ଜୀବନ ଜୀବିକା ଚିନ୍ତାରେ କୁମ୍ଭକାରଙ୍କ ପରିବାର

The Sakala Picture
Published On

ଯାଁଳା (ବୁଲା ବାରିକ): ଜୀବନ ଜୀବିକା ଚିନ୍ତାରେ କୁମ୍ଭକାରଙ୍କ ପରିବାର। ଛାଡିବାକୁ ବସିଲେଣି କୌଳିକ ବୃତ୍ତି। ପ୍ରୋତ୍ସାହନର ଅଭାବ, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ସହ ଆଧୁନିକତାର ଚାକଚକ୍ୟ ସେମାନଙ୍କ କୌଶଳ ବୃତ୍ତି ବଞ୍ଚାଇବାରେ ବାଧକ ପାଲଟିଛି। ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରିବା ସେମାନଙ୍କ ଦ୍ୱାରା ସମ୍ଭବ ହୋଇପାରୁ ନାହିଁ। ସେମାନଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ। କଞ୍ଚାମାଲ ଏବେ ଅମୂଲମୂଲ। ହାଣ୍ଡି ଆଟିକା ବିକି ଯାହା ମିଳୁଛି ସେଥିରେ କୁଟୁମ୍ୱ ପୋଷିବା କାଠିକର ପାଠ। […]

ଯାଁଳା (ବୁଲା ବାରିକ): ଜୀବନ ଜୀବିକା ଚିନ୍ତାରେ କୁମ୍ଭକାରଙ୍କ ପରିବାର। ଛାଡିବାକୁ ବସିଲେଣି କୌଳିକ ବୃତ୍ତି। ପ୍ରୋତ୍ସାହନର ଅଭାବ, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ସହ ଆଧୁନିକତାର ଚାକଚକ୍ୟ ସେମାନଙ୍କ କୌଶଳ ବୃତ୍ତି ବଞ୍ଚାଇବାରେ ବାଧକ ପାଲଟିଛି। ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରିବା ସେମାନଙ୍କ ଦ୍ୱାରା ସମ୍ଭବ ହୋଇପାରୁ ନାହିଁ। ସେମାନଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ। କଞ୍ଚାମାଲ ଏବେ ଅମୂଲମୂଲ। ହାଣ୍ଡି ଆଟିକା ବିକି ଯାହା ମିଳୁଛି ସେଥିରେ କୁଟୁମ୍ୱ ପୋଷିବା କାଠିକର ପାଠ। କାଠ, ଝାଟି ଓ ମାଟି ମଧ୍ୟ ସହଜରେ ମିଳୁ ନାହିଁ। ତେଣୁ ଏବେ ବେଉସା ହରାଇବାକୁ ବସିଲେଣି କୁମ୍ଭକାର ପରିବାର।

ଜଟଣୀ ବ୍ଲକ ଅଙ୍ଗାରପଡ଼ା ପଞ୍ଚାୟତ ପଳାଶପୁର ଗ୍ରାମରେ ପ୍ରାୟ ୧୫ରୁ ୨୦ ଘର କୁମ୍ଭକାର ପରିବାର ଥିବା ବେଳେ ଓ ଛତାବର ଗ୍ରାମରେ ପ୍ରାୟ ୩୫ ଘର ପରିବାର କୁମ୍ଭକାର ପରିବାର ଅଛନ୍ତି। ଏହି ଦୁଇ ଗ୍ରାମର ଥିବା କୁମ୍ଭକାର ମାନେ ମୁଖ୍ୟତଃ ହାଣ୍ଡି, ଆଟିକା, ମାଠିଆ ସୁରେଇ, ଦୀପ ଓ ମୂର୍ତ୍ତି ଗଢି ନିଜର ଜୀବିକା ନିର୍ବାହ କରନ୍ତି। କୁମ୍ଭକାରମାନେ ବର୍ଷ ତମାମ ମୁଖ୍ୟତଃ ହାଣ୍ଡି, ଆଟିକା ଓ ମାଠିଆ ଗଢିଥାନ୍ତି। ଏହି ହାଣ୍ଡି ଆଟିକା ସ୍ଥାନୀୟ ବଜାର ତଥା ଜଟଣୀ, ଖୋର୍ଦ୍ଧା ଓ ଭୁବନେଶ୍ୱର ହାଟରେ ଥିବା ବିଭିନ୍ନ ପୂଜା ସାମଗ୍ରୀ ଦୋକାନରେ ହୋଲସେଲ ଦରରେ ବିକ୍ରୀ କରିନ୍ତି। ଏହା ସହ ସ୍ଥାନୀୟ ଅଞ୍ଚଳରେ ଗାଁ କୁ ଗାଁ ବୁଲି ମଧ୍ୟ କିଛି ହାଣ୍ଡି ଆଟିକା ବିକ୍ରି କରିଥାନ୍ତି। କିନ୍ତୁ ଏବେ ଆଧୁନିକତାର ସ୍ପର୍ଶରେ ଏସବୁ ଜିନିଷର ଆବଶ୍ୟକତା ନାହିଁ କହିଲେ ଚଳେ। ତେଣୁ ଖୋର୍ଦ୍ଧା, ଜଟଣୀ ଓ ଭୁବନେଶ୍ୱରରେ ଥିବା ଦୋକାନୀ ମାନେ ସେମାନଙ୍କ ଚାହିଦା ଅନୁସାରେ ଏହି ସବୁ ଜିନିଷ ମଗାଇଥାନ୍ତି। ତେଣୁ ଦୋକାନୀମାନେ ଯେତିକି ଜିନିଷ ମଗାନ୍ତି ସେତିକି ମାଟି ଜିନିଷ ବିକି କୁମ୍ଭକାରମାନେ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା କଷ୍ଟ।

ଏହା ଛଡା ଏବେ ବଜାରରେ ଚିନାମାଟି ଜିନିଷର ଚାହିଦା ବଢ଼ୁଥିବାରୁ ଲୋକାଲ ମାଟି ଜୀନିଷର ଆଦର କମିବାରେ ଲାଗିଛି। ଖାଲି ସେତିକି ନୁହେଁ ବିଭିନ୍ନ ପୂଜା ପର୍ବାଣୀ ଯଥା ଗଣେଶ ପୂଜା, ସରସ୍ୱତୀ ପୂଜା, ଖୁଦୁରୁକୁଣୀ, କାର୍ତ୍ତିକେଶ୍ୱର ପୂଜା ସମୟରେ ମୃର୍ତ୍ତି କାରିଗରମାନେ ମାଟିରେ ମୂର୍ତ୍ତି ଗଢି ବେପାର କରି ବେସ ଦୁଇ ପଇସା କମାଉଥିଲେ। ହେଲେ ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗ, ବେଙ୍ଗାଲୁରୁ, ରାଜସ୍ଥାନ କାରିଗରମାନେ ବିଭିନ୍ନ ରାସ୍ତା ପାର୍ଶ୍ବରେ ଡେରା ପକାଇ ମୂର୍ତ୍ତି ତିଆରି କରୁଛନ୍ତି। କୁମ୍ଭାରଶାଳା ନିର୍ମାଣ ହେଉଥିବା ମୂର୍ତ୍ତି ତୁଳନାରେ ଏହି ମୂର୍ତ୍ତି କମ୍‌‌ ଦାମରେ ବିକ୍ରି କରୁଛନ୍ତି। ତେଣୁ ଗ୍ରାହକଙ୍କ ଚାହିଦା ସେଥି ପ୍ରତି ବଢ଼ିଛି।

ମତାମତ
ସୃଷ୍ଟି ଆରମ୍ଭରୁ କୁରାଳ ସମାଜର କୌଳିକ ବୃତ୍ତି ରହିଆସିଛି। ବର୍ତ୍ତମାନ କିନ୍ତୁ ପର୍ବପର୍ବାଣୀ, ଶୁଦ୍ଧିକ୍ରିୟା, ଯାଗଜଜ୍ଞ ଆଦି କାମ କୁମ୍ଭକାର ବୃତ୍ତିକୁ ବଞ୍ଚାଇ ରଖିଛି। ଲାଭ କମ ମିଳୁଥିବାରୁ ଅନେକ କାରିଗର ଏଥିରୁ ମୁହଁ ଫେରାଇ ନେଲେଣି। ଯେଉଁ କାରିଗର କାମ କରୁଛନ୍ତି ସେମାନେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି।
ପର୍ଶୁରାମ ବେହେରା,ମୁଖ୍ୟ କାରିଗର ପଳାଶପୁର

ଅନ୍ୟ କୌଣସି କର୍ମ କରି ପରିବାର ପ୍ରତିପୋଷଣ କରିବା ଆମ ପାଇଁ ଏତେ ସହଜ ନ ହେବାରୁ ନିଜର କୌଳିକ ବୃତ୍ତିକୁ ଆପଣାଇ ମୂର୍ତ୍ତି କାମ କରୁଛୁ। ପୂର୍ବରୁ ଏହି ମୂର୍ତ୍ତି କାମ କରି ବେସ ଦୁଇ ପଇସା ଲାଭ କରୁଥିଲୁ। କିନ୍ତୁ ଗତ କିଛି ବର୍ଷ ହେଲା ଓଡ଼ିଶା ବଜାରରେ ବଙ୍ଗୀୟ କାରିଗରଙ୍କ ପ୍ରବେଶ, କେମିକାଲ ରଙ୍ଗ ଓ ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ଯୋଗୁ ଲୋକାଲ ମୂର୍ତ୍ତିର ଚାହିଦା କମିବାରେ ଲାଗିଛି।
ଅଶୋକ ବେହେରା, ମୂର୍ତ୍ତି କାରିଗର

ପରିବାର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ବାଧ୍ୟ ହୋଇ ଲାଭ ଥାଉ କି ନଥାଉ ବୃତ୍ତିକୁ ଆପଣାଇବାକୁ ପଡୁଛି। ବାହାର ଶିଳ୍ପ କାରଖାନାର ଘରୁ ଯାଇ କାମ କରିବା ଅପେକ୍ଷା ନିଜ ଘର କୁଟିର ଶିଳ୍ପରେ କାମ କରିବାରେ ଆନନ୍ଦ ଓ ଆତ୍ମସନ୍ତୋଷ ମିଳୁଛି।
ପବି ଦାସ, ଛତାବର ଦୀପ କରିଗର

ଆଜିର ମହଙ୍ଗାର ଦୁନିଆରେ ସ୍ୱାମୀଙ୍କ ରୋଜଗାର ଉପରେ ନିର୍ଭର କରି ସଂସାର ଚଳାଇବା ଆମ ପରି ମଧ୍ୟବିତ୍ତ ପରିବାର ପକ୍ଷରେ କଷ୍ଟକର। ତେଣୁ ଘର କାମ ସରିବା ପରେ ଅବଶିଷ୍ଟ ସମୟରେ ଏହି ମାଟି ଦୀପ ତିଆରିରେ ଲାଗିପଡୁଛୁ। ମାଟି ଦୀପର ବଜାର ଚାହିଦା ଥିଲେ ବି କାରଗର ତାର ଉଚିତ ମୂଲ୍ୟ ପାଉନାହିଁ।
ଝରଣା ବେହେରା, ଗୃହିଣୀ

21 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର