କେନ୍ଦୁଝର ଗସ୍ଥରେ 5ଟି ଅଧ୍ୟକ୍ଷ; ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ’

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଦିନିକିଆ ଗସ୍ଥରେ ଆସି ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଧରଣୀଧର ମେଡ଼ିକାଲ କଲେଜ ସମ୍ମୁଖ ଅସ୍ଥାୟୀ ହେଲିପ୍ୟାଡରେ ଅଵତରଣ କରି ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ହଜାରହଜାର ଛାତ୍ରଛାତ୍ରୀଙ୍କୁ ‘ନୂଆ ଓ’ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କର ପାଠ ପଢା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଦିନିକିଆ ଗସ୍ଥରେ ଆସି ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଧରଣୀଧର ମେଡ଼ିକାଲ କଲେଜ ସମ୍ମୁଖ ଅସ୍ଥାୟୀ ହେଲିପ୍ୟାଡରେ ଅଵତରଣ କରି ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ହଜାରହଜାର ଛାତ୍ରଛାତ୍ରୀଙ୍କୁ ‘ନୂଆ ଓ’ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କର ପାଠ ପଢା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ କରିବାକୁ ମନସ୍ଥ କରିଛନ୍ତି ବୋଲି କହିଥିଲେ। ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ପିଲାମାନଙ୍କ ସହ କଥା ହୋଇ 5T ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ । କଲେଜ, ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେଉଛି । ଏହା ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିରେ ଅଂଶଗ୍ରହଣ କରିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଜିତିବା ଯେତିକି ବଡ଼ କଥା ନୁହେଁ ଅଂଶ ଗ୍ରହଣ କରିବା ତା’ଠାରୁ ଅଧିକ ବଡ଼ । କାରଣ, ଏହା ଆପଣଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବ ।’

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଆଗକୁ ସେ କହିଥିଲେ, ‘ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ । ଏହା ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବ । ଅଭିଷ୍ୟତରେ ଏହା ଆପଣଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ଜୀବନରେ ସଫଳତା ପାଇବାକୁ ବାଟ ଦେଖାଇବ । ଆଗକୁ ବଢ଼ିବାକୁ ହେଲେ ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବି ସେତିକି ଆବଶ୍ୟକ । ତେଣୁ ନୂଆ-ଓ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିବା ଦେଖାଇବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।’

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

କଠିନ ପରିଶ୍ରମ ଫଳରେ କେନ୍ଦୁଝର ଜିଲ୍ଲାର ତିନିଜଣ ସଫଳ ବ୍ୟକ୍ତିଙ୍କ ସମ୍ପର୍କରେ କହିଥିଲେ 5T ଅଧ୍ୟକ୍ଷ । ପରେ ପରେ ସେଠାରୁ କେନ୍ଦୁଝର ସହରରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

28 Jan 2024 By The Sakala

କେନ୍ଦୁଝର ଗସ୍ଥରେ 5ଟି ଅଧ୍ୟକ୍ଷ; ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ’

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଦିନିକିଆ ଗସ୍ଥରେ ଆସି ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଧରଣୀଧର ମେଡ଼ିକାଲ କଲେଜ ସମ୍ମୁଖ ଅସ୍ଥାୟୀ ହେଲିପ୍ୟାଡରେ ଅଵତରଣ କରି ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ହଜାରହଜାର ଛାତ୍ରଛାତ୍ରୀଙ୍କୁ ‘ନୂଆ ଓ’ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କର ପାଠ ପଢା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ କରିବାକୁ ମନସ୍ଥ କରିଛନ୍ତି ବୋଲି କହିଥିଲେ। ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ପିଲାମାନଙ୍କ ସହ କଥା ହୋଇ 5T ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ । କଲେଜ, ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେଉଛି । ଏହା ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିରେ ଅଂଶଗ୍ରହଣ କରିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଜିତିବା ଯେତିକି ବଡ଼ କଥା ନୁହେଁ ଅଂଶ ଗ୍ରହଣ କରିବା ତା’ଠାରୁ ଅଧିକ ବଡ଼ । କାରଣ, ଏହା ଆପଣଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବ ।’

ଆଗକୁ ସେ କହିଥିଲେ, ‘ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ । ଏହା ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବ । ଅଭିଷ୍ୟତରେ ଏହା ଆପଣଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ଜୀବନରେ ସଫଳତା ପାଇବାକୁ ବାଟ ଦେଖାଇବ । ଆଗକୁ ବଢ଼ିବାକୁ ହେଲେ ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବି ସେତିକି ଆବଶ୍ୟକ । ତେଣୁ ନୂଆ-ଓ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିବା ଦେଖାଇବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।’

କଠିନ ପରିଶ୍ରମ ଫଳରେ କେନ୍ଦୁଝର ଜିଲ୍ଲାର ତିନିଜଣ ସଫଳ ବ୍ୟକ୍ତିଙ୍କ ସମ୍ପର୍କରେ କହିଥିଲେ 5T ଅଧ୍ୟକ୍ଷ । ପରେ ପରେ ସେଠାରୁ କେନ୍ଦୁଝର ସହରରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର