କେନ୍ଦୁଝର ଜିଲ୍ଲାରେ ଖୁବ୍‌ଶୀଘ୍ର ଗଡିବ ‘ମୋ ବସ୍’, ୫ ସହରରେ ଆରମ୍ଭ ହେବ ଇ-ବସ ସେବା

The Sakala Picture
Published On

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାରେ ତୁରନ୍ତ ‘ମୋ ବସ୍’ ସେବା ଆରମ୍ଭ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଖଣିଜ ଜିଲ୍ଲା କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଗମନାଗମନ ସୁଲଭ ଓ ସୁଗମ ହୋଇପାରିବ । ନିକଟରେ ଘୋଷଣା କରାଯାଇଥିବା ପିଏମ ଇ-ବସ୍ ଯୋଜନା ଭଳି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଭୁବନେଶ୍ୱର, କଟକ, ରାଉରକେଲା, କେନ୍ଦୁଝର ଏବଂ ସମ୍ବଲପୁରର ପ୍ରମୁଖ ସ୍ଥାନଗୁଡିକରେ ଇ-ବସ୍ ସେବା ଆରମ୍ଭ କରିବାକୁ ଯୋଜନା କରିଛି । ଏହି ରଣନୀତିକ […]

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାରେ ତୁରନ୍ତ ‘ମୋ ବସ୍’ ସେବା ଆରମ୍ଭ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଖଣିଜ ଜିଲ୍ଲା କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଗମନାଗମନ ସୁଲଭ ଓ ସୁଗମ ହୋଇପାରିବ । ନିକଟରେ ଘୋଷଣା କରାଯାଇଥିବା ପିଏମ ଇ-ବସ୍ ଯୋଜନା ଭଳି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଭୁବନେଶ୍ୱର, କଟକ, ରାଉରକେଲା, କେନ୍ଦୁଝର ଏବଂ ସମ୍ବଲପୁରର ପ୍ରମୁଖ ସ୍ଥାନଗୁଡିକରେ ଇ-ବସ୍ ସେବା ଆରମ୍ଭ କରିବାକୁ ଯୋଜନା କରିଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ

ଏହି ରଣନୀତିକ ପଦକ୍ଷେପ ‘କ୍ରୁଟ’ର ପରିବେଶ ପ୍ରତି ଥିବା ଉତ୍ତରଦାୟିତ୍ୱ ଓ ପ୍ରତିବଦ୍ଧତା ଉପରେ କେବଳ ଗୁରୁତ୍ୱ ଦେଉ ନାହିଁ, ବରଂ ଓଡିଶାରେ ଅଭିନବ ତଥା ପରିବେଶ ଅନୁକୂଳ ବିକଳ୍ପ ପରିବହନ ବ୍ୟବସ୍ଥା ଗ୍ରହଣ କରିବାରେ ପ୍ରଥମରେ ରହିଛି । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ର ୪୪ତମ ବୋର୍ଡ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ତଥା କ୍ରୁଟ୍ ର ଅଧ୍ୟକ୍ଷଙ୍କ ଅଧ୍ୟତାରେ ସୋମବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

ଏହି ପଦକ୍ଷେପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ, କ୍ରୁଟ୍ ଏକ ବ୍ୟାପକ ଭିତ୍ତିଭୂମି ବିକାଶ ଯୋଜନା କରିଛି । ପ୍ରମୁଖ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ମଧ୍ୟରେ କଟକ ନରାଜରେ ଏକ ଆଧୁନିକ ବସ୍ ଡିପୋ, ଗାଡକଣ ଠାରେ ଏକ ଉତ୍ସର୍ଗୀକୃତ ଇଲେକ୍ଟ୍ରୋନିକ ଭେହିକିଲ (ଇଭି) ଡିପୋ ଏବଂ ଭୁବନେଶ୍ୱରର ପୋଖରୀପୁଟରେ ଏକ ଅତ୍ୟାଧୁନିକ ବସ୍ ଡିପୋ ନିର୍ମାଣ ଅନ୍ତର୍ଭୁକ୍ତ ।

ଆହୁରି ପଢ଼ନ୍ତୁ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

ଏହାଛଡା ଭୁବନେଶ୍ୱରର ଅରିଜିନ ଡେଷ୍ଟିନେସନ ଟର୍ମିନାଲ୍ ଘାଟିକିଆରେ ଏକ ଇଲେକ୍ଟ୍ରିକ୍ ଚାର୍ଜିଂ ଷ୍ଟେସନ୍ ସ୍ଥାପନ ସହ ଗଞ୍ଜାମର ଛତ୍ରପୁର, ଗୋପାଳପୁର ଓ ହଳଦୀପଦର ଏବଂ ସମ୍ବଲପୁରର ମୋଦୀପଡା ଏବଂ ଅଇଁଠାପାଲିରେ ଅରିଜିନ ଡେଷ୍ଟିନେସନ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ କ୍ରୁଟ୍ ଯୋଜନା କରିଛି । ପୁନରୁଦ୍ଧାର ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ କ୍ରୁଟ୍ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ଥିବା ବସ୍ ଟର୍ମିନାଲର ମରାମତି, ନବୀକରଣ ଏବଂ ଉନ୍ନତି ପାଇଁ ସମ୍ବଳ ଯୋଗାଇ ଦେଇଛି । ଏହିସବୁ ଭିତ୍ତିଭୂମି, ପଦକ୍ଷେପ ଏବଂ ଉନ୍ନତି ଲୋକମାନଙ୍କ ପାଇଁ ଭ୍ରମଣ ଅଭିଜ୍ଞତାକୁ ଆହୁରି ସହଜ କରିବ ବୋଲି ଆଶା କରାଯାଉଛି ।

ରାଜ୍ୟ ସରକାରଙ୍କ “୫-ଟି” ଉପକ୍ରମ ଆଧାରରେ ରାଜ୍ୟର ବିଭିନ୍ନ ପରିଚାଳନା କ୍ଷେତ୍ରରେ କାର୍ୟ୍ୟରତ କର୍ମଚାରୀଙ୍କ ଆଭାସୀ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶକୁ ସୁଗମ କରିବା ପାଇଁ ପଟିଆ ଏବଂ ଭଗବାନପୁର ଡିପୋରେ ଅତ୍ୟାଧୁନିକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି,ରାଜ୍ୟବାସୀଙ୍କ ସେବାରେ ଏକ ବୃତ୍ତିଗତ ତାଲିମପ୍ରାପ୍ତ କର୍ମଚାରୀ ଦଳକୁ ସବୁ ସମୟରେ ପ୍ରସ୍ତୁତ ରଖିବା । ଏହି ବୋର୍ଡ ବୈଠକରେ ଜନସାଧାରଣଙ୍କ କଲ୍ୟାଣ ପାଇଁ ସଂଗଠନ ନୂତନତ୍ୱ, ସ୍ଥିରତା ଏବଂ ନିରନ୍ତର ସେବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତିଗୁଡ଼ିକ ପ୍ରଗତିଶୀଳ ଓଡିଶାର ଆକାଂକ୍ଷା ପୂରଣ ସହ ଅଧିକ ଯୋଗାଯୋଗ ସମ୍ପନ୍ନ, ଦକ୍ଷ ଏବଂ ପରିବେଶ-ସଚେତନ ସହରାଞ୍ଚଳ ପରିବହନ ବ୍ୟବସ୍ଥା ପାଇଁ ଢାଞ୍ଚା ସ୍ଥାପନ କରିଛି ।

ଏହି ବୈଠକରେ ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ  ଜି ମାଥି ଭଥନନ, ଭୁବନେଶ୍ୱର-କଟକ-ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରୁଟର ପରିଚାଳନା ନିର୍ଦ୍ଦେଶକ  ଅରୁଣ ବୋଥ୍ରା, ପରିବହନ କମିଶନର  ଅମିତାଭ ଠାକୁର, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ  ବଲଓ୍ୱନ୍ତ ସିଂ, କଟକ ମହାନଗର ନିଗମ କମିଶନର ତଥା ସିଡିଏ ଉପାଧ୍ୟକ୍ଷ  ନିଖିଲ ପବନ କଲ୍ୟାଣ, ଗଞ୍ଜାମ, କେନ୍ଦୁଝର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳ ଉପସ୍ଥିତ ଥିଲେ ।

23 Aug 2023 By The Sakala

କେନ୍ଦୁଝର ଜିଲ୍ଲାରେ ଖୁବ୍‌ଶୀଘ୍ର ଗଡିବ ‘ମୋ ବସ୍’, ୫ ସହରରେ ଆରମ୍ଭ ହେବ ଇ-ବସ ସେବା

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାରେ ତୁରନ୍ତ ‘ମୋ ବସ୍’ ସେବା ଆରମ୍ଭ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଖଣିଜ ଜିଲ୍ଲା କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଗମନାଗମନ ସୁଲଭ ଓ ସୁଗମ ହୋଇପାରିବ । ନିକଟରେ ଘୋଷଣା କରାଯାଇଥିବା ପିଏମ ଇ-ବସ୍ ଯୋଜନା ଭଳି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଭୁବନେଶ୍ୱର, କଟକ, ରାଉରକେଲା, କେନ୍ଦୁଝର ଏବଂ ସମ୍ବଲପୁରର ପ୍ରମୁଖ ସ୍ଥାନଗୁଡିକରେ ଇ-ବସ୍ ସେବା ଆରମ୍ଭ କରିବାକୁ ଯୋଜନା କରିଛି ।

ଏହି ରଣନୀତିକ ପଦକ୍ଷେପ ‘କ୍ରୁଟ’ର ପରିବେଶ ପ୍ରତି ଥିବା ଉତ୍ତରଦାୟିତ୍ୱ ଓ ପ୍ରତିବଦ୍ଧତା ଉପରେ କେବଳ ଗୁରୁତ୍ୱ ଦେଉ ନାହିଁ, ବରଂ ଓଡିଶାରେ ଅଭିନବ ତଥା ପରିବେଶ ଅନୁକୂଳ ବିକଳ୍ପ ପରିବହନ ବ୍ୟବସ୍ଥା ଗ୍ରହଣ କରିବାରେ ପ୍ରଥମରେ ରହିଛି । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ର ୪୪ତମ ବୋର୍ଡ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ତଥା କ୍ରୁଟ୍ ର ଅଧ୍ୟକ୍ଷଙ୍କ ଅଧ୍ୟତାରେ ସୋମବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ପଦକ୍ଷେପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ, କ୍ରୁଟ୍ ଏକ ବ୍ୟାପକ ଭିତ୍ତିଭୂମି ବିକାଶ ଯୋଜନା କରିଛି । ପ୍ରମୁଖ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ମଧ୍ୟରେ କଟକ ନରାଜରେ ଏକ ଆଧୁନିକ ବସ୍ ଡିପୋ, ଗାଡକଣ ଠାରେ ଏକ ଉତ୍ସର୍ଗୀକୃତ ଇଲେକ୍ଟ୍ରୋନିକ ଭେହିକିଲ (ଇଭି) ଡିପୋ ଏବଂ ଭୁବନେଶ୍ୱରର ପୋଖରୀପୁଟରେ ଏକ ଅତ୍ୟାଧୁନିକ ବସ୍ ଡିପୋ ନିର୍ମାଣ ଅନ୍ତର୍ଭୁକ୍ତ ।

ଏହାଛଡା ଭୁବନେଶ୍ୱରର ଅରିଜିନ ଡେଷ୍ଟିନେସନ ଟର୍ମିନାଲ୍ ଘାଟିକିଆରେ ଏକ ଇଲେକ୍ଟ୍ରିକ୍ ଚାର୍ଜିଂ ଷ୍ଟେସନ୍ ସ୍ଥାପନ ସହ ଗଞ୍ଜାମର ଛତ୍ରପୁର, ଗୋପାଳପୁର ଓ ହଳଦୀପଦର ଏବଂ ସମ୍ବଲପୁରର ମୋଦୀପଡା ଏବଂ ଅଇଁଠାପାଲିରେ ଅରିଜିନ ଡେଷ୍ଟିନେସନ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ କ୍ରୁଟ୍ ଯୋଜନା କରିଛି । ପୁନରୁଦ୍ଧାର ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ କ୍ରୁଟ୍ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ଥିବା ବସ୍ ଟର୍ମିନାଲର ମରାମତି, ନବୀକରଣ ଏବଂ ଉନ୍ନତି ପାଇଁ ସମ୍ବଳ ଯୋଗାଇ ଦେଇଛି । ଏହିସବୁ ଭିତ୍ତିଭୂମି, ପଦକ୍ଷେପ ଏବଂ ଉନ୍ନତି ଲୋକମାନଙ୍କ ପାଇଁ ଭ୍ରମଣ ଅଭିଜ୍ଞତାକୁ ଆହୁରି ସହଜ କରିବ ବୋଲି ଆଶା କରାଯାଉଛି ।

ରାଜ୍ୟ ସରକାରଙ୍କ “୫-ଟି” ଉପକ୍ରମ ଆଧାରରେ ରାଜ୍ୟର ବିଭିନ୍ନ ପରିଚାଳନା କ୍ଷେତ୍ରରେ କାର୍ୟ୍ୟରତ କର୍ମଚାରୀଙ୍କ ଆଭାସୀ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶକୁ ସୁଗମ କରିବା ପାଇଁ ପଟିଆ ଏବଂ ଭଗବାନପୁର ଡିପୋରେ ଅତ୍ୟାଧୁନିକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି,ରାଜ୍ୟବାସୀଙ୍କ ସେବାରେ ଏକ ବୃତ୍ତିଗତ ତାଲିମପ୍ରାପ୍ତ କର୍ମଚାରୀ ଦଳକୁ ସବୁ ସମୟରେ ପ୍ରସ୍ତୁତ ରଖିବା । ଏହି ବୋର୍ଡ ବୈଠକରେ ଜନସାଧାରଣଙ୍କ କଲ୍ୟାଣ ପାଇଁ ସଂଗଠନ ନୂତନତ୍ୱ, ସ୍ଥିରତା ଏବଂ ନିରନ୍ତର ସେବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତିଗୁଡ଼ିକ ପ୍ରଗତିଶୀଳ ଓଡିଶାର ଆକାଂକ୍ଷା ପୂରଣ ସହ ଅଧିକ ଯୋଗାଯୋଗ ସମ୍ପନ୍ନ, ଦକ୍ଷ ଏବଂ ପରିବେଶ-ସଚେତନ ସହରାଞ୍ଚଳ ପରିବହନ ବ୍ୟବସ୍ଥା ପାଇଁ ଢାଞ୍ଚା ସ୍ଥାପନ କରିଛି ।

ଏହି ବୈଠକରେ ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ  ଜି ମାଥି ଭଥନନ, ଭୁବନେଶ୍ୱର-କଟକ-ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରୁଟର ପରିଚାଳନା ନିର୍ଦ୍ଦେଶକ  ଅରୁଣ ବୋଥ୍ରା, ପରିବହନ କମିଶନର  ଅମିତାଭ ଠାକୁର, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ  ବଲଓ୍ୱନ୍ତ ସିଂ, କଟକ ମହାନଗର ନିଗମ କମିଶନର ତଥା ସିଡିଏ ଉପାଧ୍ୟକ୍ଷ  ନିଖିଲ ପବନ କଲ୍ୟାଣ, ଗଞ୍ଜାମ, କେନ୍ଦୁଝର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର