଦିନ ଧରି କୌଣସି ପତ୍ତା ନ ମିଳିବାରୁ ମରିଯାଇଥିବା ଭାବି ପରିବାର ଲୋକ ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ। ସ୍ୱାମୀ ମରିଯାଇଥିବାରୁ ସ୍ତ୍ରୀ ହାତରୁ ଭାଙ୍ଗି ଦେଇଥିଲେ ଶଙ୍ଖା ଓ ମଥାରୁ ପୋଛି ଦେଇଥିଲେ ସିନ୍ଦୁର । ଯାହାକୁ ମୃତ ବୋଲି ପରିବାର ଲୋକ ଭାବିଥିଲେ ହଠାତ ସେ ଦିନେ ଘରେ ପହଞ୍ଚିଥିଲେ। ସ୍ତ୍ରୀଙ୍କ ସେହି ଶଙ୍ଖା ଓ ସିନ୍ଦୁର ପୁଣି ଫେରି ଆସିଥିଲା। ଶେଷରେ […]

ବୋରିଗୁମ୍ମା: ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଦିନ ଧରି କୌଣସି ପତ୍ତା ନ ମିଳିବାରୁ ମରିଯାଇଥିବା ଭାବି ପରିବାର ଲୋକ ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ। ସ୍ୱାମୀ ମରିଯାଇଥିବାରୁ ସ୍ତ୍ରୀ ହାତରୁ ଭାଙ୍ଗି ଦେଇଥିଲେ ଶଙ୍ଖା ଓ ମଥାରୁ ପୋଛି ଦେଇଥିଲେ ସିନ୍ଦୁର । ଯାହାକୁ ମୃତ ବୋଲି ପରିବାର ଲୋକ ଭାବିଥିଲେ ହଠାତ ସେ ଦିନେ ଘରେ ପହଞ୍ଚିଥିଲେ। ସ୍ତ୍ରୀଙ୍କ ସେହି ଶଙ୍ଖା ଓ ସିନ୍ଦୁର ପୁଣି ଫେରି ଆସିଥିଲା। ଶେଷରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବୈଦିକ ରୀତିରେ ଉଭୟ ଦ୍ଵିତୀୟ ଥର ପାଇଁ ବିବାହ କରିଥିଲେ। ଏହା କୌଣସି ଏକ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବା ବେଳେ କିନ୍ତୁ ବାସ୍ତବ ଜୀବନରେ ଘଟିଛି ଏପରି ଘଟଣା। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତର ପୋଡାପଦର ଗ୍ରାମର ଘାସି ଅମନାତ୍ୟ ଓ ତାଙ୍କ ସ୍ତ୍ରୀ ସୁବର୍ଣ୍ଣଙ୍କ ଜୀବନରେ ଏଭଳି ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଖବର ଅନୁସାରେ, ଦୁଇ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଘାସି ଅମନାତ୍ୟ ଗ୍ରାମର କିଛି ଲୋକଙ୍କ ସହିତ ଦାଦନ ପାଇଁ ଆନ୍ଧ୍ର ବାହାରି ଥିଲେ । ଯିବା ସମୟରେ ଘାସି ବାଟ ବଣା ହୋଇଯାଇଥିଲେ । ସାଙ୍ଗମାନେ ବହୁ ଦିନ ଧରି ଖୋଜା ଖୋଜି ବି କରିଥିଲେ ହେଲେ ଘାସିଙ୍କୁ ନ ପାଇ ନିରାଶ ହୋଇ ଥିଲେ । ଆଠ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇଲେ । ଉକ୍ତ ଦୁଃଖଦ ଖବର ଶୁଣି କୁଳ କୁଟୁମ୍ବ ଏକାଠି ହୋଇ ସୁଦ୍ଧି କ୍ରିୟା ସମ୍ପର୍ଣ୍ଣ କରିବା ସହ ସ୍ତ୍ରୀ ସୁବର୍ଣ୍ଣ ଙ୍କୁ ବିଧବା ହେବାକୁ ପଡିଲା । ଘରୁ ଯିବାର ଦୁଇ ବର୍ଷ ପରେ ଅର୍ଥାତ ଗତ ଦୁଇ ମାସ ତଳେ ଗାଁ ରେ ଘାସି ଘରେ ପହଞ୍ଚିବା ଦେଖି ସମସ୍ତେ ଚକିତ ହୋଇ ପଡିଥିଲେ । ସେ ତା’ର ଦାଦନର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇ ଥିଲା । କୁଳ ସମାଜ ର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ତାଙ୍କ ପରମ୍ପରା ଅନୁଯାୟୀ ପୁଣି ବୈଦିକ ରୀତିରେ ଦୁଇ ସ୍ୱାମୀ ସ୍ତ୍ରୀ ଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ଗ୍ରାମର ଶିବ ମନ୍ଦିର ଠାରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର