ଝୁମର ଦେଖିବାକୁ ଯାଇଥିବା ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଝୁମର ଦେଖିବାକୁ ଯାଇ ନିଖୋଜ ଥିବା ନବାଳିକାର ମୃତଦେହ ଉଦ୍ଧାର ହୋଇଛି। ଗତ ୨୦ ତାରିଖ ରାତିରୁ ନିଖୋଜ ଥିବା ଆଦିବାସୀ ନାବାଳିକାର ମୃତଦେହ ମିଳିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଘଟଣାଟି ଘଟିଛି ସଦର ଥାନା ହଳଦିଆ ଗୁଣା ଗାଁରେ। ସୂଚନା ଅନୁସାରେ, ଗତ ୨୦ ତାରିଖ ଦିନ ଗାଁରେ ଚାଲିଥିବା ଝୁମର ନାଚ ଦେଖିବାକୁ ପରିବାର ଲୋକଙ୍କ ସହ ନାବାଳିକା ଜଣଙ୍କ ଆସିଥିଲେ […]

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଝୁମର ଦେଖିବାକୁ ଯାଇ ନିଖୋଜ ଥିବା ନବାଳିକାର ମୃତଦେହ ଉଦ୍ଧାର ହୋଇଛି। ଗତ ୨୦ ତାରିଖ ରାତିରୁ ନିଖୋଜ ଥିବା ଆଦିବାସୀ ନାବାଳିକାର ମୃତଦେହ ମିଳିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଘଟଣାଟି ଘଟିଛି ସଦର ଥାନା ହଳଦିଆ ଗୁଣା ଗାଁରେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ଅନୁସାରେ, ଗତ ୨୦ ତାରିଖ ଦିନ ଗାଁରେ ଚାଲିଥିବା ଝୁମର ନାଚ ଦେଖିବାକୁ ପରିବାର ଲୋକଙ୍କ ସହ ନାବାଳିକା ଜଣଙ୍କ ଆସିଥିଲେ । ହେଲେ ନାଚ ଅଧାରୁ ଝିଅକୁ ପାଖରେ ନ ପାଇ ଝିଅର ମାଆ ପାଖରେ ଖୋଜାଖୋଜି କରି ତାଙ୍କ ସ୍ଵାମୀ ରେଣ୍ଡ ମୁଣ୍ଡାଙ୍କୁ ଫୋନ କରି ଜଣାଇଥିଲେ। ପରେ ସ୍ଵାମୀ ସେଠାରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହ ବହୁ ଖୋଜାଖୋଜି କରିଥିଲେ ସୁଧା ଝିଅ ମିଳି ନ ଥିଲା । ଶେଷରେ ଶୁକ୍ରବାର ପରିବାର ଲୋକ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଗାଁର ବିଭିନ୍ନ ଅଞ୍ଚଳ ଖୋଜିଥିଲା । ହେଲେ ଝିଅକୁ ପାଇ ନ ଥିଲା । ଶନିବାର ସକାଳୁ ପୁଣି ଗ୍ରାମବାସୀଙ୍କ ସହ ମିଶି ପୁଲିସ ଖୋଜାଖୋଜି କରିଥିଲା । ଶେଷରେ ହଳଦିଆ ଗୁଣା ଗାଁର ଏକ ପଡିଆରୁ ଝିଅର ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ପାରି ପାର୍ଶ୍ବିକ ସ୍ଥିତିରୁ ଜଣା ଯାଉଛି ଯେ ଉକ୍ତ ନା ବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା କରିଛି। ଘଟଣା ସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ସାଇଷ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଖବର ଶୁଣି ଜିଲ୍ଲା ପରିଷଦ ସଭାପତି ଏହାକୁ ନିନ୍ଦା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି।ଘ ଟଣାଟି ସମ୍ବେଦନଶୀଳ ଥିବାରୁ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତକୁ ତ୍ବରାନ୍ବିତ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର