ଏଥର ୬୯୦ କୋଟିର ବିଏମ୍‌‌ସି ବଜେଟ

The Sakala Picture
Published On

ଭୁବନେଶ୍ୱର : ୨୦୨୩-୨୪ ଆର୍ଥ଄କ ବର୍ଷ ପାଇଁ ବିଏମସି ୬୯୦ କୋଟି ୨ ଲକ୍ଷ ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛି। ସହରାଞ୍ଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ମୋଟା ଅଙ୍କର ବ୍ୟୟ ବରାଦ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଖର୍ଚ୍ଚ ଭଳି ଆୟ ମଧ୍ୟ ବିଭାଗ ଗତ ବର୍ଷ ତୁଳନାରେ ବୃଦ୍ଧି କରିବାକୁ ଯୋଜନା କରିଛି। ବିଭିନ୍ନ ରାଜସ୍ୱ ଓ ଅନ୍ୟାନ୍ୟ ଅର୍ଥ ମିଶାଇ ଆସନ୍ତା ଆର୍ôଥକ ବର୍ଷରେ […]

ଭୁବନେଶ୍ୱର : ୨୦୨୩-୨୪ ଆର୍ଥ଄କ ବର୍ଷ ପାଇଁ ବିଏମସି ୬୯୦ କୋଟି ୨ ଲକ୍ଷ ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛି। ସହରାଞ୍ଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ମୋଟା ଅଙ୍କର ବ୍ୟୟ ବରାଦ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଖର୍ଚ୍ଚ ଭଳି ଆୟ ମଧ୍ୟ ବିଭାଗ ଗତ ବର୍ଷ ତୁଳନାରେ ବୃଦ୍ଧି କରିବାକୁ ଯୋଜନା କରିଛି। ବିଭିନ୍ନ ରାଜସ୍ୱ ଓ ଅନ୍ୟାନ୍ୟ ଅର୍ଥ ମିଶାଇ ଆସନ୍ତା ଆର୍ôଥକ ବର୍ଷରେ ବିଭାଗ ୭୦୮ କୋଟି ୫୪ ଲକ୍ଷ ଟଙ୍କା ଆୟ କରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ଗୁରୁବାର କର୍ପୋରେସନ ବୈଠକରେ ଗୃହକୁ ଅବଗତ କରାଯାଇଛି।
ଶୁକ୍ରବାର ମେୟରଙ୍କ ଅଧ୍ୟକ୍ଷତାରେ କର୍ପୋରେସନ ବୈଠକ ବସିଥିବା ବେଳେ ୨୦୨୩-୨୪ ଆର୍ôଥକ ବର୍ଷର ଚିଠା ବଜେଟ ଆଗତ ହୋଇଛି।

ଯଦି ଏହି ବଜେଟ ଉପରେ କିଛି ଆପତ୍ତି ଥାଏ ତେବେ ଆସନ୍ତା କର୍ପୋରେସନ ବୈଠକ ସୁଦ୍ଧା ପରାମର୍ଶ ଓ ସଂଶୋଧନ କରିବାକୁ ପରାମର୍ଶ ଦେବାକୁ କୁହାଯାଇଛି। ପରବର୍ତ୍ତି ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ୍‌‌ ଉପସ୍ଥାପନ ସହିତ ଏହା ମାର୍ଚ୍ଚ ୧୫ ସୁଦ୍ଧା ସରକାରୀ ଅନୁମୋଦନ ପାଇବାର ବିଧି ରହିଛି। ଗତ ବର୍ଷ ବିଏମସି ବଜେଟ୍‌‌ ୬୨୯ କୋଟି ରହିଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧି ହୋଇଛି। ୨୦୨୩-୨୪ରେ ୧୦୫ କୋଟି ଟିକସ ଆଦାୟ ଆଦାୟ ଲକ୍ଷ୍ୟ ରହିଥିବା ବେଳେ ପର୍ଯ୍ୟାୟକ୍ରମେ ଆସିବାକୁ ଥିବା ରାଜସ୍ୱ ବାବଦକୁ ୮୪ କୋଟି ଟଙ୍କା ଆୟର ଯୋଜନା ରହିଛି। ସେହିପରି ଫି ଓ ୟୁଜର ଚାର୍ଜେସ ବାବଦକୁ ୧୦୬ କୋଟି ଟଙ୍କା ଆୟ ଯୋଜନା ରହିଥିବା ବେଳେ ଅନ୍ୟ ଆୟକୁ ମିଶାଇ ମୋଟ୍‌‌ ରାଜସ୍ୱ ଆୟ ୫୮୯ କୋଟିର ଧାର୍ଯ୍ୟ ଲକ୍ଷ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସେହିପରି ଖର୍ଚ୍ଚ ବାବଦକୁ ବଜେଟ୍‌‌ରେ ରାସ୍ତା, ପରିମଳ, ଡ୍ରେନେ ସହିତ ଆଲୋକୀକରଣ ଆଦି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ନୂଆ ଯୋଜନା ପାଇଁ ବ୍ୟୟ ବରାଦକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ବିଏମ୍‌‌ସି ଅଞ୍ଚଳରେ ୱାର୍ଡ ଅଫିସ ସହିତ ଛୋଟ ଛୋଟ କମ୍ୟୁନିଟି ସେଣ୍ଟର ନିର୍ମାଣ ଉପରେ ବଜେଟ୍‌‌ରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ବିଭିନ୍ନ ମାର୍କେଟ୍‌‌ ଆଦିର ନବୀକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସମସ୍ତ ବ୍ୟୟକୁ ମିଶାଇ ମୋଟ୍‌‌ ରାଜସ୍ୱ ବ୍ୟୟର ପରିମାଣ ୪୦୦ କୋଟି ୧୦ ଲକ୍ଷ ଟଙ୍କା ରହିଥିବା ବେଳେ ପୁଞ୍ଜିଗତ ବ୍ୟୟର ପରିମାଣ ୨୮୯ କୋଟି ୯୨ ଲକ୍ଷ ରହିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏହି କର୍ପୋରେସନ ବୈଠକରେ ଚିଠା ବଜେଟ ଆଗତ ହେବା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ମୁଖ୍ୟତଃ ଉଠା ଦୋକାନୀଙ୍କ ଥଇଥାନ ଉପରେ ବୈଠକରେ ସଦସ୍ୟମାନେ ଗୁରୁତ୍ୱ ଦେବା ସହିତ ବିଏମସିରେ ଲ’ ଅଫିସର ନିଯୁକ୍ତି ଉପରେ ଆଲୋଚନା କରାଯାଇଛି। ସେହିପରି ସହରର ସମସ୍ତ ସମ୍ପଦ କେନ୍ଦ୍ରରେ ଆସନ୍ତା ୨ ମାସ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଛି। ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବିଏମସି କମିସନର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

28 Jan 2023 By The Sakala

ଏଥର ୬୯୦ କୋଟିର ବିଏମ୍‌‌ସି ବଜେଟ

ଭୁବନେଶ୍ୱର : ୨୦୨୩-୨୪ ଆର୍ଥ଄କ ବର୍ଷ ପାଇଁ ବିଏମସି ୬୯୦ କୋଟି ୨ ଲକ୍ଷ ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛି। ସହରାଞ୍ଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ମୋଟା ଅଙ୍କର ବ୍ୟୟ ବରାଦ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଖର୍ଚ୍ଚ ଭଳି ଆୟ ମଧ୍ୟ ବିଭାଗ ଗତ ବର୍ଷ ତୁଳନାରେ ବୃଦ୍ଧି କରିବାକୁ ଯୋଜନା କରିଛି। ବିଭିନ୍ନ ରାଜସ୍ୱ ଓ ଅନ୍ୟାନ୍ୟ ଅର୍ଥ ମିଶାଇ ଆସନ୍ତା ଆର୍ôଥକ ବର୍ଷରେ ବିଭାଗ ୭୦୮ କୋଟି ୫୪ ଲକ୍ଷ ଟଙ୍କା ଆୟ କରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ଗୁରୁବାର କର୍ପୋରେସନ ବୈଠକରେ ଗୃହକୁ ଅବଗତ କରାଯାଇଛି।
ଶୁକ୍ରବାର ମେୟରଙ୍କ ଅଧ୍ୟକ୍ଷତାରେ କର୍ପୋରେସନ ବୈଠକ ବସିଥିବା ବେଳେ ୨୦୨୩-୨୪ ଆର୍ôଥକ ବର୍ଷର ଚିଠା ବଜେଟ ଆଗତ ହୋଇଛି।

ଯଦି ଏହି ବଜେଟ ଉପରେ କିଛି ଆପତ୍ତି ଥାଏ ତେବେ ଆସନ୍ତା କର୍ପୋରେସନ ବୈଠକ ସୁଦ୍ଧା ପରାମର୍ଶ ଓ ସଂଶୋଧନ କରିବାକୁ ପରାମର୍ଶ ଦେବାକୁ କୁହାଯାଇଛି। ପରବର୍ତ୍ତି ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ୍‌‌ ଉପସ୍ଥାପନ ସହିତ ଏହା ମାର୍ଚ୍ଚ ୧୫ ସୁଦ୍ଧା ସରକାରୀ ଅନୁମୋଦନ ପାଇବାର ବିଧି ରହିଛି। ଗତ ବର୍ଷ ବିଏମସି ବଜେଟ୍‌‌ ୬୨୯ କୋଟି ରହିଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧି ହୋଇଛି। ୨୦୨୩-୨୪ରେ ୧୦୫ କୋଟି ଟିକସ ଆଦାୟ ଆଦାୟ ଲକ୍ଷ୍ୟ ରହିଥିବା ବେଳେ ପର୍ଯ୍ୟାୟକ୍ରମେ ଆସିବାକୁ ଥିବା ରାଜସ୍ୱ ବାବଦକୁ ୮୪ କୋଟି ଟଙ୍କା ଆୟର ଯୋଜନା ରହିଛି। ସେହିପରି ଫି ଓ ୟୁଜର ଚାର୍ଜେସ ବାବଦକୁ ୧୦୬ କୋଟି ଟଙ୍କା ଆୟ ଯୋଜନା ରହିଥିବା ବେଳେ ଅନ୍ୟ ଆୟକୁ ମିଶାଇ ମୋଟ୍‌‌ ରାଜସ୍ୱ ଆୟ ୫୮୯ କୋଟିର ଧାର୍ଯ୍ୟ ଲକ୍ଷ୍ୟ ରହିଛି।

ସେହିପରି ଖର୍ଚ୍ଚ ବାବଦକୁ ବଜେଟ୍‌‌ରେ ରାସ୍ତା, ପରିମଳ, ଡ୍ରେନେ ସହିତ ଆଲୋକୀକରଣ ଆଦି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ନୂଆ ଯୋଜନା ପାଇଁ ବ୍ୟୟ ବରାଦକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ବିଏମ୍‌‌ସି ଅଞ୍ଚଳରେ ୱାର୍ଡ ଅଫିସ ସହିତ ଛୋଟ ଛୋଟ କମ୍ୟୁନିଟି ସେଣ୍ଟର ନିର୍ମାଣ ଉପରେ ବଜେଟ୍‌‌ରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ବିଭିନ୍ନ ମାର୍କେଟ୍‌‌ ଆଦିର ନବୀକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସମସ୍ତ ବ୍ୟୟକୁ ମିଶାଇ ମୋଟ୍‌‌ ରାଜସ୍ୱ ବ୍ୟୟର ପରିମାଣ ୪୦୦ କୋଟି ୧୦ ଲକ୍ଷ ଟଙ୍କା ରହିଥିବା ବେଳେ ପୁଞ୍ଜିଗତ ବ୍ୟୟର ପରିମାଣ ୨୮୯ କୋଟି ୯୨ ଲକ୍ଷ ରହିଛି।

ଏହି କର୍ପୋରେସନ ବୈଠକରେ ଚିଠା ବଜେଟ ଆଗତ ହେବା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ମୁଖ୍ୟତଃ ଉଠା ଦୋକାନୀଙ୍କ ଥଇଥାନ ଉପରେ ବୈଠକରେ ସଦସ୍ୟମାନେ ଗୁରୁତ୍ୱ ଦେବା ସହିତ ବିଏମସିରେ ଲ’ ଅଫିସର ନିଯୁକ୍ତି ଉପରେ ଆଲୋଚନା କରାଯାଇଛି। ସେହିପରି ସହରର ସମସ୍ତ ସମ୍ପଦ କେନ୍ଦ୍ରରେ ଆସନ୍ତା ୨ ମାସ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଛି। ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବିଏମସି କମିସନର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/khordha/690-crore-bmc-budget-this-time/article-18476
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର