ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ

The Sakala Picture
Published On

ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଯୋଗୁଁ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ଜାଣିବା ପରେ ଯୁବକ ଜଣକ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି। ଭରତପୁର ଥାନା ଅଧୀନ ପଣ୍ଡାକୁଦିଆ ବସ୍ତିରେ ଏଭଳି ଘଟଣା ଘଟିଥିବା ବେଳେ ଏନେଇ ନାବାଳିକା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପଣ୍ଡାକୁଦିଆ ବସ୍ତିର […]

ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଯୋଗୁଁ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ଜାଣିବା ପରେ ଯୁବକ ଜଣକ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି। ଭରତପୁର ଥାନା ଅଧୀନ ପଣ୍ଡାକୁଦିଆ ବସ୍ତିରେ ଏଭଳି ଘଟଣା ଘଟିଥିବା ବେଳେ ଏନେଇ ନାବାଳିକା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପଣ୍ଡାକୁଦିଆ ବସ୍ତିର ତପନ କୁମାର ଦିଗାଲ ଏକ ବର୍ଷ ପୂର୍ବେ ସେହି ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଥିଲା। ବିବାହ କରିବାର ପ୍ରତିଶ୍ରୁତି ଦେବା ସହିତ ଜୋର ଜବରଦସ୍ତି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏଥିସହିତ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ରଖି ତାଙ୍କୁ ବ୍ଲାକ ମେଲ୍ କରି ବାରମ୍ବାର ଦୁଷ୍କର୍ମ କରିଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

ତେବେ କିଛି ମାସ ପୂର୍ବେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ତପନ ଜାଣିବାକୁ ପାଇଥିଲା। ସେ ୩ ମାସର ଗର୍ଭବତୀ ଥିବା ବେଳେ ତପନ ତାର ଜଣେ ସହଯୋଗୀ ହାତରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ନିକଟରେ ନାବାଳିକାଙ୍କୁ ତପନ ଆଉ ଧରାଛୁଆଁ ଦେଇ ନ ଥିଲା । ସେ ନାବାଳିକାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଏନେଇ ନାବାଳିକା ଆଜି ଭରତପୁର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଦଫା ୩୭୬(୨)(ଏନ୍), ୩୧୩, ୩୫୪-ସି, ୫୦୬ ଆଇପିସି ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଥାନାରେ ଅଭିଯୋଗ ହେବାପରେ ଅଭିଯୁକ୍ତ ତପନ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

30 Jun 2022 By The Sakala

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ

ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଯୋଗୁଁ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ଜାଣିବା ପରେ ଯୁବକ ଜଣକ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି। ଭରତପୁର ଥାନା ଅଧୀନ ପଣ୍ଡାକୁଦିଆ ବସ୍ତିରେ ଏଭଳି ଘଟଣା ଘଟିଥିବା ବେଳେ ଏନେଇ ନାବାଳିକା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପଣ୍ଡାକୁଦିଆ ବସ୍ତିର ତପନ କୁମାର ଦିଗାଲ ଏକ ବର୍ଷ ପୂର୍ବେ ସେହି ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଥିଲା। ବିବାହ କରିବାର ପ୍ରତିଶ୍ରୁତି ଦେବା ସହିତ ଜୋର ଜବରଦସ୍ତି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏଥିସହିତ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ରଖି ତାଙ୍କୁ ବ୍ଲାକ ମେଲ୍ କରି ବାରମ୍ବାର ଦୁଷ୍କର୍ମ କରିଥିଲା।

ତେବେ କିଛି ମାସ ପୂର୍ବେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ତପନ ଜାଣିବାକୁ ପାଇଥିଲା। ସେ ୩ ମାସର ଗର୍ଭବତୀ ଥିବା ବେଳେ ତପନ ତାର ଜଣେ ସହଯୋଗୀ ହାତରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ନିକଟରେ ନାବାଳିକାଙ୍କୁ ତପନ ଆଉ ଧରାଛୁଆଁ ଦେଇ ନ ଥିଲା । ସେ ନାବାଳିକାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଏନେଇ ନାବାଳିକା ଆଜି ଭରତପୁର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଦଫା ୩୭୬(୨)(ଏନ୍), ୩୧୩, ୩୫୪-ସି, ୫୦୬ ଆଇପିସି ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଥାନାରେ ଅଭିଯୋଗ ହେବାପରେ ଅଭିଯୁକ୍ତ ତପନ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର