ଅଟୋ ଚଳାଇ ସ୍ୱାବଲମ୍ବୀ ଆଦିବାସୀ ଯୁବତୀ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତେଲକୋଇ ବ୍ଲକର ଜଣେ ଯୁବତୀ ଅଟୋ ଚଳାଇ ସ୍ୱାବଲମ୍ବୀ ହୋଇଛନ୍ତି। ସେ ହେଲେ ୨୪ ବର୍ଷର ଯୁବତୀ ବିନତୀ ଦଣ୍ଡପାଟ। ଅନ୍ୟ ଆଦିବାସୀ ଯୁବତୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସେ। ଅର୍ଥାଭାବରୁ ୬ ବର୍ଷ ହେବ ନବମ ଶ୍ରେଣୀରୁ ପାଠ ଛାଡ଼ି ଘର ଚଳାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ବିନତୀ। କିଛି ଲୋକଙ୍କ ସହାୟତାରେ ଏକ ଅଟୋ ବ୍ୟାଙ୍କ୍‍ରୁ ଲୋନ୍‍ରେ ଆଣି ପ୍ରତିଦିନ ଚଳାଇ ଘରର ଗୁଜୁରାଣ ମେଣ୍ଟାଉଛନ୍ତି। […]

ତେଲକୋଇ: କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତେଲକୋଇ ବ୍ଲକର ଜଣେ ଯୁବତୀ ଅଟୋ ଚଳାଇ ସ୍ୱାବଲମ୍ବୀ ହୋଇଛନ୍ତି। ସେ ହେଲେ ୨୪ ବର୍ଷର ଯୁବତୀ ବିନତୀ ଦଣ୍ଡପାଟ। ଅନ୍ୟ ଆଦିବାସୀ ଯୁବତୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସେ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କକୁ ନ ଆସିଲେ, ଜମା ଟଙ୍କା ଦେଇହେବନି କହିଲା ବ୍ୟାଙ୍କ; ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କକୁ କାନ୍ଧେଇ ନେଲା ଭାଇ

ଅର୍ଥାଭାବରୁ ୬ ବର୍ଷ ହେବ ନବମ ଶ୍ରେଣୀରୁ ପାଠ ଛାଡ଼ି ଘର ଚଳାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ବିନତୀ। କିଛି ଲୋକଙ୍କ ସହାୟତାରେ ଏକ ଅଟୋ ବ୍ୟାଙ୍କ୍‍ରୁ ଲୋନ୍‍ରେ ଆଣି ପ୍ରତିଦିନ ଚଳାଇ ଘରର ଗୁଜୁରାଣ ମେଣ୍ଟାଉଛନ୍ତି। ଅଟୋ ଚଳାଇ ଅନ୍ୟ ଯୁବତୀଙ୍କ ପାଇଁ ପ୍ରେରଣା ଯୋଗାଉଛନ୍ତି ବିନତୀ। ତେଲକୋଇ ବ୍ଲକର ଟୁଙ୍ଗୁରୁବାହାଳ ଗାଁରେ ବିନତୀ ଦଣ୍ଡପାଟଙ୍କ ଘର। ଜଗମୋହପୁର ବଜାରରେ ଅଟୋ ଷ୍ଟାଣ୍ଡ୍‍ରେ ଅଟୋକୁ ଲାଇନ୍‍ରେ ରଖି ବିଭିନ୍ନ ଗାଁ ଗହଳିକୁ ଲୋକଙ୍କୁ ନେବା ଆଣିବା କରିଥାନ୍ତି। ଘରେ ବାପାମାଆ ଓ ଛୋଟ ଭାଇଙ୍କୁ ନେଇ ବିନତୀଙ୍କ ପରିବାର। ବାପା ଛେଳି ଚରାଉଥିବାବେଳେ ମାଆ ମୂଲମଜୁରୀ କରନ୍ତି। ସେଥିରେ ଘର ଚଳାଇବା ଓ ସାନଭାଇକୁ ପାଠ ପଢ଼଼ାଇବା ସମ୍ଭବ ହୋଇ ନ ଥାଏ। ସାନଭାଇର ପାଠପଢ଼଼ା ପାଇଁ ଅର୍ଥର ଆବଶ୍ୟକ ଥିବାବେଳେ ତାକୁ ପୂରଣ କରିବା ପାଇଁ ପ୍ରତିଦିନ ବିନତୀ ସକାଳୁ ଘରକାମ ସାରି ଅଟୋ ଚଳାଇବାକୁ ବାହାରି ଯାଆନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ବ୍ୟାଙ୍କରେ କଙ୍କାଳ ରଖିବା ଘଟଣା: ଜିତୁ ମୁଣ୍ଡାଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ବଜାରକୁ ଦୈନିକ ଅଟୋ ନେଇ ଯାଇଥାନ୍ତି। ଦିନସାରା ଅଟୋ ଚଳାଇ ୩ରୁ ୪ଶହ ଟଙ୍କା ରୋଜଗାର କରୁଥିବା କୁହନ୍ତି ବିନତୀ। ରାତ୍ର ସମୟରେ ନାଇଟ୍‍ ବସ୍‍ରେ ଓହ୍ଲାଉଥିବା ମହିଳାମାନେ ବିନତୀଙ୍କ ଅଟୋରେ ଯିବାପାଇଁ ସୁରକ୍ଷିତ ମଣିଥାନ୍ତି। ବିନତୀ ଜଣେ ସିକିଲ୍‍ସେଲ୍‌ଫ ରୋଗୀ। ମାସକୁ ୬୩୨୦ ଟଙ୍କା ବ୍ୟାଙ୍କର କିସ୍ତି ଶୁଝିବା ପରେ ବାକି ଟଙ୍କା ଘର ଚଳାଇବା, ନିଜର ମାସକୁ ୭୦୦ ଟଙ୍କାରେ ଔଷଧ ଓ ସାନଭାଇର ପାଠପଢ଼଼ା କାମରେ ଲାଗିଥାଏ। ବଡ଼ଝିଅ ହିସାବରେ ଅଟୋ ଚଳାଇ ଘରକୁ ଚଳାଇଥାନ୍ତି ବିନତୀ। ସକାଳୁ ଲୋକଙ୍କୁ ଅଟୋରେ ବସାଇ ଗନ୍ତବ୍ୟ ସ୍ଥାନରେ ଛାଡ଼ିବା ଓ ଆଣିବା କାମରେ ଲାଗିପଡ଼ନ୍ତି ବିନତୀ। ଖାଲି ସେତିକି ନୁହଁ ଅଟୋ ଚଳାଇବା ସହ ଘରର ଅନ୍ୟ କାମ ମଧ୍ୟ କରିଥାନ୍ତି ବିନତୀ। ସରକାରଙ୍କ ପକ୍ଷରୁ କିଛି ସହାୟତା ଯୋଗାଇଦେଲେ ବିନତୀ ଅଧିକ କିଛି କରିପାରିବେ ବୋଲି ଦାବି ରଖିଛନ୍ତି ଅଞ୍ଚଳବାସୀ। ସରକାର ଆଜି ସବୁ କ୍ଷେତ୍ରରେ ମହିଳା ସଶକ୍ତୀକରଣ ପାଇଁ ଆହ୍ୱାନ ଦେଇଛନ୍ତି। ଜଣେ ଚାହିଁଲେ ପରିବାର ଚଳାଇପାରିବ ଓ ପିଲାଙ୍କ ସ୍ୱପ୍ନ ମଧ୍ୟ ପୂରଣ କରିପାରିବ। କେବଳ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ଦରକାର ବୋଲି ବିନତୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜମା ଟଙ୍କା ପାଇଁ ଭଉଣୀ କଙ୍କାଳ ବ୍ୟାଙ୍କ୍‌କୁ ନେବା ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC

22 Dec 2021 By The Sakala

ଅଟୋ ଚଳାଇ ସ୍ୱାବଲମ୍ବୀ ଆଦିବାସୀ ଯୁବତୀ

ତେଲକୋଇ: କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତେଲକୋଇ ବ୍ଲକର ଜଣେ ଯୁବତୀ ଅଟୋ ଚଳାଇ ସ୍ୱାବଲମ୍ବୀ ହୋଇଛନ୍ତି। ସେ ହେଲେ ୨୪ ବର୍ଷର ଯୁବତୀ ବିନତୀ ଦଣ୍ଡପାଟ। ଅନ୍ୟ ଆଦିବାସୀ ଯୁବତୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସେ।

ଅର୍ଥାଭାବରୁ ୬ ବର୍ଷ ହେବ ନବମ ଶ୍ରେଣୀରୁ ପାଠ ଛାଡ଼ି ଘର ଚଳାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ବିନତୀ। କିଛି ଲୋକଙ୍କ ସହାୟତାରେ ଏକ ଅଟୋ ବ୍ୟାଙ୍କ୍‍ରୁ ଲୋନ୍‍ରେ ଆଣି ପ୍ରତିଦିନ ଚଳାଇ ଘରର ଗୁଜୁରାଣ ମେଣ୍ଟାଉଛନ୍ତି। ଅଟୋ ଚଳାଇ ଅନ୍ୟ ଯୁବତୀଙ୍କ ପାଇଁ ପ୍ରେରଣା ଯୋଗାଉଛନ୍ତି ବିନତୀ। ତେଲକୋଇ ବ୍ଲକର ଟୁଙ୍ଗୁରୁବାହାଳ ଗାଁରେ ବିନତୀ ଦଣ୍ଡପାଟଙ୍କ ଘର। ଜଗମୋହପୁର ବଜାରରେ ଅଟୋ ଷ୍ଟାଣ୍ଡ୍‍ରେ ଅଟୋକୁ ଲାଇନ୍‍ରେ ରଖି ବିଭିନ୍ନ ଗାଁ ଗହଳିକୁ ଲୋକଙ୍କୁ ନେବା ଆଣିବା କରିଥାନ୍ତି। ଘରେ ବାପାମାଆ ଓ ଛୋଟ ଭାଇଙ୍କୁ ନେଇ ବିନତୀଙ୍କ ପରିବାର। ବାପା ଛେଳି ଚରାଉଥିବାବେଳେ ମାଆ ମୂଲମଜୁରୀ କରନ୍ତି। ସେଥିରେ ଘର ଚଳାଇବା ଓ ସାନଭାଇକୁ ପାଠ ପଢ଼଼ାଇବା ସମ୍ଭବ ହୋଇ ନ ଥାଏ। ସାନଭାଇର ପାଠପଢ଼଼ା ପାଇଁ ଅର୍ଥର ଆବଶ୍ୟକ ଥିବାବେଳେ ତାକୁ ପୂରଣ କରିବା ପାଇଁ ପ୍ରତିଦିନ ବିନତୀ ସକାଳୁ ଘରକାମ ସାରି ଅଟୋ ଚଳାଇବାକୁ ବାହାରି ଯାଆନ୍ତି।

ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ବଜାରକୁ ଦୈନିକ ଅଟୋ ନେଇ ଯାଇଥାନ୍ତି। ଦିନସାରା ଅଟୋ ଚଳାଇ ୩ରୁ ୪ଶହ ଟଙ୍କା ରୋଜଗାର କରୁଥିବା କୁହନ୍ତି ବିନତୀ। ରାତ୍ର ସମୟରେ ନାଇଟ୍‍ ବସ୍‍ରେ ଓହ୍ଲାଉଥିବା ମହିଳାମାନେ ବିନତୀଙ୍କ ଅଟୋରେ ଯିବାପାଇଁ ସୁରକ୍ଷିତ ମଣିଥାନ୍ତି। ବିନତୀ ଜଣେ ସିକିଲ୍‍ସେଲ୍‌ଫ ରୋଗୀ। ମାସକୁ ୬୩୨୦ ଟଙ୍କା ବ୍ୟାଙ୍କର କିସ୍ତି ଶୁଝିବା ପରେ ବାକି ଟଙ୍କା ଘର ଚଳାଇବା, ନିଜର ମାସକୁ ୭୦୦ ଟଙ୍କାରେ ଔଷଧ ଓ ସାନଭାଇର ପାଠପଢ଼଼ା କାମରେ ଲାଗିଥାଏ। ବଡ଼ଝିଅ ହିସାବରେ ଅଟୋ ଚଳାଇ ଘରକୁ ଚଳାଇଥାନ୍ତି ବିନତୀ। ସକାଳୁ ଲୋକଙ୍କୁ ଅଟୋରେ ବସାଇ ଗନ୍ତବ୍ୟ ସ୍ଥାନରେ ଛାଡ଼ିବା ଓ ଆଣିବା କାମରେ ଲାଗିପଡ଼ନ୍ତି ବିନତୀ। ଖାଲି ସେତିକି ନୁହଁ ଅଟୋ ଚଳାଇବା ସହ ଘରର ଅନ୍ୟ କାମ ମଧ୍ୟ କରିଥାନ୍ତି ବିନତୀ। ସରକାରଙ୍କ ପକ୍ଷରୁ କିଛି ସହାୟତା ଯୋଗାଇଦେଲେ ବିନତୀ ଅଧିକ କିଛି କରିପାରିବେ ବୋଲି ଦାବି ରଖିଛନ୍ତି ଅଞ୍ଚଳବାସୀ। ସରକାର ଆଜି ସବୁ କ୍ଷେତ୍ରରେ ମହିଳା ସଶକ୍ତୀକରଣ ପାଇଁ ଆହ୍ୱାନ ଦେଇଛନ୍ତି। ଜଣେ ଚାହିଁଲେ ପରିବାର ଚଳାଇପାରିବ ଓ ପିଲାଙ୍କ ସ୍ୱପ୍ନ ମଧ୍ୟ ପୂରଣ କରିପାରିବ। କେବଳ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ଦରକାର ବୋଲି ବିନତୀ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର