ମୌସୁମୀବର୍ଷା ଯୋଗୁଁ ତେଲକୋଇ ଅଞ୍ଚଳର ଘୁରୁଡ଼ିଆ ନାଳ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି, ଯାତାୟାତ ବାଧାପ୍ରାପ୍ତ

The Sakala Picture
Published On

ତେଲକୋଇ/କେନ୍ଦୁଝର: ତେଲକୋଇ ଅଞ୍ଚଳରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚର ବର୍ଷାଜଳ ପ୍ରଭାହିତ ହେଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଗୋଟିଏ ପଞ୍ଚାୟତର ଛଅ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ରାତିତମାମ ବର୍ଷା ଜାରି ରହିଥିବାଯୋଗୁଁ ନାଳର ଜଳପତନ ବୃଦ୍ଧି ପାଇଥିଲା । ଫଳରେ ବର୍ଷା ଜଳ ପୋଲ ଉପରେ ପ୍ରବାହିତ ହେଉଛି। ପଞ୍ଚାୟତର ସରେଇ, କରଦାଙ୍ଗି, ଶାମନାଳି, କମଳାବଣି, ଖଳିଢିପସାହି, […]

ତେଲକୋଇ/କେନ୍ଦୁଝର: ତେଲକୋଇ ଅଞ୍ଚଳରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚର ବର୍ଷାଜଳ ପ୍ରଭାହିତ ହେଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଗୋଟିଏ ପଞ୍ଚାୟତର ଛଅ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ରାତିତମାମ ବର୍ଷା ଜାରି ରହିଥିବାଯୋଗୁଁ ନାଳର ଜଳପତନ ବୃଦ୍ଧି ପାଇଥିଲା । ଫଳରେ ବର୍ଷା ଜଳ ପୋଲ ଉପରେ ପ୍ରବାହିତ ହେଉଛି। ପଞ୍ଚାୟତର ସରେଇ, କରଦାଙ୍ଗି, ଶାମନାଳି, କମଳାବଣି, ଖଳିଢିପସାହି, ଚକଧର,ମହାନ୍ତ ସାହି ପ୍ରଭୃତି ଗାଁ ଓ ସାହି ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ସେପଟେ ତେଲକୋଇ ଭୂବନେଶ୍ୱର ରାସ୍ତାର ଡ୍ରାଇଭରସନ ରୋଡ ବର୍ଷାଜଳରେ ଭାସି ଯାଇଥିବାରୁ ତେଲକୋଇରୁ ଭୂବନେଶ୍ୱର, ଅନଗୁଳ, ଢେଙ୍କାନାଳ, ତାଳଚେରକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି।ଅନ୍ୟପଟେ ତେଲକୋଇର ୩ଟି ପଞ୍ଚାୟତ ସିରିଗିଡା,ବିମଳା,ରାଇସୁଆଁ ଏହି ରାସ୍ତା ଭାସିଯିବା ଯୋଗୁଁ ତେଲକୋଇରୁ ବିଛିନ୍ନ ହୋଇପଡିଛି। ଗୁରୁତର ରୋଗୀଙ୍କୁ ମେଡିକାଲ ନେବାପାଇଁ ଅସୁବିଧା ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

25 Jun 2023 By The Sakala

ମୌସୁମୀବର୍ଷା ଯୋଗୁଁ ତେଲକୋଇ ଅଞ୍ଚଳର ଘୁରୁଡ଼ିଆ ନାଳ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି, ଯାତାୟାତ ବାଧାପ୍ରାପ୍ତ

ତେଲକୋଇ/କେନ୍ଦୁଝର: ତେଲକୋଇ ଅଞ୍ଚଳରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚର ବର୍ଷାଜଳ ପ୍ରଭାହିତ ହେଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଗୋଟିଏ ପଞ୍ଚାୟତର ଛଅ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।

ରାତିତମାମ ବର୍ଷା ଜାରି ରହିଥିବାଯୋଗୁଁ ନାଳର ଜଳପତନ ବୃଦ୍ଧି ପାଇଥିଲା । ଫଳରେ ବର୍ଷା ଜଳ ପୋଲ ଉପରେ ପ୍ରବାହିତ ହେଉଛି। ପଞ୍ଚାୟତର ସରେଇ, କରଦାଙ୍ଗି, ଶାମନାଳି, କମଳାବଣି, ଖଳିଢିପସାହି, ଚକଧର,ମହାନ୍ତ ସାହି ପ୍ରଭୃତି ଗାଁ ଓ ସାହି ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉଛନ୍ତି।

ସେପଟେ ତେଲକୋଇ ଭୂବନେଶ୍ୱର ରାସ୍ତାର ଡ୍ରାଇଭରସନ ରୋଡ ବର୍ଷାଜଳରେ ଭାସି ଯାଇଥିବାରୁ ତେଲକୋଇରୁ ଭୂବନେଶ୍ୱର, ଅନଗୁଳ, ଢେଙ୍କାନାଳ, ତାଳଚେରକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି।ଅନ୍ୟପଟେ ତେଲକୋଇର ୩ଟି ପଞ୍ଚାୟତ ସିରିଗିଡା,ବିମଳା,ରାଇସୁଆଁ ଏହି ରାସ୍ତା ଭାସିଯିବା ଯୋଗୁଁ ତେଲକୋଇରୁ ବିଛିନ୍ନ ହୋଇପଡିଛି। ଗୁରୁତର ରୋଗୀଙ୍କୁ ମେଡିକାଲ ନେବାପାଇଁ ଅସୁବିଧା ସୃଷ୍ଟି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର