ହଳଦୀ ପତ୍ର ଯୋଗାଉଛି ହଳଦୀ ଚାଷୀଙ୍କୁ ରୋଜଗାର, ପ୍ରଥମାଷ୍ଟମୀ ପାଇଁ ଟ୍ରକ୍‍ ଟ୍ରକ୍‍ ହଳଦୀ ପତ୍ର ବିକିଲେ କନ୍ଧମାଳର ଚାଷୀ

The Sakala Picture
Published On

ଫୁଲବାଣୀ: ହଳଦୀ ପାଇଁ କନ୍ଧମାଳର ସ୍ୱତନ୍ତ୍ର ପରିଚୟ ରହିଛି। ଜିଲ୍ଲାର ଲକ୍ଷାଧିକ ଚାଷୀ ପରିବାର ଅଳ୍ପ ବହୁତେ ହଳଦୀ ଚାଷ କରନ୍ତି। ପାରମ୍ପରିକ ପ୍ରଣାଳୀରେ ଏବଂ ଜୈବିକ ଭାବେ ଏହି ହଳଦୀ ଚାଷ ହେତୁ କନ୍ଧମାଳ ହଳଦୀର ସ୍ୱତନ୍ତ୍ରତା ରହିଛି। ସେଥିପାଇଁ କନ୍ଧମାଳ ହଳଦୀକୁ ମିଳିଛି ଜିଆଇ(ଜୋଗ୍ରାଫିକାଲ ଇଣ୍ଡିକେସନ୍‍) ମାନ୍ୟତା। ଏହାରି ମଧ୍ୟରେ ଏବେ ହଳଦୀ ଗଛ ଶୁଖିବା କଥା ଏବଂ ମାସେ ପରେ ହେବ ଅମଳ। କିନ୍ତୁ ଲଗାଣ ବର୍ଷା ପାଗ ଯୋଗୁଁ ପତ୍ର ଶୁଖି […]

ଫୁଲବାଣୀ: ହଳଦୀ ପାଇଁ କନ୍ଧମାଳର ସ୍ୱତନ୍ତ୍ର ପରିଚୟ ରହିଛି। ଜିଲ୍ଲାର ଲକ୍ଷାଧିକ ଚାଷୀ ପରିବାର ଅଳ୍ପ ବହୁତେ ହଳଦୀ ଚାଷ କରନ୍ତି। ପାରମ୍ପରିକ ପ୍ରଣାଳୀରେ ଏବଂ ଜୈବିକ ଭାବେ ଏହି ହଳଦୀ ଚାଷ ହେତୁ କନ୍ଧମାଳ ହଳଦୀର ସ୍ୱତନ୍ତ୍ରତା ରହିଛି। ସେଥିପାଇଁ କନ୍ଧମାଳ ହଳଦୀକୁ ମିଳିଛି ଜିଆଇ(ଜୋଗ୍ରାଫିକାଲ ଇଣ୍ଡିକେସନ୍‍) ମାନ୍ୟତା। ଏହାରି ମଧ୍ୟରେ ଏବେ ହଳଦୀ ଗଛ ଶୁଖିବା କଥା ଏବଂ ମାସେ ପରେ ହେବ ଅମଳ। କିନ୍ତୁ ଲଗାଣ ବର୍ଷା ପାଗ ଯୋଗୁଁ ପତ୍ର ଶୁଖି ନାହିଁ। ଏହି ପତ୍ର ମଧ୍ୟ ହଳଦୀ ଚାଷୀଙ୍କୁ ଦେଉଛି ରୋଜଗାର। ଟନ୍‍ ଟନ୍‍ ହଳଦୀ ପତ୍ର ଟ୍ରକ୍‍ ମାନଙ୍କରେ ଜିଲ୍ଲାରୁ ଭୂବନେଶ୍ୱର,କଟକ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ବିକ୍ରି ପାଇଁ ଯାଉଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଗତ ସପ୍ତାହେ ଧରି ଜିଲ୍ଲାର ଦାରିଙ୍ଗବାଡି,ରାଇକିଆ ଅଞ୍ଚଳରୁ ପ୍ରାୟ ୩୦ରୁ ଅଧିକ ଟ୍ରକ ଲୋଡ୍‍ ହଳଦୀ ପତ୍ର ପଠେଇଲେଣି ଚାଷୀ। ଆଗକୁ ପ୍ରଥମାଷ୍ଟମୀ ଏବଂ ହଳଦୀ ପତ୍ରରେ ପ୍ରସ୍ତୁତ ହେଉଥିବା ଏଣ୍ଡୁରୀ ପିଠା ହିଁ ଏହି ପର୍ବର ସ୍ୱତନ୍ତ୍ରତା। ବିନା ହଳଦୀ ପତ୍ରରେ ଏଣ୍ଡୁରୀ ପିଠା ବିନା ପୂଜା ହୁଏନା। ହଳଦୀ ପତ୍ର ଆଚ୍ଛାଦିତ ଏଣ୍ଡୁରୀର ସ୍ୱାଦ ଓ ବାସ୍ନା ମଧ୍ୟ ନିଆରା। ସେଥିପାଇଁ ଜିଲ୍ଲାରୁ ଟ୍ରକ ଟ୍ରକ୍‍ ହଳଦୀ ପତ୍ର ଯାଉଛି ଏବଂ ହଳଦୀ ଚାଷୀ ମଧ୍ୟ ଉପକୃତ ହୋଇଛନ୍ତି, କିଛି ରୋଜଗାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ତେବେ ୧୦ଟି ପତ୍ର ବନ୍ଧା ବିଡା ବଜାରରେ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚାଷୀଙ୍କ ଠାରୁ ଶହେଟି ପତ୍ରର ବିଡାକୁ କୋଡିଏ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ। ଫଳରେ ଚାଷୀ କୋଡିଏ ଟଙ୍କା ପାଉଥିବା ବେଳେ ବ୍ୟବସାୟୀ ପାଉଛନ୍ତି ୨ ଶହ ଟଙ୍କା। ଏହା ସହିତ ଚାଷୀ ପତ୍ର ସଂଗ୍ରହ ଓ ବିଡା ପ୍ରସ୍ତୁତ ପାଇଁ ଅନେକ ପରିଶ୍ରମ ଓ ସମୟ ମଧ୍ୟ ଦେଉଛନ୍ତି। ତେବେ ଜିଲ୍ଲା ଯୋଗାଣ ଓ ମାର୍କେଟିଙ୍କ ସଂସ୍ଥା, ଓରମାସ୍‍ ସମେତ ଏସଏଚଜି ମହାସଂଘ ମାଧ୍ୟମରେ ଅନ୍ୟ ଜିଲ୍ଲା ସହିତ ସଂଯୋଗ କରି ସିଧାସଳଖ ହଳଦୀ ଚାଷୀଙ୍କ ଠାରୁ କିଣି ବିକ୍ରି କରିଥିଲେ ଚାଷୀ ଓ ମହିଳା ଏସଏଚଜି ଗ୍ରୁପ ମାନେ ଲାଭବାନ ହୋଇଥାନ୍ତେ ବୋଲି ଦାରିଙ୍ଗବାଡି ଅଞ୍ଚଳର ସମାଜସେବୀ କୈଳାଶ ଦଣ୍ଡପାଟ କହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

25 Nov 2021 By The Sakala

ହଳଦୀ ପତ୍ର ଯୋଗାଉଛି ହଳଦୀ ଚାଷୀଙ୍କୁ ରୋଜଗାର, ପ୍ରଥମାଷ୍ଟମୀ ପାଇଁ ଟ୍ରକ୍‍ ଟ୍ରକ୍‍ ହଳଦୀ ପତ୍ର ବିକିଲେ କନ୍ଧମାଳର ଚାଷୀ

ଫୁଲବାଣୀ: ହଳଦୀ ପାଇଁ କନ୍ଧମାଳର ସ୍ୱତନ୍ତ୍ର ପରିଚୟ ରହିଛି। ଜିଲ୍ଲାର ଲକ୍ଷାଧିକ ଚାଷୀ ପରିବାର ଅଳ୍ପ ବହୁତେ ହଳଦୀ ଚାଷ କରନ୍ତି। ପାରମ୍ପରିକ ପ୍ରଣାଳୀରେ ଏବଂ ଜୈବିକ ଭାବେ ଏହି ହଳଦୀ ଚାଷ ହେତୁ କନ୍ଧମାଳ ହଳଦୀର ସ୍ୱତନ୍ତ୍ରତା ରହିଛି। ସେଥିପାଇଁ କନ୍ଧମାଳ ହଳଦୀକୁ ମିଳିଛି ଜିଆଇ(ଜୋଗ୍ରାଫିକାଲ ଇଣ୍ଡିକେସନ୍‍) ମାନ୍ୟତା। ଏହାରି ମଧ୍ୟରେ ଏବେ ହଳଦୀ ଗଛ ଶୁଖିବା କଥା ଏବଂ ମାସେ ପରେ ହେବ ଅମଳ। କିନ୍ତୁ ଲଗାଣ ବର୍ଷା ପାଗ ଯୋଗୁଁ ପତ୍ର ଶୁଖି ନାହିଁ। ଏହି ପତ୍ର ମଧ୍ୟ ହଳଦୀ ଚାଷୀଙ୍କୁ ଦେଉଛି ରୋଜଗାର। ଟନ୍‍ ଟନ୍‍ ହଳଦୀ ପତ୍ର ଟ୍ରକ୍‍ ମାନଙ୍କରେ ଜିଲ୍ଲାରୁ ଭୂବନେଶ୍ୱର,କଟକ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ବିକ୍ରି ପାଇଁ ଯାଉଛି।

ଗତ ସପ୍ତାହେ ଧରି ଜିଲ୍ଲାର ଦାରିଙ୍ଗବାଡି,ରାଇକିଆ ଅଞ୍ଚଳରୁ ପ୍ରାୟ ୩୦ରୁ ଅଧିକ ଟ୍ରକ ଲୋଡ୍‍ ହଳଦୀ ପତ୍ର ପଠେଇଲେଣି ଚାଷୀ। ଆଗକୁ ପ୍ରଥମାଷ୍ଟମୀ ଏବଂ ହଳଦୀ ପତ୍ରରେ ପ୍ରସ୍ତୁତ ହେଉଥିବା ଏଣ୍ଡୁରୀ ପିଠା ହିଁ ଏହି ପର୍ବର ସ୍ୱତନ୍ତ୍ରତା। ବିନା ହଳଦୀ ପତ୍ରରେ ଏଣ୍ଡୁରୀ ପିଠା ବିନା ପୂଜା ହୁଏନା। ହଳଦୀ ପତ୍ର ଆଚ୍ଛାଦିତ ଏଣ୍ଡୁରୀର ସ୍ୱାଦ ଓ ବାସ୍ନା ମଧ୍ୟ ନିଆରା। ସେଥିପାଇଁ ଜିଲ୍ଲାରୁ ଟ୍ରକ ଟ୍ରକ୍‍ ହଳଦୀ ପତ୍ର ଯାଉଛି ଏବଂ ହଳଦୀ ଚାଷୀ ମଧ୍ୟ ଉପକୃତ ହୋଇଛନ୍ତି, କିଛି ରୋଜଗାର କରିଛନ୍ତି।

ତେବେ ୧୦ଟି ପତ୍ର ବନ୍ଧା ବିଡା ବଜାରରେ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚାଷୀଙ୍କ ଠାରୁ ଶହେଟି ପତ୍ରର ବିଡାକୁ କୋଡିଏ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ। ଫଳରେ ଚାଷୀ କୋଡିଏ ଟଙ୍କା ପାଉଥିବା ବେଳେ ବ୍ୟବସାୟୀ ପାଉଛନ୍ତି ୨ ଶହ ଟଙ୍କା। ଏହା ସହିତ ଚାଷୀ ପତ୍ର ସଂଗ୍ରହ ଓ ବିଡା ପ୍ରସ୍ତୁତ ପାଇଁ ଅନେକ ପରିଶ୍ରମ ଓ ସମୟ ମଧ୍ୟ ଦେଉଛନ୍ତି। ତେବେ ଜିଲ୍ଲା ଯୋଗାଣ ଓ ମାର୍କେଟିଙ୍କ ସଂସ୍ଥା, ଓରମାସ୍‍ ସମେତ ଏସଏଚଜି ମହାସଂଘ ମାଧ୍ୟମରେ ଅନ୍ୟ ଜିଲ୍ଲା ସହିତ ସଂଯୋଗ କରି ସିଧାସଳଖ ହଳଦୀ ଚାଷୀଙ୍କ ଠାରୁ କିଣି ବିକ୍ରି କରିଥିଲେ ଚାଷୀ ଓ ମହିଳା ଏସଏଚଜି ଗ୍ରୁପ ମାନେ ଲାଭବାନ ହୋଇଥାନ୍ତେ ବୋଲି ଦାରିଙ୍ଗବାଡି ଅଞ୍ଚଳର ସମାଜସେବୀ କୈଳାଶ ଦଣ୍ଡପାଟ କହିଛନ୍ତି।

https://www.thesakala.in/latest-odisha-news/kandhamal/turmeric-haladi-leavesa-boon-to-farmershigh-demand-for-prathamasthami/article-7143
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର