ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ଫେରାର

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ବଶୁର ଘରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ସ୍ବାମୀ ଫେରାର ହୋଇଯାଇଛି। ମୃତକ ହେଲେ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି(୩୭)। ଖବରପାଇ ଟାଉନ ପୁଲିସ, ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି। […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ବଶୁର ଘରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ସ୍ବାମୀ ଫେରାର ହୋଇଯାଇଛି। ମୃତକ ହେଲେ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି(୩୭)। ଖବରପାଇ ଟାଉନ ପୁଲିସ, ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି।

ସୂଚନା ଅନୁଯାୟୀ, ଗତ ୨୦୦୫ ମସିହାରେ ଗୁରୁଜଙ୍ଗ କାର୍ତ୍ତିକ ପ୍ରଧାନଙ୍କ ଇନ୍ଦିରା ପ୍ରେମ ବିବାହ କରିଥିଲେ। ତାଙ୍କ ୧୫ ବର୍ଷର ପୁଅ ଅଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଅଶାନ୍ତି ଲାଗି ରହିଥିଲା। କାର୍ତ୍ତିକ ୧୫ଦିନ ହେବ ଶ୍ବଶୂର ଘରେ ରହୁଥିଲେ। ରାତିରେ ସମସ୍ତେ ଖାଇପିଇ ଶୋଇଯାଇଥିଲେ। ବିଳମ୍ବତ ରାତିରେ କାର୍ତ୍ତିକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମାମୁଁଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିବାସହ ଛାନଭିନ ଆରମ୍ଭ କରିଛି। ଅଭିଯୁକ୍ତ ସ୍ବାମୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

10 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର