ଅଧିକ ଯୌତୁକ ଦାବିରେ ଗର୍ଭବତୀ ବୋହୁଙ୍କୁ ଶ୍ବଶୁରଘର ଲୋକ ପିଟି ପିଟି ମାରିଦେଲେ

The Sakala Picture
Published On

ଖୋର୍ଦ୍ଧା: ସଦରଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ। ଶ୍ବଶୁର ଘର ପରିବାରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତାଙ୍କ ମାଆ ଭାନୁମତି ଦେଇ। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ସ୍ବାମୀଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟଙ୍କ ଝିଅ ଅହଲ୍ୟା(୨୪) ନିଜିଗଡ ତାପଙ୍ଗର ରଘୁନାଥ ପାହାନ୍ତାସିଙ୍ଗ ପୁଅ ସର୍ବେଶ୍ୱରଙ୍କ ଗତ ଫେବୃୟାରୀ ମାସ ୧୦ତାରିଖ ବାହାଘର ହୋଇଥିଲା। ସେ ୬ମାସର […]

ଖୋର୍ଦ୍ଧା: ସଦରଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ। ଶ୍ବଶୁର ଘର ପରିବାରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତାଙ୍କ ମାଆ ଭାନୁମତି ଦେଇ। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ସ୍ବାମୀଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟଙ୍କ ଝିଅ ଅହଲ୍ୟା(୨୪) ନିଜିଗଡ ତାପଙ୍ଗର ରଘୁନାଥ ପାହାନ୍ତାସିଙ୍ଗ ପୁଅ ସର୍ବେଶ୍ୱରଙ୍କ ଗତ ଫେବୃୟାରୀ ମାସ ୧୦ତାରିଖ ବାହାଘର ହୋଇଥିଲା। ସେ ୬ମାସର ଗର୍ଭବତୀ ଅଛନ୍ତି । ବାହାଘର ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି PUCC : ହାଇକୋର୍ଟ

ପରବତ୍ତି ସମୟରେ ଅଧିକ ଦାବି କରି ମାନସିକ ଶାରୀରିକ ନିର୍ଯାତନା ଦେଉଥିଲେ। ଗତକାଲି ଅପରାହ୍ନରେ ୫ଟା ବେଳେ ଜ୍ବାଇଁ ଫୋନ କରି କହିଥିଲେ ଝିଅର ଦେହ ଖରାପ ଅଛି, ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଆମେ ପହଞ୍ଚିବା ବେଳେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶ୍ବଶୁର ଘର ପରିବାର ଫେରାର ହୋଇଯାଇଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛୁ। ଝିଅକୁ ହତ୍ୟା କରାଯାଇଛି। ଏଥିରେ ଶଶୁର, ଜ୍ବାଇଁ, ଶାଶୁ, ନଣଦ,  ଦିଅରଙ୍କ ନା ରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଉପରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆଉ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ୍‌ ନାଚିବି; ଜାମିନ ମିଳିବା ପରେ କହିଲେ ନିଶା ମହାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp