ମାତୃତ୍ୱ ପ୍ରେମର କରୁଣ ନିଦର୍ଶନ: ଛୁଆହାତୀର ମୃତଦେହ ପୋତାସ୍ଥାନରୁ ଛାଡି ଯାଉନାହିଁ ମାଆହାତୀ
ଯୋଡା: ମାଈ ହାତୀ ଛୁଆହାତୀକୁ ଜନ୍ମ କଲାପରେ ସୋମବାର ଉକ୍ତ ଛୁଆହାତୀଟିର ମୃତ୍ୟୁ ଘଟିଥିଲା। କିନ୍ତୁ ମାଆହାତୀ ଛୁଆହାତୀକୁ ପୋତାଯାଇଥିବା ସ୍ଥାନ ଛାଡି ନ ଯିବା ସମସ୍ତଙ୍କୁ ଭାବ ବିହ୍ଵଳ କରୁଛି। ମା’ର ଅନାବିଳ ପ୍ରେମର ପଟାନ୍ତର ନାହିଁ। ମାତୃତ୍ୱ ପ୍ରେମର ଏକ କରୁଣ ନିଦର୍ଶନ ଦେଖିବାକୁ ମିଳିଛି । ନବଜାତକକୁ ହରାଇ ଝୁରୁଛି ମାଆହାତୀ। ଭୁଲି ପାରୁନାହିଁ ଛୁଆକୁ। ଛୁଆ କବର ନିକଟରେ ଠିଆହୋଇ ଝରାଉଛି ଲୋତକ। ଛୁଆର ମୃତ୍ୟୁ ଘଟିବାରେ ମାଟି ତଳେ ପୋତା […]
ଯୋଡା: ମାଈ ହାତୀ ଛୁଆହାତୀକୁ ଜନ୍ମ କଲାପରେ ସୋମବାର ଉକ୍ତ ଛୁଆହାତୀଟିର ମୃତ୍ୟୁ ଘଟିଥିଲା। କିନ୍ତୁ ମାଆହାତୀ ଛୁଆହାତୀକୁ ପୋତାଯାଇଥିବା ସ୍ଥାନ ଛାଡି ନ ଯିବା ସମସ୍ତଙ୍କୁ ଭାବ ବିହ୍ଵଳ କରୁଛି। ମା’ର ଅନାବିଳ ପ୍ରେମର ପଟାନ୍ତର ନାହିଁ। ମାତୃତ୍ୱ ପ୍ରେମର ଏକ କରୁଣ ନିଦର୍ଶନ ଦେଖିବାକୁ ମିଳିଛି । ନବଜାତକକୁ ହରାଇ ଝୁରୁଛି ମାଆହାତୀ। ଭୁଲି ପାରୁନାହିଁ ଛୁଆକୁ। ଛୁଆ କବର ନିକଟରେ ଠିଆହୋଇ ଝରାଉଛି ଲୋତକ। ଛୁଆର ମୃତ୍ୟୁ ଘଟିବାରେ ମାଟି ତଳେ ପୋତା ହୋଇଥିବା ସ୍ଥାନରେ ଅପେକ୍ଷା କରିଛି ଛୁଆର ଫେରି ଆସିବା ବାଟକୁ ମାଆହାତୀ । ସେ କିଛି ନ କହିଲେ ବି ସବୁକିଛି ବାରି ହୋଇ ପଡୁଛି ତା’ ମୁଖ ମଣ୍ଡଳରୁ। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ଦଡୁଆଁ ଜଙ୍ଗଲରେ ।
ନିଜ ଛୁଆକୁ ହରାଇ ଏକ ମାଈ ହାତୀ ଦୁଃଖରେ ମ୍ରିୟମାଣ ହୋଇଛି। ହାତୀଛୁଆ ଚାରିପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନରେ ନିଜ ଛୁଆକୁ ଖୋଜି ବୁଲିବା ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଛି । ଗତ ରବିବାର ରାତି ୮ଟା ରେ ଏଠାରେ ୧୨ ଟିକିଆ ହାତୀ ପଲରୁ ଏକ ମାଈହାତୀ ଛୁଆ ଜନ୍ମ କରିଥିଲା। ହେଲେ କୌଣସି କାରଣରୁ ହାତୀ ଛୁଆର ମୃତ୍ୟୁ ଘଟିଥିଲା । ସୋମବାର ବନ ବିଭାଗ ପହଞ୍ଚି ମୃତ ହାତୀ ଛୁଆର ବ୍ୟବଛେଦ କରି ସେଠାରେ ମୃତଦେହ ପୋତି ଦେଇଥିଲେ। ପୋତା ସ୍ଥାନରେ କିଛି ଫୁଲ ଦେଇ, ଧୂପ ଜାଳିଥିଲେ । କିଛି ସମୟ ପରେ ମାଆହାତୀ ସେଠାରେ ପହଞ୍ଚି ଲୁହ ଛଳଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲିଥିଲା । ଅନେକ ସମୟ ଧରି ସେଠାରେ ଠିଆ ହୋଇ ନିଜ ସନ୍ତାନକୁ ଅପେକ୍ଷା କରି ରହିଥିଲା ମାଆହାତୀ। ମାଆ ଓ ହାତୀ ଛୁଆ ମଧ୍ୟରେ ଥିବା ଏଭଳି ଅନାବିଳ ସ୍ନେହ, ମମତା ବନ୍ୟ ପ୍ରାଣୀ ପ୍ରେମୀଙ୍କ ହୃଦୟକୁ ଆନ୍ଦୋଳିତ କରିବା ସହ ଏକ ଭାବ ବିହ୍ବଳ ପରିବେଶ ସ୍ରୁଷ୍ଟି କରିଛି।