ସମାଜସେବାରେ ଜୀବନ କାଟୁଛନ୍ତି ଦିବ୍ୟାଙ୍ଗ ଛାତ୍ରୀ ଗାୟତ୍ରୀ ବିନ୍ଧାଣି

The Sakala Picture
Published On

କଣ୍ଡିଆହାଟ: କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକର ଜଣେ ଦିବ୍ୟାଙ୍ଗ ଯୁବତୀ ପିଲାମାନଙ୍କୁ ଟିଉସନକରି ନିଜେ ସ୍ୱାବଲମ୍ବୀ ହୋଇ ସମାଜ ସେବାରେ କିପରି ଲାଗିପଡିଛନ୍ତି ତାହାର  ଉଦାହରଣ ଦେଖିବାକୁ ମିଳିଛି ଚରପଡା ପଂଚାୟତର କଣ୍ଡିଆ ଗ୍ରାମରେ । ଗାୟତ୍ରୀ ଜନ୍ମରୁ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲେ । ପିଲାଟି ଦିନରୁ ସେହିଦିନଠାରୁ ସମାଜସେବା କରିବା ପାଇଁ ଶପଥ ନେଇଥିଲେ । ସେ ନିକଟସ୍ଥ କଣ୍ଡିଆ ବି.ପି ହାଇସ୍କୁଲରେ ମାଟ୍ରିକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତା’ପରଠୁ ସେ ପଛକୁ […]

କଣ୍ଡିଆହାଟ: କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକର ଜଣେ ଦିବ୍ୟାଙ୍ଗ ଯୁବତୀ ପିଲାମାନଙ୍କୁ ଟିଉସନକରି ନିଜେ ସ୍ୱାବଲମ୍ବୀ ହୋଇ ସମାଜ ସେବାରେ କିପରି ଲାଗିପଡିଛନ୍ତି ତାହାର  ଉଦାହରଣ ଦେଖିବାକୁ ମିଳିଛି ଚରପଡା ପଂଚାୟତର କଣ୍ଡିଆ ଗ୍ରାମରେ । ଗାୟତ୍ରୀ ଜନ୍ମରୁ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲେ । ପିଲାଟି ଦିନରୁ ସେହିଦିନଠାରୁ ସମାଜସେବା କରିବା ପାଇଁ ଶପଥ ନେଇଥିଲେ । ସେ ନିକଟସ୍ଥ କଣ୍ଡିଆ ବି.ପି ହାଇସ୍କୁଲରେ ମାଟ୍ରିକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତା’ପରଠୁ ସେ ପଛକୁ ଆଉ ଫେରି ନାହାଁନ୍ତି । ଆଗକୁ ଆଗ ମାଡି ଚାଲିଛନ୍ତି । ଏହାପରେ ସେ ହାଟସାହି ବି.ଆର ସାଇନ୍ସ କଲେଜରେ ବିଏସି ପାଠ ପଢୁଛନ୍ତି । ଘରର ଆର୍ଥୀକ ଅବସ୍ଥା ଖରାପ ଯୋଗୁ ସେ ବାପ ମାଆଙ୍କର ବୋଝ ନ ହୋଇ ନିଜେ ଛାଟ ଛୋଟ ପିଲାଙ୍କୁ ଟିଉସନ କରି ସ୍ୱାବଲମ୍ବୀ ହୋଇଛନ୍ତି। ଘରେ ପାଠଶାଳା କରି ବହୁ ଗରୀବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦେଉଛନ୍ତି। ମାଆ ଗାୟତ୍ରୀଙ୍କର ସେ ଜଣେ ବଡଭକ୍ତ । ମା ଗାୟତ୍ରୀଙ୍କ ପାଇଁ ସେ ବହୁ ଭଜନ ଜଣାଣ ରଚନା କରିଛନ୍ତି । ଏହାଛଡା ସେ ଜଣେ ସଙ୍ଗୀତ ସାଧକ । ନିଜେ ସଙ୍ଗୀତ ରଚନା କରି ସମସ୍ତଙ୍କୁ ଶୁଣାଇ ସମଗ୍ର ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବଡ ବଡ ଷ୍ଟେଜରେ ସେ ସଂଗୀତ ଓ ଡ୍ୟାନ୍ସ କରି ପୁରସ୍କୃତ ହୋଇଛନ୍ତି । ସେ ଦୈନିକ ନିକଟସ୍ଥ ସହିଦ ସଚ୍ଚିଦା ନନ୍ଦ ପାର୍କକୁ ଯାଇ ଦେଶ ପ୍ରେମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି । ସେ ରାଜସ୍ଥାନର ମାଉଣ୍ଟ ଆବୁର ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଜଣେ ଛାତ୍ରୀ ଅଟନ୍ତି । ତାଙ୍କୁ ଏକ ସ୍କୁଟି ଯୋଗାଇ ଦେବାକୁ ସେ କେନ୍ଦ୍ରାପଡା ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଆଜମ୍ନ ଜଣେ ବ୍ରହ୍ମ କୁମାରୀ ହେବାର ଦୃଢଆଶା ରଖିଛନ୍ତି ଏବଂ ସମାଜର ସେବା କରିବାକୁ ସ୍ଥିର କରିଛନ୍ତି ବୋଲି ଗାୟତ୍ରୀ କହିଛନ୍ତି।

23 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର