କର୍ମଚାରୀଙ୍କ ବେପରୁଆ ମନୋଭାବ: ପ୍ରଥମ ଡୋଜ ନେଳେ ଆସୁଛି ଦ୍ବିତୀୟ ଡୋଜର ପ୍ରମାଣପତ୍ର, ୩ମାସ ତଳୁ ନେଇଥିବା ବ୍ଯକ୍ତିଙ୍କ ଏଯାଏଁ ଆସିନି ପ୍ରଥମ ଡୋଜର ମେସେଜ

The Sakala Picture
Published On

ଘଟଗାଁ: କୋଭିଡି ଟିକା ନେବା ପରେ ତ୍ରୁଟି ପୂର୍ଣ୍ଣ ମେସେଜ ଆସୁଥିବାରୁ ଲୋକେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରୁ । ୧୫ରୁ ୧୮ବର୍ଷ ପିଲାଙ୍କୁ କରୋନା ଟିକା ଦାନ ଆରମ୍ଭ ହୋଇଛି। ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ଡେଙ୍ଗଣା ଗ୍ରାମର ଭଗବାନ ମହାନ୍ତଙ୍କ ପୁଅ ପଞ୍ଚାନନ ମହାନ୍ତ ଗତକାଲି ପ୍ରଥମ ଡୋଜ଼ କୋଭିଡି ଟିକା ନେଇଥିଲେ। ଟିକା ନେବା ପରେ ତାଙ୍କ ପାଖକୁ ମେସେଜ ଆସିଥିଲା । […]

ଘଟଗାଁ: କୋଭିଡି ଟିକା ନେବା ପରେ ତ୍ରୁଟି ପୂର୍ଣ୍ଣ ମେସେଜ ଆସୁଥିବାରୁ ଲୋକେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରୁ । ୧୫ରୁ ୧୮ବର୍ଷ ପିଲାଙ୍କୁ କରୋନା ଟିକା ଦାନ ଆରମ୍ଭ ହୋଇଛି। ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ଡେଙ୍ଗଣା ଗ୍ରାମର ଭଗବାନ ମହାନ୍ତଙ୍କ ପୁଅ ପଞ୍ଚାନନ ମହାନ୍ତ ଗତକାଲି ପ୍ରଥମ ଡୋଜ଼ କୋଭିଡି ଟିକା ନେଇଥିଲେ। ଟିକା ନେବା ପରେ ତାଙ୍କ ପାଖକୁ ମେସେଜ ଆସିଥିଲା । ସେଥିରେ ଲେଖାଥିଲେ ସେ ଦ୍ୱିତୀୟ ଡୋଜ଼ ଟିକା ନେଇଛନ୍ତି ବୋଲି। ଏଭଳି ମେସେଜ ଦେଖି ଆଶ୍ଚର୍ଯ୍ଯ ହୋଇଛନ୍ତି ପଞ୍ଚାନନ।  ଫଳରେ ସେ ଦ୍ୱିତୀୟ ଡୋଜ଼ ଟିକା ନେଇ ପାରିବେ କି ନାହିଁ ତାକୁ ନେଇ ଦୌନ୍ଦରେଥିବା କହିଛନ୍ତି। ଅପର ପକ୍ଷରେ କିଛି ଲୋକ ତିନି ମାସ ତଳୁ ଟିକା ନେଇ ଥିଲେ ମଧ୍ୟ ତାଙ୍କ ପାଖକୁ ମେସେଜ ନ ଆସିବା ଏବଂ ଦ୍ୱିତୀୟ ଡୋଜ଼ ଟିକା ନେବାରେ ସନ୍ଦେହ ଦେଖା ଦେଇଛି । ଏନେଇ ସଂପୃକ ଲୋକେ ସ୍ୱାସ୍ଥ୍ୟ ବିଭାଗଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଜଣା ପଡିଛି। କରୋନା ଟିକାକରଣରେ ନିୟୋଜିତ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହେଉ ଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର