କାଳୀପୂଜା ଦେଖିବାକୁ ଯାଉଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୪ ଜୀବନ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ର ବଡ଼ପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ଖବର ମିଳିଛି। ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ପିପିଳିଆ ଗ୍ରାମର ୪ ଜଣ ଜଣ ଲୋକ ଏକ ବ୍ରିଜା ଗାଡ଼ିରେ କେନ୍ଦୁଝର ଆସି କାଳୀମେଳା ଦେଖିବାପାଇଁ ଯାଉଥିବାବେଳେ ଜାତୀୟ ରାଜପଥ ୨୦ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ର ବଡ଼ପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ଖବର ମିଳିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ପିପିଳିଆ ଗ୍ରାମର ୪ ଜଣ ଜଣ ଲୋକ ଏକ ବ୍ରିଜା ଗାଡ଼ିରେ କେନ୍ଦୁଝର ଆସି କାଳୀମେଳା ଦେଖିବାପାଇଁ ଯାଉଥିବାବେଳେ ଜାତୀୟ ରାଜପଥ ୨୦ ର ବଡ଼ପଶି ନିକଟରେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳବନ୍ଦ ଥିବାରୁ ବିପରୀତ ଦିଗରୁ ଏକ ଦୃତଗାମୀ ହାଇୱା ଟ୍ରକ ବ୍ରିଜା କାରଟିକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ପିପିଳିଆର ନରୋତ୍ତୋମ ସିଂ, ହୃଷିକେଶ ସିଂ, ଚିତ୍ତରଞ୍ଜନ ନାଏକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ସହାୟତାରେ କାରରେ ଥିବା ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ନାଏକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାର ଚାଳକ ତପନ ନାୟକଙ୍କ ଅବସ୍ଥା ଗୁରୁତର ଥିବା ଜଣପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି।

ବଡ଼ପଶି ନିକଟରେ ରାସ୍ତା କାମ ନାମରେ ଅନେକଦିନ ହେବ ଗୋଟିଏ ରାସ୍ତା ବନ୍ଦ ରହିଥିବାରୁ ଗୋଟିଏ ପାର୍ଶ୍ଵରେ ଗାଡିମୋଟର ଚଳାଚଳ କରୁଥିଲା। ଟ୍ରକ ଚାଳକଙ୍କର ବେପରୁଆ ଗାଡିଚାଲନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବାବେଳେ ଜାତୀୟ ରାଜପଥ ମରାମତି ନାମରେ ଦିନଦିନ ଧରି ରାସ୍ତା କାମ ହେଉ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର