ବଡ ଧରଣର ଡକାୟତି: ଲୁଟିନେଲ ନଗଦ ଦେଢ ଲକ୍ଷ ଟଙ୍କା ସମେତ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର

The Sakala Picture
Published On

ମହାକାଳପଡା: ତନ୍ତିଆପାଳ ଥାନା ତଥା ମହାକାଳପଡା ବ୍ଲକ୍ ଅନ୍ତର୍ଗତ କାକଟପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ବଡଧରଣର ଡକାୟତି ହୋଇଛି । ଡକାୟତମାନେ ରାତି ଅଧରେ ଘରର କବାଟ ଭାଙ୍ଗି ମାରଣାସ୍ତ୍ରରେ ଆକ୍ରମଣ କରି ନଗଦ ଦେଢଲକ୍ଷ ଟଙ୍କା ଏବଂ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ରୂପା ଅଳଙ୍କାର ଲୁଟି ନେଇଯାଇଛନ୍ତି । ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନ ବଡିହି ପଞ୍ଚାୟତର କାକଟପୁର ଗ୍ରାମର କାର୍ତିକ ସ୍ୱାଇଁଙ୍କ ଘରେ ଶନିବାର ରାତି ପ୍ରାୟ […]

ମହାକାଳପଡା: ତନ୍ତିଆପାଳ ଥାନା ତଥା ମହାକାଳପଡା ବ୍ଲକ୍ ଅନ୍ତର୍ଗତ କାକଟପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ବଡଧରଣର ଡକାୟତି ହୋଇଛି । ଡକାୟତମାନେ ରାତି ଅଧରେ ଘରର କବାଟ ଭାଙ୍ଗି ମାରଣାସ୍ତ୍ରରେ ଆକ୍ରମଣ କରି ନଗଦ ଦେଢଲକ୍ଷ ଟଙ୍କା ଏବଂ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ରୂପା ଅଳଙ୍କାର ଲୁଟି ନେଇଯାଇଛନ୍ତି । ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନ ବଡିହି ପଞ୍ଚାୟତର କାକଟପୁର ଗ୍ରାମର କାର୍ତିକ ସ୍ୱାଇଁଙ୍କ ଘରେ ଶନିବାର ରାତି ପ୍ରାୟ ସାଢେ ଗୋଟାଏ ବେଳେ ୭ ଜଣ ଡକାୟତ କବାଟ ଭାଙ୍ଗି ପ୍ରବେଶ କରିଥିଲେ। ଗୃହ କର୍ତା କାର୍ତିକ ଏବଂ ତାଙ୍କ ସହଧର୍ମିଣୀ ତୁଳସୀ ସ୍ୱାଇଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଅନ୍ୟ ଏକ ଘରେ ଶୋଇଥିବା ତାଙ୍କ ବଡ ବୋହୁଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସମସ୍ତଙ୍କ ଠାରୁ ମୋବାଇଲ ଛଡାଇ ନେଇ ଆଲମିରର ଚାବି ନେଇ ଯାଇଥିଲେ। ଅଲମିରାରେ ଥିବା ନଗଦ ପ୍ରାୟ ଦେଢଲକ୍ଷ ଟଙ୍କା ଏବଂ ସୁନାରୂପା ଅଳଙ୍କାର ଲୁଟିନେଇ ଘର ବାହାରକୁ ପଳାଇ ସେମାନେ ଆଣିଥିବା ବାଇକ୍ ଯୋଗେ ପଳାଇବାକୁ ଉଦ୍ୟମ କରିଥିଲେ ।

ଲୁଟ୍ କରୁଥିବା ସମୟରେ ଡକାୟତମାନଙ୍କ ଠାରୁ ନିଜକୁ ଲୁଚାଇ ଖଟତଳେ ରହି ପଡୋଶୀ ବଡ ଶ୍ୱଶୁରଙ୍କ ଘରକୁ ଫୋନ୍ କରି ଡକାୟତି ସମ୍ପର୍କରେ ସୂଚନା ଦେଇ ସାହାଯ୍ୟ ଭିକ୍ଷା କରିଥିଲେ ସାନ ବୋହୁ । ଡକାୟତି କରି ବାରି ପଟ ଦୁଆର ଦେଇ ଫେରୁଥିବା ସମୟରେ ପଡୋଶୀଙ୍କୁ ଦେଖି ବନ୍ଧୁକରୁ ଫାୟାରିଂ କରିବା ସହିତ ଭୁଜାଲିରେ ଆକ୍ରମଣ କରିଦେଇଥିଲେ । ପଡୋଶୀ ଭୟରେ ଦୂରେଇ ଯିବା ପରେ ଡକାୟତମାନେ ରାସ୍ତାକୁ ଯାଇ ବାଇକ୍ ଯୋଗେ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପଡୋଶୀଙ୍କ ବିରୋଧ ଯୋଗୁ ଡକାୟତମାନେ ପୁନର୍ବାର ବନ୍ଧୁକରୁ ଫାୟାରିଂ କରିଥିଲେ । ପଡୋଶୀ ଏବଂ ଗ୍ରାମବାସୀ ଇଟା ପଥର ପକାଇବାରୁ ଡକାୟତଙ୍କ ହାତରୁ ବନ୍ଧୁକ ଖସି ପଡିଥିଲା ଏବଂ ବାଇକ ମଧ୍ୟ ଷ୍ଟାର୍ଟ ହୋଇ ନ ଥିଲା । ଫଳରେ ବାଇକ୍ ଛାଡି ସେମାନେ ଦୌଡି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଖସି ପଳାଇଥବା ବେଳେ ଜଣକୁ ଗ୍ରାମବାସୀ କାବୁ କରିନେଇଥିଲେ ଏବଂ ଅନ୍ୟ ଜଣେ ଡକାୟତ ଦୌଡି ଦୌଡି ପଳାଉଥିବା ବେଳେ ନିକଟସ୍ଥ ଗାଁ ବଡିହିରେ ଦେଶି ବୁଲା କୁକୁରଙ୍କ ହାବୁଡରେ ପଡି ଆଉ ମୁକୁଳିପାରି ନ ଥିଲା।ବଡିହି ଗ୍ରାମବାସୀମାନେ ସଂପୃକ୍ତ ଡକାୟତକୁ ବନ୍ଧି ରଖିବା ସହିତ ପୋଲିସକୁ ଖବର ଦେଇଥିଲେ ।

କେନ୍ଦ୍ରାପଡା ଏସପି ସନ୍ଦୀପ ସମ୍ପଦ ମଦକର୍ ଏବଂ ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଦୁଇଜଣ ଡକାୟତଙ୍କୁ ହେପାଜତକୁ ନେବା ସହିତ ଦୁଇଟି ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି । ଆହତମାନଙ୍କୁଚିକିତ୍ସା ପାଇଁ କେନ୍ଦ୍ରାପଡା ମେଡିକାଲରେ ଭର୍ତି କରାଯାଇଛି। ଗୃହକର୍ତା କାର୍ତିକ ସ୍ୱାଇଁଙ୍କ ତିନି ପୁଅ ମଧ୍ୟରୁ ବଡ ପୁଅ ବାଙ୍ଗାଲୋରରେ,ମଝିଆଁପୁଅ ଦୁବାଇରେ ଏବଂ ସାନ ପୁଅ ବମ୍ବେରେ ରହୁଥିବା ବେଳେ ଘରେ କାର୍ତିକଙ୍କ ସମେତ ପତ୍ନୀ ଏବଂ ଦୁଇ ବୋହୁ ଓ ଦୁଇ ଶିଶୁ ରହୁଥିଲେ । କାକଟପୁର ଗାଁ ଠାରୁ ସାମାନ୍ୟ ଦୂରରେ ଗୋଟିକିଆ ଘର କରି ରହୁଥିବାରୁ ଏବଂ ଘରେ ଜଣେ ମାତ୍ର ପୁରୁଷ ରହୁଥିବାରୁ ସେଠାରେ ଡକାୟତି କରିବା ସହଜ ମନେ କରି ଡକାୟତମାନେ ଗ୍ରାମବାସୀଙ୍କ ହାବୁଡରେ ପଡିଥିବା ଡକାୟତ କହିଥିଲା ।ସେହି ଅଂଚଳରେ ଠିକାଦାର ପାଖରେ ରହୁଥିବା ବାପି ନାମକ ଜନୈକ ଯୁବକ ଡକାୟତମାନଙ୍କୁ ସମସ୍ତ ସୂଚନା ଦେଇ ଡକାୟତି ପାଇଁ ଡକାଇଥିଲା ବୋଲି କାବୁ ହୋଇଥିବା ଡକାୟତ କହିଥିବା ନେଇ ଗ୍ରାମବାସୀ କହିଛନ୍ତି । ଡକାୟତମାନେ ବାଇକ୍ ଛାଡି ଦୈାଡି ଦୈାଡି ଯାଇଥିବାରୁ ପୋଲିସ ପକ୍ଷରୁ ସବୁ ଥାନାକୁ ଖବର ଦିଆଯାଇ ସମସ୍ତ ଡକାୟତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।

10 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର