‘ସକାଳ’ ପ୍ରଭାବ: ପାଣି ବାଟ ବନ୍ଦ, ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଘଟଣା, ନିଷ୍କାସନ କଲା ଜିଲ୍ଲା ପ୍ରଶାସନ

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହେଡକ୍ୱାର୍ଟରର ଦୁର୍ଗାମଣ୍ଡପ ଠାରୁ କଚେରୀ ପୋଖରୀ ଯାଏଁ ଗାଁ ଦାଣ୍ଡରେ ଆଣ୍ଠୁଏଲେଖାଏଁ ପାଣି ଜମି ରହିଥିଲା କ୍ଷ ପାଣି ନିଷ୍କାସନ ବାଟ ଜବରଦଖଲ ଯୋଗୁଁ ଏହି ପାଣି ଜମା ହୋଇ ରହିଥିଲା । ଦୀର୍ଘ ଏକ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସ୍ଥାନୀୟ ମହିଳାମାନେ ଏ ନେଇ ପୂର୍ବରୁ ବାରମ୍ବାର ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ଯାନୁଷ୍ଠାନ ନିଆଯାଉ ନ ଥିଲା । […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହେଡକ୍ୱାର୍ଟରର ଦୁର୍ଗାମଣ୍ଡପ ଠାରୁ କଚେରୀ ପୋଖରୀ ଯାଏଁ ଗାଁ ଦାଣ୍ଡରେ ଆଣ୍ଠୁଏଲେଖାଏଁ ପାଣି ଜମି ରହିଥିଲା କ୍ଷ ପାଣି ନିଷ୍କାସନ ବାଟ ଜବରଦଖଲ ଯୋଗୁଁ ଏହି ପାଣି ଜମା ହୋଇ ରହିଥିଲା । ଦୀର୍ଘ ଏକ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସ୍ଥାନୀୟ ମହିଳାମାନେ ଏ ନେଇ ପୂର୍ବରୁ ବାରମ୍ବାର ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ଯାନୁଷ୍ଠାନ ନିଆଯାଉ ନ ଥିଲା । ଏନେଇ ଦୈନିକ ‘ସକାଳ’ ଖବରକାଗଜ ଓ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ଚେତିଥିବା ଜଣାପଡ଼ିଛି। ଜମା ହୋଇଥିବା ଆଣ୍ଠୁଏ ଲେଖାଏଁ ପାଣିକୁ ମଟର ଲଗାଯାଇ କ୍ଲିୟର କରାଯାଇଛି।

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

ଆହୁରି ପଢ଼ନ୍ତୁ: ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ଅପିଲ୍

ବାତ୍ୟା ଠାରୁ ଆଜିଯାଏଁ ଗାଁ ଦାଣ୍ଡରେ ପାଣି ଜମି ରହିଥିଲା । ଲୋକେ ଯା’ଆସ କରିପାରୁନଥିଲେ। ଏପରିକି ନଲକୂପ ଚାରିପଟେ ନର୍ଦ୍ଧମା ପାଣି ଜମି ରହିଥିଲା। ପାନୀୟ ଜଳ ମୁନ୍ଦେ ପିଇବାକୁ ସ୍ଥାନୀୟ ଲୋକେ ହଇରାଣ ହେଉଥିଲେ। ଏନେଇ ସକାଳ ଖବର ପ୍ରକାଶିତ ପରେ ସମସ୍ୟାର ସମାଧାନ ଯୋଗୁ ସ୍ଥାନୀୟ ଲୋକେ ଧନ୍ୟବାଦ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

https://www.thesakala.in/rajnagar-news/

 

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp