ଚାଷ ଜମିରେ କାମ କଲାବେଳେ ବଜ୍ରପାତ, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ସୁନୀତି ପଞ୍ଚାୟତର ସୁନୀତି ଗାଁରେ ଆଜି ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ସାଗରିକା ପାଳ (୫୦)। ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ସାଗରିକା ନିଜ ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ପଡିଥିଲା । ଫଳରେ ସେ ଘଟଣାସ୍ଥଳରେ ହିଁ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ସୁନୀତି ପଞ୍ଚାୟତର ସୁନୀତି ଗାଁରେ ଆଜି ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ସାଗରିକା ପାଳ (୫୦)।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ସାଗରିକା ନିଜ ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ପଡିଥିଲା । ଫଳରେ ସେ ଘଟଣାସ୍ଥଳରେ ହିଁ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ପୁଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଶରୀର ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର