ଦୁର୍ଦ୍ଦଶା ବଢ଼ାଇଛି ଆଧାର କାର୍ଡ: ଗୋଟିଏ ତ୍ରୁଟିରେ ଶିକ୍ଷାରୁ ବଞ୍ଚିତ ଛାତ୍ରୀ, ସବୁଆଡୁ ନିରାଶ, ହୋଇପାରୁନି ସଂଶୋଧନ

The Sakala Picture
Published On

କେନ୍ଦ୍ରାପଡା: ବିନା ଆଧାରକାର୍ଡରେ କୌଣସି ସରକାରୀ ଯୋଜନାର ସୁଫଳ ଉପଲବ୍ଧ ହେଉନି। ରାସନ୍‌ କାର୍ଡଠାରୁ ଆରମ୍ଭ କରି ଜବ୍‌କାର୍ଡ, ଲେବର କାର୍ଡ, ସାମାଜିକ ସୁରକ୍ଷା ଯୋଜନା, ସ୍କୁଲ ନାମଲେଖା, ଜାତି ପ୍ରମାଣପତ୍ର, ଶିକ୍ଷା ବୃତ୍ତି, ବିଭିନ୍ନ ଭତ୍ତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସରକାର ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛନ୍ତି। ଆଧାରକାର୍ଡ ବାଧ୍ୟତାମୂଳକ ଥିବାରୁ କେତେଜଣ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୋଇଛି। ଆଧାରକାର୍ଡରେ ରହିଥିବା ଛୋଟମୋଟ ତ୍ରୁଟିକୁ ସଂଶୋଧନ ମଧ୍ୟ କରିହେଉନି। ଫଳରେ ଜଣେ ଛାତ୍ରୀ ନର୍ସିଂ […]

କେନ୍ଦ୍ରାପଡା: ବିନା ଆଧାରକାର୍ଡରେ କୌଣସି ସରକାରୀ ଯୋଜନାର ସୁଫଳ ଉପଲବ୍ଧ ହେଉନି। ରାସନ୍‌ କାର୍ଡଠାରୁ ଆରମ୍ଭ କରି ଜବ୍‌କାର୍ଡ, ଲେବର କାର୍ଡ, ସାମାଜିକ ସୁରକ୍ଷା ଯୋଜନା, ସ୍କୁଲ ନାମଲେଖା, ଜାତି ପ୍ରମାଣପତ୍ର, ଶିକ୍ଷା ବୃତ୍ତି, ବିଭିନ୍ନ ଭତ୍ତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସରକାର ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛନ୍ତି। ଆଧାରକାର୍ଡ ବାଧ୍ୟତାମୂଳକ ଥିବାରୁ କେତେଜଣ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୋଇଛି। ଆଧାରକାର୍ଡରେ ରହିଥିବା ଛୋଟମୋଟ ତ୍ରୁଟିକୁ ସଂଶୋଧନ ମଧ୍ୟ କରିହେଉନି। ଫଳରେ ଜଣେ ଛାତ୍ରୀ ନର୍ସିଂ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ପାଠପଢା ପ୍ରତି ତାଙ୍କର ଆଗ୍ରହ ଥିଲେ ମଧ୍ୟ ସରକାରୀ ବିଧି ବ୍ୟବସ୍ଥା ଯୋଗୁଁ ଶିକ୍ଷାରୁ ବଞ୍ଚିତ ହୋଇଥିବାରୁ ଭେଁ ଭେଁ ହୋଇ କାନ୍ଦିଛନ୍ତି। ବୟସ ଗଡ଼ି ଚାଲିଥିବାରୁ ଆଉ ଆଗକୁ ପାଠ ପଢ଼ିବେ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଧୀନ ଗରଦପୁର ଗ୍ରାମର ଉମେଶ ବେହେରାଙ୍କ ଝିଅ ରୂପାଲି ବେହେରା(୧୭)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସେ ଜଣେ ଅନୁସୂଚିତ ଜାତିର ଛାତ୍ରୀ। ଯୁକ୍ତ ୨ ବିଜ୍ଞାନ ପାଠ ପଢିବା ପରେ ନର୍ସିଂ କରିବାକୁ ମନ ବଳାଇଥିଲେ। ମାଟ୍ରିକ ଏବଂ ଯୁକ୍ତ ୨ରେ ଭଲ ନମ୍ୱର ରଖି ପାସ ମଧ୍ୟ କରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ମାନଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡ ଜରିଆରେ ନର୍ସିଂ ଶିକ୍ଷା ଗ୍ରହଣ କରିଥାନ୍ତେ ସେ। ଏନେଇ ସବୁ ପ୍ରସ୍ତୁତି ସରିଥିଲା। ହେଲେ ଆଡ୍‌ମିଶନ ସମୟରେ ଆଧାରକାର୍ଡରେ ଏକ ସାମାନ୍ୟ ତ୍ରୁଟି ଯୋଗୁଁ ତାଙ୍କୁ ଫେରାଇ ଦିଆଯାଇଥିଲା। ତ୍ରୁଟି ସଂଶୋଧନ ପାଇଁ ଭୁବନେଶ୍ୱରଠାରୁ କଟକ ଆଉ କେନ୍ଦ୍ରାପଡ଼ା ଦୌଡି ଦୌଡି ଶେଷରେ ନିରାଶ ହୋଇ ଏବେ ଘରେ ବସି ରହିଛନ୍ତି ସେ। ତେବେ ଆଧାରକାର୍ଡରେ ତ୍ରୁଟି ଥିବାରୁ ସେ ଆଗକୁ ସମସ୍ତ ସର୍ବନିମ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ରୂପାଲିଙ୍କର ମାଟ୍ରିକ ଏବଂ ଯୁକ୍ତ ୨ ସାର୍ଟିଫିକେଟରେ ଜନ୍ମ ୨୩/୧୨/୨୦୦୬ ରହିଥିବା ବେଳେ ଆଧାରରେ ୨୫/୧୨/୨୦୦୬ ରହିଛି। ଏହି ଦୁଇଦିନ ତ୍ରୁଟିକୁ କୌଣସି ସ୍ଥାନରେ ସଂଶୋଧନ କରିହେଉନି। ଫଳରେ ସେ ଏବେ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏମିତିକି ଯେତେଥର ତ୍ରୁଟି ସଂଶୋଧନ କରିବାକୁ ଯାଉଛନ୍ତି, ହୋଇପାରୁନି ବୋଲି ରୂପାଲିଙ୍କ ବାପା ଉମେଶ କ୍ଷୋଭର ସହ କହିଛନ୍ତି। ସରକାର ଅନୁସୂଚିତ ଜାତି ଏବଂ ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ସ୍ୱାବଲମ୍ୱୀ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା କହି ଡିଣ୍ଡିମ ପିଟୁଛନ୍ତି। ହେଲେ ବାସ୍ତବରେ କ’ଣ ହେଉଛି ଆମେ ଭୋଗୁଛୁ ବୋଲି ଛାତ୍ରୀଙ୍କ ବାପା କହିଛନ୍ତି । ଏହି ତ୍ରୁଟି ପାଇଁ ଆଧାର କାର୍ଡ କୌଣସି ସ୍ଥାନରେ ଲିଙ୍କ ମଧ୍ୟ ହୋଇପାରୁନାହିଁ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଆଧାରକାର୍ଡ ତିଆରି ଏବଂ ସଂଶୋଧନ ପ୍ରକ୍ରିୟାକୁ ଏବେ ଜଟିଳ କରି ଦିଆଯାଇଛି। ପୂର୍ବରୁ ଭୋଟ୍‌ର କାର୍ଡ, ପ୍ୟାନ୍‌ କାର୍ଡ, ମାଟ୍ରିକ ପ୍ରମାଣପତ୍ର, ପାସ୍‌ପୋର୍ଟ କିମ୍ୱା ସେଭଳି କୌଣସି ଡକ୍ୟୁମେଣ୍ଟ ନଥିଲେ ସ୍ଥାନୀୟ ସରପଞ୍ଚ କିମ୍ୱା କୌଣସି ଗେଜେଟେଡ୍‌ ଅଧିକାରୀଙ୍କ ଦସ୍ତଖତ ଜରିଆରେ ଆଧାରକାର୍ଡ ତିଆରି କିମ୍ୱା ସଂଶୋଧିତ ହୋଇ ପାରୁଥିଲା। ଏହା ଆଉ ସମ୍ଭବ ହେଉନି। ଏଥିପାଇଁ ଆବାସିକ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଉଛି। ଆଧାରକାର୍ଡ ପାଇଁ ଖାଦ୍ୟ ସୁରକ୍ଷା ଏବଂ ଶିକ୍ଷାରୁ ବଞ୍ଚିତ କରା ନଯିବାକୁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ରହିଛି।

ଆଧାରକାର୍ଡ ପ୍ରସ୍ତୁତ ବେଳେ ନାମର ବନାନ, ଠିକଣା ଏବଂ ଜନ୍ମ ତାରିଖରେ ଯେତେ ଭୁଲ କରାଯାଉଛି, ଏଥିଯୋଗୁଁ ହିତାଧିକାରୀଙ୍କ ଦୁଃଖ ବଢିବାରେ ଲାଗିଛି। ଆଧାରକାର୍ଡର ସାମାନ୍ୟ ତ୍ରୁଟି ହିତାଧିକାରୀଙ୍କ ପାଇଁ ପରିଚୟ ସଙ୍କଟ ତିଆରି କରୁଛି ଏବଂ ସେ ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏନେଇ ବିଭାଗ ପକ୍ଷରୁ ସତର୍କତା ଅବଲମ୍ୱନ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର