ପାଦଚଲା ପଥରେ ଗୁହାଳ ଓ ଗ୍ୟାରେଜ

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କ ଯୋଗଦାନ ପରେ ଅନେକ ବିକାଶମୂଳକ କାର୍ଯ୍ଯ ଆରମ୍ଭ ହୋଇଛି। କେତେକ କାର୍ଯ୍ଯ ମଧ୍ୟ ଶେଷ ହୋଇଛି। ହେଲେ ଶେଷ ହୋଇଥିବା କାର୍ଯ୍ଯଗୁଡିକରେ ସରକାରୀକା ମାଲ ଦରିଆ ମେ ଡାଲ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ନିୟମିତ ପରିଚାଳନା ହେଉ ନ ଥିବାରୁ ଅନେକ ବିକାଶମୂଳକ କାର୍ଯ୍ଯ ଲୋକଙ୍କ କାମରେ ଲାଗିପାରୁନି। ନିକଟରେ ପାଖାପାଖି ୧ ଶହ ଅଙ୍ଗନବାଡି ଗୃହଗୁଡିକୁ […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କ ଯୋଗଦାନ ପରେ ଅନେକ ବିକାଶମୂଳକ କାର୍ଯ୍ଯ ଆରମ୍ଭ ହୋଇଛି। କେତେକ କାର୍ଯ୍ଯ ମଧ୍ୟ ଶେଷ ହୋଇଛି। ହେଲେ ଶେଷ ହୋଇଥିବା କାର୍ଯ୍ଯଗୁଡିକରେ ସରକାରୀକା ମାଲ ଦରିଆ ମେ ଡାଲ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ନିୟମିତ ପରିଚାଳନା ହେଉ ନ ଥିବାରୁ ଅନେକ ବିକାଶମୂଳକ କାର୍ଯ୍ଯ ଲୋକଙ୍କ କାମରେ ଲାଗିପାରୁନି। ନିକଟରେ ପାଖାପାଖି ୧ ଶହ ଅଙ୍ଗନବାଡି ଗୃହଗୁଡିକୁ ନବୀକରଣ କରାଯାଇଛି। ଆଧୁନିକ ଜ୍ଞାନକୌଶଳରେ କୁନି କୁନି ପିଲାଙ୍କୁ ପାଠ ପଢେଇବାର ଯେଉଁ ବ୍ୟବସ୍ଥା କରାଯାଇଛି ତାହାକୁ ଜିଲ୍ଲାବାସୀ ପ୍ରଶଂସା କଲେ। ଏଲଇଡ଼ି ଟିଭିଠାରୁ ଆରମ୍ଭ କରି ଆକ୍ଵଗାର୍ଡ, ଇନଭର୍ଟର ଡେସ୍କ, ବେଞ୍ଚ ଆଉ ପ୍ରୋଜେକ୍ଟର ଭଳି ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଅଙ୍ଗନବାଡି ଗୃହ ଗୁଡିକରେ ୩ଡ଼ି ପେଣ୍ଟିଂ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସେହିସବୁ ଅଙ୍ଗନବାଡିଗୁଡିକରେ ଏବେ କେବଳ ପେଣ୍ଟିଂ ପଡି ରହିଛି। ଅନ୍ୟସବୁ ସାମଗ୍ରୀ ଚୋରି ହୋଇଯାଇଛି। ପ୍ରାୟ ୬୦ଟି ଅଙ୍ଗନବାଡିରୁ ସମସ୍ତ ଜିନିଷ ଚୋରି ହୋଇଯାଇଛି। କୋଭିଡ ପରବର୍ତ୍ତୀ ସମୟରେ କୁନି କୁନି ପିଲାଙ୍କୁ ଆଧୁନିକ ଜ୍ଞାନ କୌଶଳରେ ଶିକ୍ଷା ଦିଆଯାଇ ଦୁଇବର୍ଷର ଗ୍ୟାପକୁ କମେଇବାକୁ ଚେଷ୍ଟା ଏବେ ବିଫଳ ହୋଇଥିବା ଭଲି ମନେ ହଉଛି। ଏନେଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଯେଉଁ ଯେଉଁ ଅଙ୍ଗନବାଡିରୁ ଚୋରି ହୋଇଛି ସେହି ଅଙ୍ଗନବାଡି ଷ୍ଟାଫମାନଙ୍କୁ ପଚାରାଯିବ। ଆଉ ପୋଲିସକୁ ଚୋରକୁ ଧରିବାକୁ ନିର୍ଦେଶ ଦିଆଯିବ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ସେହିପରି ଗୋବରୀ ରିଭର‌୍‌ ଫ୍ରଣ୍ଟ୍‌ ପ୍ରକଳ୍ପ ନାମରେ ଚିଲିଖାନାଠୁ ନୂଆ ବସ୍‌ଷ୍ଟାଣ୍ଡ ଯାଏ ୭୦୦ ମିଟର‌୍‌ ସୌନ୍ଦର୍ଯ୍ଯକରଣ କରାଯାଇଛି। ଏହି ପ୍ରକଳ୍ପ ପାଇଁ ୫୩ ଲକ୍ଷ ୬୮ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଆଉ କାର୍ଯ୍ଯ ଶେଷ ହେଲା ବେଳକୁ ସେଠାରେ ଗାଈ ଗୁହାଳ ଦେଖିବାକୁ ମିଳିଲାଣି । ସବୁଠାରୁ ବଡ଼ କଥାହେଲା ଗୋବରୀ ରିଭର ଫ୍ରଣ୍ଟରେ ନିର୍ମିତ ବିଶ୍ରାମସ୍ଥଳ ଏବେ କେତେକ ବ୍ୟବସାୟୀଙ୍କ କବଜାରେ। ମନଇଛା ସେମାନେ ସୌନ୍ଦର୍ଯ୍ଯ କରଣକୁ ନଷ୍ଟ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ ରହିଛି। ପାଦ ଚଲା ପଥରେ ଗୋବରରେ ପରିପୂର୍ଣ୍ଣ। ଅଳିଆଗଦା ହୋଇ ରହିଛି। ସେପଟେ କେତେକ ବିଶ୍ରାମସ୍ଥଳୀରେ ବ୍ୟବସାୟୀ ସେଠାରେ ଗ୍ୟାରେଜ କରି ନୂତନ ନିର୍ମିତ ଗୋବରୀ ଫ୍ରଣ୍ଟରେ ରଙ୍ଗକୁ ପରିବର୍ତ୍ତନ କରିଦେଇଛନ୍ତି । ଏବେ ପାଦଚଲା ରାସ୍ତା ମୋବିଲ ରଙ୍ଗରେ କଳା ହୋଇଯାଇଛି। ଗୋବରୀ ନଦୀକଡ଼ରେ ପାଚେରୀ ନିର୍ମାଣ କରାଯାଇ କ˚କ୍ରିଟ୍‌ରେ ବାଡ଼ା ଦିଆଯାଇଛି ।  ଏହାସହିତ ଖରା ବର୍ଷାରୁ ରକ୍ଷା ପାଇବାକୁ ମଝିରେ ମଝିରେ ବିଶ୍ରାମ ସ୍ଥଳ, ଗାଧୁଆ ଘାଟ ଏବ˚ ପାଦ ଚଲାପଥ ନିର୍ମାଣ ହୋଇଛି। ଅତ୍ୟାଧୁନିକ ଏଲଇଡି ଲାଇଟ୍‌ ବି ଲଗାଯାଇଛି। ହେଲେ ଏହି ଗୋବରୀ ରିଭର ଫ୍ରଣ୍ଟ କାର୍ଯ୍ଯ ଶେଷ ହୋଇ ଉଦଘାଟନ ଅପେକ୍ଷାରେ ରହିଥିଲା। ଉଦଘାଟନ ହେବା ପୂର୍ବରୁ ଏବେ ଏହିଭଳି ଅବସ୍ଥା ଦେଖିଲା ବେଳକୁ ଜିଲ୍ଲାରେ ନିର୍ମାଣ କରାଯାଉଥିବା ଅନ୍ୟ ବିକାଶମୂଳକ କାର୍ଯ୍ଯର ଭବିଷ୍ୟତ ଯେ କଣ ହେବ ସାଧାରଣ ଲୋକ ଭାବିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷାଣବେକ୍ଷଣ କଥା ପ୍ରଶାସନ ଭୁଲିଯାଉଛି। ଫଳରେ କୋଟି କୋଟି ଟଙ୍କା ନଷ୍ଟ ହେଉଛି ବୋଲି ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

25 Aug 2021 By The Sakala

https://www.thesakala.in/latest-odisha-news/kendrapara/caves-and-garages-on-foot-route/article-4895
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର