ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସହିଦ, ଦୁଇମାସ ତଳେ କରିଥିଲେ ବିବାହ

The Sakala Picture
Published On

କେନ୍ଦୁଝର : ନକ୍ସଲ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ । ଝାଡଖଣ୍ଡରେ ଘଟିଥିବା ମାଓ ଆକ୍ରମଣରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜିଛନ୍ତି ।ସହିଦ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ । ସୂଚନା ଅନୁସାରେ, କୁମ୍ବିଂ ଅପରେସନରେ ଝାଡ଼ଖଣ୍ଡ ଚାଇବାସା ଯାଇଥିଲେ ସିଆରପିଏଫ ଯବାନ । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଦୁଇ ଜଣ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ତୁରନ୍ତ […]

କେନ୍ଦୁଝର : ନକ୍ସଲ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ । ଝାଡଖଣ୍ଡରେ ଘଟିଥିବା ମାଓ ଆକ୍ରମଣରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜିଛନ୍ତି ।ସହିଦ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନା ଅନୁସାରେ, କୁମ୍ବିଂ ଅପରେସନରେ ଝାଡ଼ଖଣ୍ଡ ଚାଇବାସା ଯାଇଥିଲେ ସିଆରପିଏଫ ଯବାନ । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଦୁଇ ଜଣ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ତୁରନ୍ତ ଆହତ ଦୁଇ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହସ୍ପିଟାଲରେ ପହଁଚିବା ପରେ ସୁଶାନ୍ତ ଖୁଣ୍ଟିଆଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟ ବେଳେ ସୁଶାନ୍ତଙ୍କ ଛାତିରେ ଗୁଳି ଲାଗିଥିଲା । ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି ।

ଆହୁରି ପଢ଼ନ୍ତୁ: ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ କ୍ରାସ; ୧୫ ମୃତ, ୩୦ ଆହତ

ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମୃତ୍ୟୁ ଖବର ମିଳିବା ପରେ ଆନନ୍ଦପୁର ଅଞ୍ଚଳରେ ଶୋକର ଲହର ଖେଳିଯାଇଛି। ସୁଶାନ୍ତଙ୍କ ପରିବାର ଉପରେ ଯେପରି ଦୁଃଖର କଳାବାଦଲ ଖେଳିଯାଇଛି। ୨୦୨୧ରେ ସୁଶାନ୍ତଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ୨ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୁଶାନ୍ତଙ୍କ ବଡ଼ ଭାଇ ମଧ୍ୟ ସିଆରପିଏଫ୍ ଯବାନ ଥିଲେ। ୨ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ଆଉ ଜଣେ ଭାଇ ମଧ୍ୟ କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ବାପା ଓ ୨ ଭାଇଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକ ପୈତୃକ ଘର ଛାଡ଼ି,ଆନନ୍ଦପୁରରେ ଏକ ଭଡ଼ା ଘରେ ରହିଥିଲେ। କିନ୍ତୁ କିଛି ଦିନ ହେବ ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣି ଗାରେଡି ସନ୍ଦେହରେ ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp