ଜରାଜୀର୍ଣ୍ଣ ଅବସ୍ଥାରେ ୪୨ବର୍ଷର ଚିକିତ୍ସାଳୟ, କାର୍ଯ୍ଯକ୍ଷମ କରିବାକୁ ସ୍ଥାନୀୟଲୋକଙ୍କ ଦାବି

The Sakala Picture
Published On

କେନ୍ଦ୍ରାପଡ଼ା: ୪୨ ବର୍ଷର ମେଡ଼ିକାଲ ଏବେ ବନ୍ଦ ହୋଇଯାଇଛି। ନା କେହି ଡ଼ାକ୍ତର ଅଛନ୍ତି ନା ହୋଇପାରୁଛି ରୋଗୀସେବା। ହଜାର ହାଜର ଲୋକେ ଏହି ମେଡ଼ିକାଲ ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଡ଼ାକ୍ତର ନ ଥିବାରୁ ତାହା ଚାଲି ପାରୁନି। ଅନ୍ୟପଟେ ମେଡ଼ିକାଲର ଘର ଭାଙ୍ଗିରୁଜି ଗଲାଣି। ବର୍ତ୍ତମାନ ମେଡ଼ିକାଲଟି ଭୂତକୋଠୀ ପାଲଟିଛି। ଏହିଭଳି ଏକ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍ଗା ପଞ୍ଚାୟତର ଟିକରପଙ୍ଗାଠାରେ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ରେଡକ୍ରସ ଚିକିତ୍ସାଳୟରେ […]

କେନ୍ଦ୍ରାପଡ଼ା: ୪୨ ବର୍ଷର ମେଡ଼ିକାଲ ଏବେ ବନ୍ଦ ହୋଇଯାଇଛି। ନା କେହି ଡ଼ାକ୍ତର ଅଛନ୍ତି ନା ହୋଇପାରୁଛି ରୋଗୀସେବା। ହଜାର ହାଜର ଲୋକେ ଏହି ମେଡ଼ିକାଲ ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଡ଼ାକ୍ତର ନ ଥିବାରୁ ତାହା ଚାଲି ପାରୁନି। ଅନ୍ୟପଟେ ମେଡ଼ିକାଲର ଘର ଭାଙ୍ଗିରୁଜି ଗଲାଣି। ବର୍ତ୍ତମାନ ମେଡ଼ିକାଲଟି ଭୂତକୋଠୀ ପାଲଟିଛି। ଏହିଭଳି ଏକ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍ଗା ପଞ୍ଚାୟତର ଟିକରପଙ୍ଗାଠାରେ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ରେଡକ୍ରସ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ୧୯୮୧ ମସିହା ମାର୍ଚ୍ଚ ୭ ତାରିଖରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଚିପୁଡିରା ମୁଥନା ପୁନଚ୍ଛା ଏହାକୁ ଶୁଭ ଉଦଘାଟନ କରିଥିଲେ। ସେବେଠାରୁ ରେଡକ୍ରସ ଚିକିତ୍ସାଳୟରେ ରୋଗୀ ସେବା ଆରମ୍ଭ ହୋଇଥିଲା। ଆଖପାଖର ୫/୬ ଟି ପଞ୍ଚାୟତର ଲୋକମାନେ ଏହି ରେଡକ୍ରସ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ହାତ ପାହାନ୍ତରେ ଚିକିତ୍ସା ମିଳୁଥିଲା କ୍ଷ ପ୍ରାୟ ୫ ହଜାର ଲୋକେ ସ୍ବାସ୍ଥ୍ୟ ସେବା ପାଉଥିଲେ। ଏହାବ୍ୟତୀତ ଜାତୀୟ ରାଜପଥ ୫୩ରେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଟିକରପଙ୍ଗା ରେଡକ୍ରସ ଚିକିତ୍ସାଳୟରେ ଚିକିତ୍ସା କରେଇବା ସହଜ ହୋଇଥାଏ। ହେଲେ ଦୀର୍ଘ ୨ବର୍ଷ ହେଲା ରେଡକ୍ରସ ଚିକିତ୍ସାଳୟରେ କୌଣସି ଡାକ୍ତର ନ ଥିବାରୁ ଏବେ ଭୂତକୋଠି ପାଲଟିଛି। ପୁରୁଣା ଘର ଭାଙ୍ଗିତୁଟି ଗଲାଣି । ଘର ଭିତରେ ଏବେ ପଶୁପକ୍ଷୀ ରହିବା ଆରମ୍ଭ କଲେଣି । ଆଖପାଖି ଅଞ୍ଚଳର ଜନସାଧାରଣ ମାନଙ୍କ ଦେହ ଖରାପ ହେଲେ ମେଡିକାଲ୍ ପାଇଁ ୨୫ରୁ ୩୦କିଲୋମିଟର ଯିବାକୁ ପଡୁଛି । ବାରମ୍ବାର ଟିକରପଙ୍ଗାର ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏବେ ଏହି ମେଡିକାଲଟି ଭୂତକୋଠୀ ହୋଇଥିବା ଅଭିଯୋଗ ହୋଇଛି। ଟିକରପଙ୍ଗା ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ ଯେ ମାତ୍ର ୩ଟଙ୍କାର ମେଡିସିନରେ ଯେଉଁ ରୋଗ ଭଲ ହେଉଥିଲା ସେଥିପାଇଁ ୧୦୦ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଫଳରେ ଟିକରପଙ୍ଗାରେ ସ୍ବାସ୍ଥ୍ୟ ସେବା ବ୍ୟୟ ବହୁଳ ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ମେଡିକାଲକୁ କାର୍ଯ୍ଯକ୍ଷମ କରିବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

04 Aug 2022 By The Sakala

ଜରାଜୀର୍ଣ୍ଣ ଅବସ୍ଥାରେ ୪୨ବର୍ଷର ଚିକିତ୍ସାଳୟ, କାର୍ଯ୍ଯକ୍ଷମ କରିବାକୁ ସ୍ଥାନୀୟଲୋକଙ୍କ ଦାବି

କେନ୍ଦ୍ରାପଡ଼ା: ୪୨ ବର୍ଷର ମେଡ଼ିକାଲ ଏବେ ବନ୍ଦ ହୋଇଯାଇଛି। ନା କେହି ଡ଼ାକ୍ତର ଅଛନ୍ତି ନା ହୋଇପାରୁଛି ରୋଗୀସେବା। ହଜାର ହାଜର ଲୋକେ ଏହି ମେଡ଼ିକାଲ ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଡ଼ାକ୍ତର ନ ଥିବାରୁ ତାହା ଚାଲି ପାରୁନି। ଅନ୍ୟପଟେ ମେଡ଼ିକାଲର ଘର ଭାଙ୍ଗିରୁଜି ଗଲାଣି। ବର୍ତ୍ତମାନ ମେଡ଼ିକାଲଟି ଭୂତକୋଠୀ ପାଲଟିଛି। ଏହିଭଳି ଏକ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍ଗା ପଞ୍ଚାୟତର ଟିକରପଙ୍ଗାଠାରେ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ରେଡକ୍ରସ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ୧୯୮୧ ମସିହା ମାର୍ଚ୍ଚ ୭ ତାରିଖରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଚିପୁଡିରା ମୁଥନା ପୁନଚ୍ଛା ଏହାକୁ ଶୁଭ ଉଦଘାଟନ କରିଥିଲେ। ସେବେଠାରୁ ରେଡକ୍ରସ ଚିକିତ୍ସାଳୟରେ ରୋଗୀ ସେବା ଆରମ୍ଭ ହୋଇଥିଲା। ଆଖପାଖର ୫/୬ ଟି ପଞ୍ଚାୟତର ଲୋକମାନେ ଏହି ରେଡକ୍ରସ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ହାତ ପାହାନ୍ତରେ ଚିକିତ୍ସା ମିଳୁଥିଲା କ୍ଷ ପ୍ରାୟ ୫ ହଜାର ଲୋକେ ସ୍ବାସ୍ଥ୍ୟ ସେବା ପାଉଥିଲେ। ଏହାବ୍ୟତୀତ ଜାତୀୟ ରାଜପଥ ୫୩ରେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଟିକରପଙ୍ଗା ରେଡକ୍ରସ ଚିକିତ୍ସାଳୟରେ ଚିକିତ୍ସା କରେଇବା ସହଜ ହୋଇଥାଏ। ହେଲେ ଦୀର୍ଘ ୨ବର୍ଷ ହେଲା ରେଡକ୍ରସ ଚିକିତ୍ସାଳୟରେ କୌଣସି ଡାକ୍ତର ନ ଥିବାରୁ ଏବେ ଭୂତକୋଠି ପାଲଟିଛି। ପୁରୁଣା ଘର ଭାଙ୍ଗିତୁଟି ଗଲାଣି । ଘର ଭିତରେ ଏବେ ପଶୁପକ୍ଷୀ ରହିବା ଆରମ୍ଭ କଲେଣି । ଆଖପାଖି ଅଞ୍ଚଳର ଜନସାଧାରଣ ମାନଙ୍କ ଦେହ ଖରାପ ହେଲେ ମେଡିକାଲ୍ ପାଇଁ ୨୫ରୁ ୩୦କିଲୋମିଟର ଯିବାକୁ ପଡୁଛି । ବାରମ୍ବାର ଟିକରପଙ୍ଗାର ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏବେ ଏହି ମେଡିକାଲଟି ଭୂତକୋଠୀ ହୋଇଥିବା ଅଭିଯୋଗ ହୋଇଛି। ଟିକରପଙ୍ଗା ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ ଯେ ମାତ୍ର ୩ଟଙ୍କାର ମେଡିସିନରେ ଯେଉଁ ରୋଗ ଭଲ ହେଉଥିଲା ସେଥିପାଇଁ ୧୦୦ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଫଳରେ ଟିକରପଙ୍ଗାରେ ସ୍ବାସ୍ଥ୍ୟ ସେବା ବ୍ୟୟ ବହୁଳ ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ମେଡିକାଲକୁ କାର୍ଯ୍ଯକ୍ଷମ କରିବାକୁ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର