ସେପଟେ ଭୋଜି- ଏପଟେ ବି ଭୋଜି : ଗୋଟିଏ ପଟେ ବାହାଘର…ଆଉ ଅନ୍ୟ ପଟେ ଶୁଦ୍ଧିଘର

The Sakala Picture
Published On

ଆଳି : ଦୁଇ ପଟେ ଚାଲିଛି ଭୋଜି। ଗୋଟିଏ ପଟେ ବାହାଘର ଭୋଜି,ଆଉ ଅନ୍ୟ ପଟେ ଶୁଦ୍ଧିଘର ଭୋଜି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ଯାହାର ବାହାଘର-ତାଙ୍କର ହିଁ ଶୁଦ୍ଧିଘର। ଆପଣଙ୍କୁ ଏକଥା ଅଡୁଆ ଲାଗୁଥିବା ଯେ କିପରି ଯାହାର ବାହାଘର ତାହାର ହେବ ଶୁଦ୍ଧିଘର। କିନ୍ତୁ କଥାଟି ସତ। ଆଉ ତାହା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ । ଝିଅ ବାପା-ମାଆଙ୍କ ସମ୍ମତି ବିନା ପ୍ରେମ ବିବାହ କରିଛି। ଏଣୁ […]

ଆଳି : ଦୁଇ ପଟେ ଚାଲିଛି ଭୋଜି। ଗୋଟିଏ ପଟେ ବାହାଘର ଭୋଜି,ଆଉ ଅନ୍ୟ ପଟେ ଶୁଦ୍ଧିଘର ଭୋଜି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ଯାହାର ବାହାଘର-ତାଙ୍କର ହିଁ ଶୁଦ୍ଧିଘର। ଆପଣଙ୍କୁ ଏକଥା ଅଡୁଆ ଲାଗୁଥିବା ଯେ କିପରି ଯାହାର ବାହାଘର ତାହାର ହେବ ଶୁଦ୍ଧିଘର। କିନ୍ତୁ କଥାଟି ସତ। ଆଉ ତାହା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ । ଝିଅ ବାପା-ମାଆଙ୍କ ସମ୍ମତି ବିନା ପ୍ରେମ ବିବାହ କରିଛି। ଏଣୁ ବାପା- ମଆ ଝିଅର ଶୁଦ୍ଧିଘର କରିଛନ୍ତି। ଯେଉଁ ସମୟରେ ଝିଅ କନ୍ୟାବେଶରେ ସଜେଇ ହୋଇ ଶାଶୁଘରେ ନୂଆ ସଂସାର ଗଢିବା ପାଇଁ ଯାଉଛି, ସେହି ସମୟରେ ବାପା-ମାଆ ବ୍ରାହ୍ମଣ ଡାକି ଝିଅକୁ ଶୁଦ୍ଧି ହେଉଛନ୍ତି। ସବୁଠୁ ରୋଚକ କଥା ହେଉଛି ଝିଅର ଶାଶୁ ଏବଂ ବାପ ଘରର ଦୂରତା ମାତ୍ର ୨ଶହ ମିଟର। ଆଉ ଗୋଟିଏ ସମୟରେ ଭୋଜିଭାତ ଚାଳିଛି। ଗୋଟିଏ ପଟେ ଝିଅର ଶାଶୁଘର ଲୋକ ବିବାହ ଭୋଜି ଦେଉଥିବା ବେଳେ ଝିଅର ବାପା-ମାଆ ଝିଅର ଶୁଦ୍ଧିଘର କରି ଭୋଜି ଦେଉଛନ୍ତି। ଯାହା ସମଗ୍ର ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: ​ଓଡ଼ିଶା ପାଇଁ ନୈରାଶ୍ୟଜନକ ବଜେଟ୍: ନବୀନ ପଟ୍ଟନାୟକ

ଘଟଣାଟି ଏପରି- ଆଳି ଗୌଡପାଟଣା ମୌଜାର ଅନାମ ମଳିକଙ୍କ ପୁଅ ରାଜେନ୍ଦ୍ର ଓ ଦେମାଳ ମୌଜାର ମୁନା ମଳିକଙ୍କ ଝିଅ ଦୀପାଞ୍ଜଳୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଦୀପାଞ୍ଜଳୀଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଆସୁଥିଲେ। ହେଲେ ପରିବାରର ବାଧା ସତ୍ତ୍ୱେ ସେମାନଙ୍କ ପ୍ରେମ ସମ୍ପର୍କକୁ ଭୁଲିପାରୁ ପାରୁନଥିଲେ। ଦୁହେଁ ସ୍ୱପ୍ନର ଘର ତୋଳି ସେଠି ରହିବେ ବୋଲି ମନେ ମନେ ସ୍ୱପ୍ନ ଦେଖୁଥିଲେ। ଏହାରି ଭିତରେ କିଛିଦିନ ତଳେ ଦୀପାଞ୍ଜଳୀ ନିଜ ଘର ଛାଡ଼ି ରାଜେନ୍ଦ୍ରଙ୍କ ଘରକୁ ପଳାଇ ଆସିଥିଲେ। ରାଜେନ୍ଦ୍ରଙ୍କ ପରିବାର ଲୋକେ ଏନେଇ ଥାନାରେ ଜଣାଇଥିଲେ। ପୁଲିସ ଝିଅ ଓ ପୁଅ ଘରର ଲୋକଙ୍କୁ ଡାକି ପଚରାଉଚରା କରିଥିଲା। ଦୀପାଞ୍ଜଳୀ ରାଜେନ୍ଦ୍ରଙ୍କୁ ବିବାହ କରିବେ ବୋଲି ସର୍ବସମ୍ମୁଖରେ କହିଥିଲେ। ଝିଅ ପୁଅ ଦୁଇଜଣ ପ୍ରାପ୍ତ ବୟସ୍କ ହୋଇଥିବାର ପୁଲିସ ବିବାହ ନେଇ କହିଥିଲେ। କିନ୍ତୁ ଏଥିରେ ଝିଅର ପରିବାର ରାଜି ହୋଇନଥିଲେ।

ଆହୁରି ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ପୁଣି ଜଣେ କଏଦୀଙ୍କ ଆତ୍ମହତ୍ୟା, ବିଭାଗୀୟ ଅଧିକାରୀଙ୍କ କର୍ମ ତତ୍ପରତା ନେଇ ପ୍ରଶ୍ନବାଚୀ

ତେବେ ଏହାପରେ ପୁଅର ପରିବାର ଲୋକ ଗତ ସୋମବାର ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ବିବାହ କରାଯାଇଥିଲେ। ବିବାହ ଉତ୍ସବରେ ଯୁବକଙ୍କ ପରିବାର ସାମିଲ ହୋଇ ଧୁମଧାମରେ ବାଜା, ବାଣ,ରୋଷଣୀ,ଡିଜେ ବଜାଇ ବାହାଘର କରିଥିଲେ ମଧ୍ୟ ଝିଅର ବାପଘର ଲୋକ ସାମିଲ ହୋଇନଥିଲେ। ତେବେ ଆଜି ଝିଅର ଚତୁର୍ଥୀ ସହ ବିବାହା ଭୋଜିଭାତ ଆୟୋଜନ ହେଉଥିବା ବେଳେ ଝିଅ ବାପା-ମାଆ ନିଜ ଝିଅ ବଞ୍ଚିଥାଉଥାଉ ତାକୁ ଶୁଦ୍ଧି ହୋଇପଡିଛନ୍ତି। ସାତ ସିଙ୍ଗାର ହୋଇ ନବବଧୂ ସାଜି ଝିଅ ନିଜ ଶ୍ୱଶୁର ଘରେ ସୁନାର ସଂସାର ଗଢ଼ିବା ପାଇଁ ଦେଖୁଛି ସ୍ୱପ୍ନ। ଅନ୍ୟ ପଟେ ବ୍ରାହ୍ମଣ ଡାକି ଫଟୋରେ ଫୁଲ ମାଳ ଚଢ଼ାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଝିଅର ପରିବାର ଲୋକେ। ଏହାସହ ବ୍ରାହ୍ମଣ ଡାକି ଶୁଦ୍ଧିକ୍ରିୟା କରିବା ସହ ଭୋଜିଭାତ କରି ଖାଇବାକୁ ଦେଉଛନ୍ତି।ଏପରିକି ନିଜ ଘର ସାମ୍ନା ଝିଅର ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପରିବାର ଲୋକ।

ଆହୁରି ପଢ଼ନ୍ତୁ: Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp