ଏକାମ୍ରକ୍ଷେତ୍ରରେ 5T ସଚିବ, ଯଜ୍ଞସ୍ଥଳ ପରିଦର୍ଶନ ସହ ପୂଜାର୍ଚ୍ଚନା କଲେ…

The Sakala Picture
Published On

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଧୁମଧାମରେ ଚାଲିଛି ଭୂମିପୂଜନ। ଦ୍ବିତୀୟ ଦିନରେ ଅଗ୍ନି ସ୍ଥାପନ ସହ ଚାଲିଛି ଯଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଯଜ୍ଞରେ ଯୋଗଦେଇ ଶିଳାନ୍ୟାସ କରିବେ। ତା ପୂର୍ବରୁ ଆଜି ସନ୍ଧ୍ୟାରେ ଓ ଆସନ୍ତାକାଲି ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍‌। ପ୍ରଥମେ ଆସି ଲିଙ୍ଗରାଜ ମନ୍ଦିର କାନ୍ଥରେ କରାଯାଇଥିବା ଲାଇଟ୍ ବ୍ୟବସ୍ଥା ଦେଖିଥିଲେ। ସେଠାରୁ ଯଜ୍ଞ ସ୍ଥଳୀ ଯାଇ ପୂଜାର୍ଚ୍ଚନା କରିଥିଲେ। ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। […]

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଧୁମଧାମରେ ଚାଲିଛି ଭୂମିପୂଜନ। ଦ୍ବିତୀୟ ଦିନରେ ଅଗ୍ନି ସ୍ଥାପନ ସହ ଚାଲିଛି ଯଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଯଜ୍ଞରେ ଯୋଗଦେଇ ଶିଳାନ୍ୟାସ କରିବେ। ତା ପୂର୍ବରୁ ଆଜି ସନ୍ଧ୍ୟାରେ ଓ ଆସନ୍ତାକାଲି ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍‌। ପ୍ରଥମେ ଆସି ଲିଙ୍ଗରାଜ ମନ୍ଦିର କାନ୍ଥରେ କରାଯାଇଥିବା ଲାଇଟ୍ ବ୍ୟବସ୍ଥା ଦେଖିଥିଲେ। ସେଠାରୁ ଯଜ୍ଞ ସ୍ଥଳୀ ଯାଇ ପୂଜାର୍ଚ୍ଚନା କରିଥିଲେ। ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। ସେଠାରୁ ଯାଇ ହରପାର୍ବତୀଙ୍କ ନିକଟରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ପାଣ୍ଡିଆନ୍‌। ସେଠାରେ ସେବାୟତଙ୍କ ସହ କଥାବାର୍ତ୍ତା ହୋଇ ଆଉ କଣ ବ୍ୟବସ୍ଥା କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଆସନ୍ତାକାଲିର କାର୍ଯ୍ୟକ୍ରମରେ ଲୋକଙ୍କ ବସିବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ। ସେଠାରୁ ଭଜନ କାର୍ୟ୍ୟକ୍ରମ ଚାଲିଥିବା ସ୍ଥାନକୁ ଯାଇ ସଂକିର୍ତ୍ତନ କରୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ଭଜନ ମଣ୍ଡପରେ ହୋଇଥିବା ବ୍ୟବସ୍ଥା ଦେଖିଥିଲେ। ସେଠାରୁ ମାର୍କେଟ କମ୍ପ୍ଲେକ୍ସ ଯାଇ ଲିଙ୍ଗରାଜଙ୍କର ହେଉଥିବା ଲାଇଟ୍ ଶୋ ଦେଖିଥିଲେ। ଶେଷରେ ଆସନ୍ତାକାଲି ପାଇଁ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଫେରିଯାଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍‌।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର