ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପରଦା କଳାର ଗ୍ରାମ ଧଳାପଥର; ଦେଶ ତଥା ବିଦେଶରେ ପରଦା କଳା ବେଶ ପ୍ରଂଶସନୀୟ

The Sakala Picture
Published On

ଖୋର୍ଦ୍ଧା(ରଞ୍ଜିତ କେ.ଏନ୍‌‌. ସାମନ୍ତରାୟ): ହସ୍ତତନ୍ତକୁ ଉଜ୍ଜିବୀତ କରିବା ଲାଗି ସେ ଧଳାପଥର ତନ୍ତୁବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ପରଦା କଳା ଦେଶରେ ତାର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଦେଶ ତଥା ବିଦେଶରେ ପରଦା କଳା ବେଶ ପ୍ରଂଶସନୀୟ ହୋଇଛି। ସ୍ୱର୍ଗତ ସାହୁ ୧୯୯୪ ମସିହା ଆଷାଢ଼ ମାସ ରେ ଦେହ ତ୍ୟାଗ କରିଥିବାବେଳେ ଯଦିଓ ଉଦୟନାଥ ଆଜି ନାହାନ୍ତି; ମାତ୍ର ତାଙ୍କ ଦ୍ୱାରା କରାଯାଇଥିବା ପରଦା କଳା ଆଜି […]

ଖୋର୍ଦ୍ଧା(ରଞ୍ଜିତ କେ.ଏନ୍‌‌. ସାମନ୍ତରାୟ): ହସ୍ତତନ୍ତକୁ ଉଜ୍ଜିବୀତ କରିବା ଲାଗି ସେ ଧଳାପଥର ତନ୍ତୁବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ପରଦା କଳା ଦେଶରେ ତାର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଦେଶ ତଥା ବିଦେଶରେ ପରଦା କଳା ବେଶ ପ୍ରଂଶସନୀୟ ହୋଇଛି। ସ୍ୱର୍ଗତ ସାହୁ ୧୯୯୪ ମସିହା ଆଷାଢ଼ ମାସ ରେ ଦେହ ତ୍ୟାଗ କରିଥିବାବେଳେ ଯଦିଓ ଉଦୟନାଥ ଆଜି ନାହାନ୍ତି; ମାତ୍ର ତାଙ୍କ ଦ୍ୱାରା କରାଯାଇଥିବା ପରଦା କଳା ଆଜି ବି ତାଙ୍କୁ ଅମର କରି ରଖିଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପରଦା କଳାର ଗ୍ରାମ ଧଳାପଥର। ବୋଲଗଡ଼ ବ୍ଲକ କଣ୍ଟିଲେ ରାସ୍ତାରେ ଗଲେ ୨୫କିମି ପରେ ପଡେ ଏହି ଗାଁ। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପରଦା କଳାର ଅତି ସୂକ୍ଷ୍ମ କାରୁକାର୍ଯ୍ୟ। ପରଦା କଳାର ଗାଁ ଭାବେ ଏହା ବେଶ ଜଣାଶୁଣା। ମାତ୍ର ଏବେ ସମୟ ବଦଳିଥିବା ବେଳେ ପରଦା କଳା ଉପରେ ଧୀରେ ଧୀରେ ପରଦା ପଡ଼ି ଆସୁଛି। ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି କାରିଗରୀ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଛି। ବହୁ ବୁଣାକାର ଏହି ସୂକ୍ଷ୍ମ କାରୁକାର୍ଯ୍ୟ ଠାରୁ ମୁହଁ ଫେରାଇ ନେଇଛନ୍ତି। ପେଟପାଟଣା ପାଇଁ ପରଦା କାରିଗରମାନେ ଏବେ ତନ୍ତରେ ଗାମୁଛା, ଲୁଗା, ବସ୍ତ୍ର ଏବଂ ବାନ୍ଧ ପ୍ରଭୃତି ବୁଣୁଛନ୍ତି। ଘର ସାଜସଜ୍ଜା ଠାରୁ ଅଫିସ ପ୍ରଭୃତି ସ୍ଥାନରେ ଲାଗିଥାଏ ପରଦା। ଭାରତୀୟ ଜୀବନଶୈଳୀରେ ପରଦାର ବିଶେଷ ମହତ୍ୱ ରହିଛି। ବର୍ତ୍ତମାନ ସମାଜରେ ପରଦା ସାଜିଛି ଘର ସାଜସଜ୍ଜା। ଘରର ଦ୍ୱାରବନ୍ଧ, ଝରକାରେ ଓହଳିଥାଏ ବିଭିନ୍ନ ରଙ୍ଗବେରଙ୍ଗର ପରଦା।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶାର ଇତିହାସ ସହିତ ଜଡିତ ହୋଇ ରହିଛି ଏହି ଧଳାପଥର ଗାଁ। ଆଜିକୁ ପ୍ରାୟ ୮୨ବର୍ଷ ତଳେ ସମସ୍ତ କଷ୍ଟକୁ ଆପଣାର କରି ହସ୍ତତନ୍ତରେ ଏହି କଳାକୁ ଅତି ନିଖୁଣ ଭାବେ ସାଉଁଟି ଥିଲେ ପରଦା କଳାର ଜନକ ସ୍ୱର୍ଗତ ଉଦୟନାଥ ସାହୁ। ହସ୍ତତନ୍ତ ବୁଣାର ଚାହିଦା ତଥା ପରଦା କଳା ସେହି ସମୟରେ ବେଶ ଗୌରବ ଅର୍ଜନ କରିଥିଲା। ପିତା ବିଦ୍ୟାଧର ଏବଂ ମାତା ଲକ୍ଷ୍ମୀଙ୍କ ଏକ ମାତ୍ର ପୁତ୍ର ଉଦୟନାଥ ଉଚ୍ଚାଭିଳାଷୀ ଏବଂ ସର୍ବଦା ନୂ୍‌‌ତନ ଚିନ୍ତାଧାରା ନେଇ ସ୍ୱପ୍ନ ଦେଖୁଥିଲେ। ଯାହା ତାଙ୍କୁ ପରେ ପରଦା କଳାର ଜନକଭାବେ ପରିଚୟ ଦେଇଥିଲା। ସେ ସମୟର ବିଶିଷ୍ଟ କାରଗର ରମେଶ ପୂଜାରୀଙ୍କ ଠାରୁ ଏ ସମ୍ପର୍କରେ ବୈଷୟିକ ପରାମର୍ଶ ନେଇ ବିଭିନ୍ନ ପ୍ରକାର ଡ଼ିଜାଇନ ପ୍ରସ୍ତୁତ କରିଥିଲେ। ଜାମୁ, ଆମ୍ବ, ସୁନିଆରୀ, ପିଛଳ, ହରିଡ଼ା ଆଦି ଗଛରୁ ପ୍ରାକୃତିକ ଉପାୟରେ ବିଭିନ୍ନ ପ୍ରକାର ରଙ୍ଗ ପ୍ରସ୍ତୁତ କରିବା ପରେ ତାକୁ ତନ୍ତବୁଣା ପରଦାରେ ମଣ୍ଡ ଦେଉଥିଲେ। ଯାହା ବେଶିଦିନ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରିଥିଲା।ପ୍ରାକୃତିକ ରଙ୍ଗର ବ୍ୟବହାର ଫଳରେ ପର୍ଦ୍ଦାଗୁଡିକର ରଙ୍ଗ ଦୀର୍ଘସ୍ଥାୟୀ ହେବା ସହ ଫିକା ପଡୁନଥିଲା। ପ୍ରଥମେ ଗ୍ରାଫ ସାହାଯ୍ୟରେ ଚିତ୍ର ଗୁଡ଼ିକ ବାନ୍ଧ ପ୍ରଣାଳୀର ପରଦା ପ୍ରସ୍ତୁତ କରିଥିବା ବେଳେ ପରଦା ଉପରେ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳୀ ସ୍ତୁପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶାର ମାନଚିତ୍ର, ଆଦି କଳା ସ୍ଥାପତ୍ୟ, ନବଗୁଞ୍ଜର, କଳସ, ଭାରତ ଓ ଓଡ଼ିଶା ମାନଚିତ୍ର ଏବଂ ବିଭିନ୍ନ ପାରମ୍ପରିକ ଦେବୀଦେବତା, ପଶୁପକ୍ଷୀ, ଗଛଲତା, ଅଶୋକ ସ୍ତମ୍ଭ, ଜୟହିନ୍ଦ, କୋଣାର୍କ ଘୋଡା, ଗଜସିଂହ, କଳସହଂସ ପ୍ରଭୃତି ପ୍ରାକୃତିକ ଦୃଶ୍ୟପଟ୍ଟ, ଡାଳି, ଫୁଲ ଆଦି ବିଭିନ୍ନ ପ୍ରକାର ସୂକ୍ଷ୍ମ କାରୁକାର୍ଯ୍ୟ ସୂତାରେ ବୁଣି ବୁଣାକାରମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପ୍ରାକୃତିକ ରଙ୍ଗର ବ୍ୟବହାର କରି ବିଭିନ୍ନ କିସମର ଶାଢୀ, ପାଟଲୁଗା, ବସ୍ତ୍ର ଆଦି ବିଭିନ୍ନ ଷ୍ଟାଇଲରେ ବୁଣୁଥିଲେ। ସେହି ସମୟରେ ହସ୍ତତନ୍ତ ଏବଂ ହାତ ତିଆରି ଶାଢୀର ଚାହିଦା କମିବାବେଳେ ପରଦା କଳା ପ୍ରତି ବିଶେଷ ଆଗ୍ରହ ସୃଷ୍ଟି କରିଥିଲେ ବୁଣାକାର। ଉକ୍ତ ସମୟରେ ଏଠାରେ ୨୫୦ପାଖାପାଖି ତନ୍ତରେ ପରଦା ବୁଣାଯାଉଥିବାବେଳେ ଦେଶ ବିଦେଶରେ ପରଦା ଶିଳ୍ପକୁ ସୁପରିଚିତ କ୍ଷେତ୍ରରେ ଉଦୟନାଥ ଭୂମିକାକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିଥିଲା। ଗୋଟିଏ ପର୍ଦ୍ଦା ପ୍ରସ୍ତୁତ ଲାଗି ୩ରୁ ୪ଦିନ ସମୟ ଲାଗୁଥିଲା।

ଏହି ପରଦା କଳାକୁ ଅଧିକ ଆକର୍ଷଣୀୟ ତଥା ଲୋକପ୍ରିୟ ଲାଗି ସେ ସେହି ସମୟରେ ବୁଣାକାରମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟି କରି ବେଶ ଗୌରବ ହାସଲ କରିବା ସହ ପ୍ରତିଭା ମଧ୍ୟ ସାଉଁଟି ଥିଲେ ଉଦୟନାଥ। ପରଦା କଳାର ପ୍ରଚାର ପ୍ରସାର ପାଇଁ ବିଂଶ ଶତାଦ୍ଦୀର ୪୦ଦଶକରୁ ୬୦ଦଶକ ମଧ୍ୟରେ ଶ୍ରୀ ସାହୁ ମାଡ୍ରାସ, ସୁରଟ, ସୌରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ ଇତ୍ୟାଦି ସ୍ଥାନକୁ ଯାଇଥିଲେ। ଏପରିକି ତାଙ୍କର ଏହି ଅନନ୍ୟ କଳାକୃତୀ ଲାଗି ସେ ବିଭିନ୍ନ ପ୍ରଦେଶରେ ସରକାରୀ ତଥା ବେସରକାରୀସ୍ତରରେ ସମ୍ମାନିତ ହୋଇଥିଲେ। ୧୯୪୬ମସିହାରେ ତତ୍‌‌କାଳନୀ ଓଡ଼ିଶା ଗଭର୍ଣ୍ଣର ଉଦ୍ୟନାଥଙ୍କୁ ସମ୍ମାନିତ କରିଥିଲେ। ଏଥିସହିତ ସେ ୧୯୫୫ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡ ଠାରୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ତେବେ ୨୦୧୦ ମସିହାରେ ଏହି କଳାକୁ ଜିଆଇ ଟ୍ୟାଗର ମାନ୍ୟତା ଭାରତ ସରକାର ପ୍ରଦାନ କରିଛି। ମାନ୍ୟତା ପ୍ରାପ୍ତ ମଧ୍ୟରେ ଜିଲ୍ଲାର ଏହା ଗୋଟିଏ କଳା ହୋଇଥିବା ଜଣାଯାଇଛି। ମାତ୍ର ଏବେ ସମୟ ବଦଳିଛି। କିନ୍ତୁ ପରଦା ଶିଳ୍ପକୁ ନିଜର କୌଳିକ ବୃତ୍ତିଭାବେ ଧରିଥିବା ବୁଣାକାରମାନେ କଞ୍ଚାମାଲର ଅଭାବ ଏବଂ ପ୍ରୋତ୍ସାହନ ଅଭାବରୁୁ ଏହି ଶିଳ୍ପରୁ ମୁହଁ ଫେରାଉଥିବା ଜଣାଯାଇଛି। ବୁଡିଯାଉଥିବା ଏ କଳାକୁ ବଞ୍ଚାଇ ରଖିବା ଲାଗି ସରକାର ଏବଂ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବୁଣାକାରମାନେ ପ୍ରକାଶ କରିଛନ୍ତି।

11 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର