କରୋନା ଭ୍ୟାକ୍ସିନ ସର୍ଭେ ନାଁରେ ମାତିଛନ୍ତି ଲୁଟିଆ: ବନ୍ଧୁକ, ଭୁଜାଲି ଦେଖାଇ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କାର ଜିନିଷ

The Sakala Picture
Published On

କେନ୍ଦ୍ରାପଡା: କରୋନା ଭ୍ୟାକ୍ସିନ ସର୍ଭେ ନାଁରେ ଲୁଟ ଆରମ୍ଭ ହୋଇଛି। ଗାଁ ଗାଁ ଆଉ ଘର ଘର ଟିକାକରଣ ନେଇ ପଞ୍ଜିକରଣ କରିବାକୁ ଏକ ଲୁଟିଆ ଟିମ ଜିଲ୍ଲାରେ ଲୁଟପାଟ ଆରମ୍ଭ କରିଛନ୍ତି। ଯାହା ଘରେ କେବଳ ମହିଳା ଥିବେ ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ବିଭିନ୍ନ ବାହାନାରେ ଘରେ ପଶି ମହିଳାଙ୍କ ମୁହଁକୁ କପଡ଼ାରେ ବନ୍ଦ କରି ବାନ୍ଧି ପକାଉଛନ୍ତି। ପରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଆଉ ଅନ୍ୟଜଣେ ଭୁଜାଲି ଦେଖାଇ ଲୁଟ […]

କେନ୍ଦ୍ରାପଡା: କରୋନା ଭ୍ୟାକ୍ସିନ ସର୍ଭେ ନାଁରେ ଲୁଟ ଆରମ୍ଭ ହୋଇଛି। ଗାଁ ଗାଁ ଆଉ ଘର ଘର ଟିକାକରଣ ନେଇ ପଞ୍ଜିକରଣ କରିବାକୁ ଏକ ଲୁଟିଆ ଟିମ ଜିଲ୍ଲାରେ ଲୁଟପାଟ ଆରମ୍ଭ କରିଛନ୍ତି। ଯାହା ଘରେ କେବଳ ମହିଳା ଥିବେ ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ବିଭିନ୍ନ ବାହାନାରେ ଘରେ ପଶି ମହିଳାଙ୍କ ମୁହଁକୁ କପଡ଼ାରେ ବନ୍ଦ କରି ବାନ୍ଧି ପକାଉଛନ୍ତି। ପରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଆଉ ଅନ୍ୟଜଣେ ଭୁଜାଲି ଦେଖାଇ ଲୁଟ କରି ଫେରାର ହୋଇଯାଉଛନ୍ତି। ଗତ ଦୁଇମାସ ଭିତରେ ଏହିଭଳି ଦୁଇଟି ଘଟଣା ଘଟିଥିଲେ ମଧ୍ୟ କେନ୍ଦ୍ରାପଡା ପୁଲିସ କେବଳ ମାମଲା ରୁଜୁ କରି ଚୁପ ହୋଇ ବସିଛି। ଗତ ମାସ ୧୮ ତାରିଖ ପଟ୍ଟାମୁଣ୍ଡାଇ ଥାନା ଅଧିନ ନସିପୁର ଅଞ୍ଚଳରେ କୁଳମଣି ରାଉତଙ୍କ ଘରେ ପଶି ସର୍ବସ୍ୱ ଲୁଟିନେଇଛନ୍ତି ଦୁର୍ବୃତ୍ତ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ପୁଲିସ ସୂଚନା ମୁତାବକ, କୁଳମଣି ଏବଂ ତାଙ୍କ ପୁଅ ପଟ୍ଟାମୁଣ୍ଡାଇ ଯାଇଥିଲେ। ଘରେ କୂଳମଣିଙ୍କ ପତ୍ନୀ ରଙ୍ଗଲତା ରାଉତ ଆଉ ତାଙ୍କ ନାତୁଣୀ ଥିଲେ। ରଙ୍ଗଲତା ଜଳଖିଆ ଖାଉଥିବା ସମୟରେ କେହି ତାଙ୍କ ଗ୍ରୀଲ ବାଡେଇଥିଲେ। ରଙ୍ଗଲତା ଗ୍ରୀଲ ଖୋଲି ପଚାରିବାରୁ ଏକ ୩ ଜଣିଆ ଟିମ କୋଭିଡ ଭ୍ୟାକ୍ସିନ ସର୍ଭେ ନେଇ ଆସିଥିବା କହିଥିଲେ। ଏନେଇ ଘର ପରିବାରର ସମସ୍ତଙ୍କ ଆଧାରକାର୍ଡ ମାଗିଥିଲେ। ଏନେଇ ରଙ୍ଗଲତା ତାଙ୍କ ସ୍ୱାମୀ କୂଳମଣିଙ୍କୁ ଫୋନ ଲଗାଇଥିଲେ। ଦୁର୍ବୃତ୍ତ ବଳପୂର୍ବକ ରଙ୍ଗଲତାଙ୍କ ଘରେ ପଶି ମୋବାଇଲ ଝାମ୍ପି ନେଇ ସୁଇଚ ବନ୍ଦ କରିଦେଇଥିଲେ। ରଙ୍ଗଲତା ଆଉ ତାଙ୍କ ନାତୁଣୀଙ୍କ ମୁହଁକୁ କପଡ଼ାରେ ବନ୍ଦ କରିଦେଲେ। ଆଉ ଘରର ଖୁଣ୍ଟରେ ସେମାନଙ୍କୁ ବାନ୍ଧି ଦେଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ରଙ୍ଗଲତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ବେଳେ ଅନ୍ୟଜଣେ ନାତୁଣୀଙ୍କ ବେକରେ ଭୁଜାଲି ଲଗାଇ ଜୀବନରୁ ମାରିଦେବା ନେଇ ଭୟଭୀତ କରାଇଥିଲେ। ତୃତୀୟ ଦୁର୍ବୁତ୍ତ ଘରର ଟ୍ରଙ୍ଗ, ଆଟାଚ ଆଉ ଗଡ଼ରେଜ ଖୋଜି ସୁନା ଅଳଙ୍କାର ଆଉ ଟଙ୍କା ବାହାର କରିଥିଲେ କ୍ଷ ୬ଟି ସୁନା ମୁଦି, ଗୋଟିଏ ସୁନା ଚେନ, ଦୁଇହଳ ରୁପା ପାଉଁଜି, ଦୁଇଟି କାନଫୁଲ, ରୂପାମୁଦ୍ରା, ସୁନା ବାହୁଟି ଏବଂ ଗଡ଼ରେଜ ଭାଙ୍ଗି ୨ ଲକ୍ଷ ୭୫ ହଜାର ଟଙ୍କା କ୍ୟାସ ଲୁଟି ନେଇଥିଲେ। ସମୁଦାୟ ଟଙ୍କା ଆଉ ସୁନା ମିଶି ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ୨୯୯/୨୧ ମାମଲା ରୁଜୁ କରିଛି। ହେଲେ ଏହି ଲୁଟିଆ ଗ୍ୟାଙ୍ଗର କୌଣସି ପତା ପାଉନଥିବା ଜାଣିବାକୁ ମିଳିଛି। ଏନେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ କୁହନ୍ତି ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବୁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

05 Jun 2021 By The Sakala

କରୋନା ଭ୍ୟାକ୍ସିନ ସର୍ଭେ ନାଁରେ ମାତିଛନ୍ତି ଲୁଟିଆ: ବନ୍ଧୁକ, ଭୁଜାଲି ଦେଖାଇ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କାର ଜିନିଷ

କେନ୍ଦ୍ରାପଡା: କରୋନା ଭ୍ୟାକ୍ସିନ ସର୍ଭେ ନାଁରେ ଲୁଟ ଆରମ୍ଭ ହୋଇଛି। ଗାଁ ଗାଁ ଆଉ ଘର ଘର ଟିକାକରଣ ନେଇ ପଞ୍ଜିକରଣ କରିବାକୁ ଏକ ଲୁଟିଆ ଟିମ ଜିଲ୍ଲାରେ ଲୁଟପାଟ ଆରମ୍ଭ କରିଛନ୍ତି। ଯାହା ଘରେ କେବଳ ମହିଳା ଥିବେ ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ବିଭିନ୍ନ ବାହାନାରେ ଘରେ ପଶି ମହିଳାଙ୍କ ମୁହଁକୁ କପଡ଼ାରେ ବନ୍ଦ କରି ବାନ୍ଧି ପକାଉଛନ୍ତି। ପରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଆଉ ଅନ୍ୟଜଣେ ଭୁଜାଲି ଦେଖାଇ ଲୁଟ କରି ଫେରାର ହୋଇଯାଉଛନ୍ତି। ଗତ ଦୁଇମାସ ଭିତରେ ଏହିଭଳି ଦୁଇଟି ଘଟଣା ଘଟିଥିଲେ ମଧ୍ୟ କେନ୍ଦ୍ରାପଡା ପୁଲିସ କେବଳ ମାମଲା ରୁଜୁ କରି ଚୁପ ହୋଇ ବସିଛି। ଗତ ମାସ ୧୮ ତାରିଖ ପଟ୍ଟାମୁଣ୍ଡାଇ ଥାନା ଅଧିନ ନସିପୁର ଅଞ୍ଚଳରେ କୁଳମଣି ରାଉତଙ୍କ ଘରେ ପଶି ସର୍ବସ୍ୱ ଲୁଟିନେଇଛନ୍ତି ଦୁର୍ବୃତ୍ତ।

ପୁଲିସ ସୂଚନା ମୁତାବକ, କୁଳମଣି ଏବଂ ତାଙ୍କ ପୁଅ ପଟ୍ଟାମୁଣ୍ଡାଇ ଯାଇଥିଲେ। ଘରେ କୂଳମଣିଙ୍କ ପତ୍ନୀ ରଙ୍ଗଲତା ରାଉତ ଆଉ ତାଙ୍କ ନାତୁଣୀ ଥିଲେ। ରଙ୍ଗଲତା ଜଳଖିଆ ଖାଉଥିବା ସମୟରେ କେହି ତାଙ୍କ ଗ୍ରୀଲ ବାଡେଇଥିଲେ। ରଙ୍ଗଲତା ଗ୍ରୀଲ ଖୋଲି ପଚାରିବାରୁ ଏକ ୩ ଜଣିଆ ଟିମ କୋଭିଡ ଭ୍ୟାକ୍ସିନ ସର୍ଭେ ନେଇ ଆସିଥିବା କହିଥିଲେ। ଏନେଇ ଘର ପରିବାରର ସମସ୍ତଙ୍କ ଆଧାରକାର୍ଡ ମାଗିଥିଲେ। ଏନେଇ ରଙ୍ଗଲତା ତାଙ୍କ ସ୍ୱାମୀ କୂଳମଣିଙ୍କୁ ଫୋନ ଲଗାଇଥିଲେ। ଦୁର୍ବୃତ୍ତ ବଳପୂର୍ବକ ରଙ୍ଗଲତାଙ୍କ ଘରେ ପଶି ମୋବାଇଲ ଝାମ୍ପି ନେଇ ସୁଇଚ ବନ୍ଦ କରିଦେଇଥିଲେ। ରଙ୍ଗଲତା ଆଉ ତାଙ୍କ ନାତୁଣୀଙ୍କ ମୁହଁକୁ କପଡ଼ାରେ ବନ୍ଦ କରିଦେଲେ। ଆଉ ଘରର ଖୁଣ୍ଟରେ ସେମାନଙ୍କୁ ବାନ୍ଧି ଦେଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ରଙ୍ଗଲତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ବେଳେ ଅନ୍ୟଜଣେ ନାତୁଣୀଙ୍କ ବେକରେ ଭୁଜାଲି ଲଗାଇ ଜୀବନରୁ ମାରିଦେବା ନେଇ ଭୟଭୀତ କରାଇଥିଲେ। ତୃତୀୟ ଦୁର୍ବୁତ୍ତ ଘରର ଟ୍ରଙ୍ଗ, ଆଟାଚ ଆଉ ଗଡ଼ରେଜ ଖୋଜି ସୁନା ଅଳଙ୍କାର ଆଉ ଟଙ୍କା ବାହାର କରିଥିଲେ କ୍ଷ ୬ଟି ସୁନା ମୁଦି, ଗୋଟିଏ ସୁନା ଚେନ, ଦୁଇହଳ ରୁପା ପାଉଁଜି, ଦୁଇଟି କାନଫୁଲ, ରୂପାମୁଦ୍ରା, ସୁନା ବାହୁଟି ଏବଂ ଗଡ଼ରେଜ ଭାଙ୍ଗି ୨ ଲକ୍ଷ ୭୫ ହଜାର ଟଙ୍କା କ୍ୟାସ ଲୁଟି ନେଇଥିଲେ। ସମୁଦାୟ ଟଙ୍କା ଆଉ ସୁନା ମିଶି ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ୨୯୯/୨୧ ମାମଲା ରୁଜୁ କରିଛି। ହେଲେ ଏହି ଲୁଟିଆ ଗ୍ୟାଙ୍ଗର କୌଣସି ପତା ପାଉନଥିବା ଜାଣିବାକୁ ମିଳିଛି। ଏନେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ କୁହନ୍ତି ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବୁ ବୋଲି ସେ କହିଛନ୍ତି।

https://www.thesakala.in/latest-odisha-news/kendrapara/kendrapada-loot-news/article-2703
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର