ବଢୁଛି ଜଳବନ୍ଦୀଙ୍କ ଦୁର୍ଦ୍ଦଶା: ଏବେବି କେନ୍ଦ୍ରାପଡ଼ାର ୫୪ଟି ଗ୍ରାମ ପାଣି ଘେରରେ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର କିଛି ମାତ୍ରାରେ କମିଛି । ହେଲେ ଜିଲ୍ଲାର ୫୪ଟି ଗ୍ରାମର ୧୮ହଜାର ୫୯୪ ଲୋକେ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସମୁଦାୟ ୨୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ କୁଡିଆ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଦୁଇଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ଅନେକ ସ୍ଥାନରେ ଏବେ ମଧ୍ୟ ଯୋଗାଯୋଗର ମାଧ୍ୟମ ଡଙ୍ଗା ପାଲଟିଛି। ସେପଟେ ଜିଲ୍ଲାର ୩ଟି ବ୍ଲକର ଗରଦପୁର, ମାର୍ଶାଘାଇ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର କିଛି ମାତ୍ରାରେ କମିଛି । ହେଲେ ଜିଲ୍ଲାର ୫୪ଟି ଗ୍ରାମର ୧୮ହଜାର ୫୯୪ ଲୋକେ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସମୁଦାୟ ୨୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ କୁଡିଆ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଦୁଇଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ଅନେକ ସ୍ଥାନରେ ଏବେ ମଧ୍ୟ ଯୋଗାଯୋଗର ମାଧ୍ୟମ ଡଙ୍ଗା ପାଲଟିଛି। ସେପଟେ ଜିଲ୍ଲାର ୩ଟି ବ୍ଲକର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡାର ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି ହୋଇ ଘାଇ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାନଦୀର ଶାଖାନଦୀ ଗୁଡିକରେ ଘଳିଆ ପଡିବା କାରଣରୁ ଅନେକଙ୍କ ଘରେ ପାଣି ପଶି ରହିଛି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଏହବାଦ ଲଘୁଚାପ ଜନିତ ବର୍ଷା ହେବାରୁ ନଦୀକୂଳିଆ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢାଇ ଦେଇଛି। ମହାନଦୀ ଶାଖା ନଦୀ ପାଇକା, ଚିତ୍ରୋତ୍ପଳା, ଲୁଣା ଓ କରାଣ୍ଡିଆ ନଦୀରେ ବନ୍ୟାଜଳ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୮୬ଟି ଗାଁର ୯୦ ହଜାର ଲୋକଙ୍କୁ ପ୍ରଭାବିତ କରିଛି। ଅନ୍ୟପଟେ ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା ଆଦି ବ୍ଲକରେ ଥିବା ନଦୀକୂଳ ଚାଷୀଙ୍କ ବିଲରେ ଲଗାଯାଇଥିବା ସମସ୍ତ ଫସଲ ନଷ୍ଟ ହୋଇଯାଇଛି। କାହାର ଧାନ ବିଲ ସମ୍ପୂର୍ଣ୍ଣ ରୁଆ ଶେଷ ହୋଇଥିବାବେଳେ ବନ୍ୟାଜଳ ଦାଉସାଧି ସବୁକିଛି ଉଜାଡି ଦେଲା । ଆଉ କାହାର ବିଲରେ ଫଳିଥିବା ପରିବା ସବୁ ନଷ୍ଟ ହୋଇଯାଇଛି। ଋଣ କରି ଧାନ, ପନିପରିବା ଲଗାଇଥିବା ଚାଷୀର ମୁଣ୍ତରେ ଚଡ଼କ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଲରୁ ସବୁ ହରାଇବା ପରେ ମଧ୍ୟ ଏପର୍ଯ୍ଯନ୍ତ ନିଜ ବାସସ୍ଥାନକୁ ପାଣି ଘେରି ରହିଥିବାରୁ ଯାଇ ପାରୁନାହାନ୍ତି। ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ରନ୍ଧା ଆଉ ଶୁଖିଲା ଖାଦ୍ୟ ଉପରେ ନିର୍ଭର ହୋଇ ଚଳିବାକୁ ପଡୁଛି। ସେପଟେ ବନ୍ୟା ପ୍ରପୀଡ଼ିତଙ୍କ କୁନି କୁନି ପିଲା ଆଉ ଶିଶୁମାନଙ୍କ ପାଇଁ କୌଣସି ଖାଦ୍ୟ ଯୋଗାଇ ଦିଆଯାଇ ନ ଥିବାରୁ ଅନେକ ସମସ୍ୟା ଦେଖିବାକୁ ମିଳିଛି। ତୁରନ୍ତ ବନ୍ୟା ପ୍ରପୀଡ଼ିତଙ୍କ ଶିଶୁଙ୍କୁ ଶିଶୁଖାଦ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

23 Aug 2022 By The Sakala

ବଢୁଛି ଜଳବନ୍ଦୀଙ୍କ ଦୁର୍ଦ୍ଦଶା: ଏବେବି କେନ୍ଦ୍ରାପଡ଼ାର ୫୪ଟି ଗ୍ରାମ ପାଣି ଘେରରେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର କିଛି ମାତ୍ରାରେ କମିଛି । ହେଲେ ଜିଲ୍ଲାର ୫୪ଟି ଗ୍ରାମର ୧୮ହଜାର ୫୯୪ ଲୋକେ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସମୁଦାୟ ୨୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ କୁଡିଆ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଦୁଇଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ଅନେକ ସ୍ଥାନରେ ଏବେ ମଧ୍ୟ ଯୋଗାଯୋଗର ମାଧ୍ୟମ ଡଙ୍ଗା ପାଲଟିଛି। ସେପଟେ ଜିଲ୍ଲାର ୩ଟି ବ୍ଲକର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡାର ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି ହୋଇ ଘାଇ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାନଦୀର ଶାଖାନଦୀ ଗୁଡିକରେ ଘଳିଆ ପଡିବା କାରଣରୁ ଅନେକଙ୍କ ଘରେ ପାଣି ପଶି ରହିଛି ।

ଏହବାଦ ଲଘୁଚାପ ଜନିତ ବର୍ଷା ହେବାରୁ ନଦୀକୂଳିଆ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢାଇ ଦେଇଛି। ମହାନଦୀ ଶାଖା ନଦୀ ପାଇକା, ଚିତ୍ରୋତ୍ପଳା, ଲୁଣା ଓ କରାଣ୍ଡିଆ ନଦୀରେ ବନ୍ୟାଜଳ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୮୬ଟି ଗାଁର ୯୦ ହଜାର ଲୋକଙ୍କୁ ପ୍ରଭାବିତ କରିଛି। ଅନ୍ୟପଟେ ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା ଆଦି ବ୍ଲକରେ ଥିବା ନଦୀକୂଳ ଚାଷୀଙ୍କ ବିଲରେ ଲଗାଯାଇଥିବା ସମସ୍ତ ଫସଲ ନଷ୍ଟ ହୋଇଯାଇଛି। କାହାର ଧାନ ବିଲ ସମ୍ପୂର୍ଣ୍ଣ ରୁଆ ଶେଷ ହୋଇଥିବାବେଳେ ବନ୍ୟାଜଳ ଦାଉସାଧି ସବୁକିଛି ଉଜାଡି ଦେଲା । ଆଉ କାହାର ବିଲରେ ଫଳିଥିବା ପରିବା ସବୁ ନଷ୍ଟ ହୋଇଯାଇଛି। ଋଣ କରି ଧାନ, ପନିପରିବା ଲଗାଇଥିବା ଚାଷୀର ମୁଣ୍ତରେ ଚଡ଼କ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଲରୁ ସବୁ ହରାଇବା ପରେ ମଧ୍ୟ ଏପର୍ଯ୍ଯନ୍ତ ନିଜ ବାସସ୍ଥାନକୁ ପାଣି ଘେରି ରହିଥିବାରୁ ଯାଇ ପାରୁନାହାନ୍ତି। ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ରନ୍ଧା ଆଉ ଶୁଖିଲା ଖାଦ୍ୟ ଉପରେ ନିର୍ଭର ହୋଇ ଚଳିବାକୁ ପଡୁଛି। ସେପଟେ ବନ୍ୟା ପ୍ରପୀଡ଼ିତଙ୍କ କୁନି କୁନି ପିଲା ଆଉ ଶିଶୁମାନଙ୍କ ପାଇଁ କୌଣସି ଖାଦ୍ୟ ଯୋଗାଇ ଦିଆଯାଇ ନ ଥିବାରୁ ଅନେକ ସମସ୍ୟା ଦେଖିବାକୁ ମିଳିଛି। ତୁରନ୍ତ ବନ୍ୟା ପ୍ରପୀଡ଼ିତଙ୍କ ଶିଶୁଙ୍କୁ ଶିଶୁଖାଦ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର