ମତଦାନର ପୂର୍ବ ରାତି: ପ୍ରତି ୱାର୍ଡରେ ପୁଲିସ, ଭୋଟରଙ୍କ ମନ ଜିଣିବାକୁ ଫୋନ୍ ଓ ହ୍ବାଟସପ୍ ମାଧ୍ୟମରେ ପ୍ରାର୍ଥୀଙ୍କ ଶେଷ ପ୍ରୟାସ
ବ୍ରହ୍ମପୁର: ମହାନଗର ନିର୍ବାଚନ ଆସନ୍ତାକାଲି ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ୨୨ ତାରିଖ ସନ୍ଧ୍ୟା ୫ଟା ସମୟରୁ ପ୍ରଚାର ଶେଷ ହୋଇଯାଇଛି। ବର୍ତ୍ତମାନ ମେୟର ପ୍ରାର୍ଥୀମାନଙ୍କଠାରୁ ଆରମ୍ଭ କରି କର୍ପୋରେଟର ପ୍ରାର୍ଥୀମାନେ ପ୍ରଚାର ଶେଷ ହେବା ପରେ ଥକି ଯାଇ ନାହାନ୍ତି ବରଂ ନିଜର ପ୍ରଚାରକୁ ଭିନ୍ନ ମାଧ୍ୟମରେ ଜାରି ରଖିଛନ୍ତି। ପ୍ରାର୍ଥୀମାନେ ଘରେ ବସି ସେମାନଙ୍କ ନିଜର ୱାର୍ଡବାସୀ ଭୋଟରଙ୍କୁ ଫୋନ୍ ଯୋଗେ ଏବଂ ହ୍ବାଟସପ୍ ମାଧ୍ୟମରେ ତାଙ୍କ ସପକ୍ଷରେ ଭୋଟ ଦେବା […]
ବ୍ରହ୍ମପୁର: ମହାନଗର ନିର୍ବାଚନ ଆସନ୍ତାକାଲି ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ୨୨ ତାରିଖ ସନ୍ଧ୍ୟା ୫ଟା ସମୟରୁ ପ୍ରଚାର ଶେଷ ହୋଇଯାଇଛି। ବର୍ତ୍ତମାନ ମେୟର ପ୍ରାର୍ଥୀମାନଙ୍କଠାରୁ ଆରମ୍ଭ କରି କର୍ପୋରେଟର ପ୍ରାର୍ଥୀମାନେ ପ୍ରଚାର ଶେଷ ହେବା ପରେ ଥକି ଯାଇ ନାହାନ୍ତି ବରଂ ନିଜର ପ୍ରଚାରକୁ ଭିନ୍ନ ମାଧ୍ୟମରେ ଜାରି ରଖିଛନ୍ତି। ପ୍ରାର୍ଥୀମାନେ ଘରେ ବସି ସେମାନଙ୍କ ନିଜର ୱାର୍ଡବାସୀ ଭୋଟରଙ୍କୁ ଫୋନ୍ ଯୋଗେ ଏବଂ ହ୍ବାଟସପ୍ ମାଧ୍ୟମରେ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି। ଗୋଟିଏ ପଟେ ପ୍ରାର୍ଥୀ ଘରେ ରହି ତାଙ୍କ ପ୍ରୟାସ ଜାରି ରଖିଥିବା ବେଳେ ପ୍ରାର୍ଥୀଙ୍କ ସମର୍ଥକ ଏବଂ ସହଯୋଗୀମାନେ ଚିରିକୁଟି ବାଣ୍ଟିବା ସହ ନିଜ ନିଜ ନେତା ଓ ନେତ୍ରୀଙ୍କ ସପକ୍ଷରେ ମତଦାନ କରିବାକୁ ପ୍ରବର୍ତ୍ତାଉଛନ୍ତି। କିଛି ଦଳୀୟ ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଭୋଟରଙ୍କୁ କିଣିବା ପାଇଁ ଶେଷ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି।
ତେବେ ପ୍ରତି ୱାର୍ଡରେ ପୁଲିସ ପହରା ମାରୁଥିବା ଯୋଗୁଁ ଏହା ଫସର ଫାଟିଥିବାବେଳେ ଘର ଘର ବୁଲି କିଛି ଲୋକ ଭିନ୍ନ ଉପାୟରେ ଭୋଟରକୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ବ୍ରହ୍ମପୁର ସହରରେ ବର୍ତ୍ତମାନ ଯାଏଁ ଭୋଟରଙ୍କୁ ପ୍ରଲୋଭିତ କରାଯାଉଥିବା ନେଇ କୌଣସି ପ୍ରକାର ଅଭିଯୋଗ ଆସିନଥିଲେ ମଧ୍ୟ ମଧ୍ୟରାତ୍ରରେ ଏଭଳି ଉଦ୍ୟମ ଆଶଙ୍କା କରି ସହରରେ ବର୍ତମାନ ବ୍ଲାକ କମାଣ୍ଡୋମାନେ ସହର ସାରା ବୁଲୁଥିବା ଦେଖିବାକୁ ମିଳୁଛି। କିଛି ବ୍ଲାକ୍ କମାଣ୍ଡୋ କମାପଲ୍ଲୀ ଛକ ନିକଟରୁ ଗୋପାଳପୁର ଜନ୍ସନ୍ ପର୍ଯ୍ୟନ୍ତ ପଇଁତରା ମାରୁଥିବା ବେଳେ କିଛି ବ୍ଲାକ୍ କମାଣ୍ଡୋ ଟାଉନ୍ ଥାନା ଏବଂ ବଡବଜାର ଥାନା ଅଧିନରେ ବୁଲୁଥିବା ଦେଖିବାକୁ ମିଳିଛି। ପୁରା ବ୍ରହ୍ମପୁର ସହର ପୁଲିସ ଛାଉଣି ହୋଇଯାଇଛି। ପ୍ରାର୍ଥୀ, ସମର୍ଥକ କିମ୍ବା ସାଧାରଣ ଲୋକ କୌଣସି ସମସ୍ୟା ସମ୍ପର୍କରେ ଜଣାଇଲେ ତୁରନ୍ତ ପୁଲିସ ସେଠାରେ ପହଞ୍ଚୁଛି। ବର୍ତ୍ତମାନ ସବୁ ଅଞ୍ଚଳରେ ଲୋକେ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଆସନ୍ତାକାଲି ଭୋଟରମାନଙ୍କୁ ନିଜ ନିଜ ୱାର୍ଡର ବୁଥ୍ରେ ପହଞ୍ଚାଇବା ପାଇଁ ମଧ୍ୟ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ପ୍ରାର୍ଥୀମାନେ ପ୍ରତି ବୁଥ୍ ପାଇଁ ନିଜ ନିଜର ଏଜେଣ୍ଟ ନିଯୁକ୍ତି ଦେଇଛନ୍ତି। ମତଦାନର ପୂର୍ବ ରାତି ନିହାତି ଭାବେ ପ୍ରତ୍ୟେକ ଦଳ, ପ୍ରାର୍ଥୀ ଏବଂ ସମର୍ଥକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାତି ହୋଇଥିବାରୁ ଆସନ୍ତାକାଲି ପାଇଁ ସମସ୍ତେ ଅଙ୍କକଷାରେ ବ୍ୟସ୍ତ ଅଛନ୍ତି। ମତଦାନ ଶାନ୍ତି ଶୃଂଖଳାର ସହ ସମ୍ପନ୍ନ କରିବାକୁ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି।