ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କୁ କେନ୍ଦୁଝର ଧାରଣୀଧର ବିଶ୍ୱ ବିଦ୍ୟାଳୟର ଓ ଏସ ଡି ନିଯୁକ୍ତ କଲେ କୁଳପତି
କେନ୍ଦୁଝର: କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ ଓ ଏସ ଡି ଭାବେ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ମାନ୍ୟବର ରାଜ୍ୟପାଳ ତଥା କୁଳପତିଙ୍କର ନିର୍ଦେଶ କ୍ରମେ ପତ୍ର ସଙ୍ଖ୍ୟା ୫୮୩୨ ତା-୩୧/୭/୨୦୨୩ ଅନୁସାରେ କୁଳପତିଙ୍କର ପ୍ରମୁଖ ସଚିବ ଏହା ଜଣାଇଛନ୍ତି। ପ୍ରଫେସର ମହାନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ ବିଭାଗର ପ୍ରଫେସର ଏବଂ ପିଜି କାଉନସିଲର ଅଧ୍ୟକ୍ଷ ଅଛନ୍ତି। ତାଙ୍କୁ ଏହି ପଦବୀରେ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ପ୍ରକାଶ ଯୋଗ୍ୟଯେ ରାଜ୍ୟ […]
କେନ୍ଦୁଝର: କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ ଓ ଏସ ଡି ଭାବେ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ମାନ୍ୟବର ରାଜ୍ୟପାଳ ତଥା କୁଳପତିଙ୍କର ନିର୍ଦେଶ କ୍ରମେ ପତ୍ର ସଙ୍ଖ୍ୟା ୫୮୩୨ ତା-୩୧/୭/୨୦୨୩ ଅନୁସାରେ କୁଳପତିଙ୍କର ପ୍ରମୁଖ ସଚିବ ଏହା ଜଣାଇଛନ୍ତି। ପ୍ରଫେସର ମହାନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ ବିଭାଗର ପ୍ରଫେସର ଏବଂ ପିଜି କାଉନସିଲର ଅଧ୍ୟକ୍ଷ ଅଛନ୍ତି। ତାଙ୍କୁ ଏହି ପଦବୀରେ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ପ୍ରକାଶ ଯୋଗ୍ୟଯେ ରାଜ୍ୟ ସରକାର କେନ୍ଦୁଝରରେ ଧରଣୀଧର ବିଶ୍ଵବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରିବାପରେ ସବ ସେକ୍ସନ ନମ୍ବର ୧୯ ଏବଂ ସେକ୍ସନ ନମ୍ବର ୬ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ 1989 ଅନୁସାରେ ଉଚ୍ଚ ଶିକ୍ଷା ବିଭାଗ ନୋଟିଫିକେସନ ନମ୍ବର 6038/ଏଚ ଇ ତା-୧୧/୦୨/୨୦୧୩ ରେ ନୋଟିଫିକେସନ କରିଥିଲା।





