ଖରା ବଢିଲେ ଖୋଜାପଡ଼େ ମାଟି ହାଣ୍ଡି ଓ ମାଠିଆ

The Sakala Picture
Published On

କଂଟାମାଲ: ପାରମ୍ପରିକ ଖାଦ୍ୟ, ବସ୍ତ୍ର, ଔଷଧ, ଘରକରଣା ସାମଗ୍ରୀ, ନିତ୍ୟ ବ୍ୟବହାର୍ଯ୍ଯ ଜିନିଷର ଚାହିଦା ଏବେ ବି କମିନାହିଁ। କିନ୍ତୁ ଲୋକେ ଏହାକୁ ଋତୁ ଅନୁସାରେ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଏବେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ଦିନକୁ ଦିନ ବଢୁଛି ତାତି। ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଡେଇଁଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଜନସାଧାରଣ ପ୍ରବଳ ଗରମରେ ଶୀତଳ ପାନୀୟ ଜଳ ପାଇଁ ଫ୍ରିଜ୍ ଓ ୱାଟର୍ ଚିଲର୍ ଉପରେ […]

କଂଟାମାଲ: ପାରମ୍ପରିକ ଖାଦ୍ୟ, ବସ୍ତ୍ର, ଔଷଧ, ଘରକରଣା ସାମଗ୍ରୀ, ନିତ୍ୟ ବ୍ୟବହାର୍ଯ୍ଯ ଜିନିଷର ଚାହିଦା ଏବେ ବି କମିନାହିଁ। କିନ୍ତୁ ଲୋକେ ଏହାକୁ ଋତୁ ଅନୁସାରେ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଏବେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ଦିନକୁ ଦିନ ବଢୁଛି ତାତି। ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଡେଇଁଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଜନସାଧାରଣ ପ୍ରବଳ ଗରମରେ ଶୀତଳ ପାନୀୟ ଜଳ ପାଇଁ ଫ୍ରିଜ୍ ଓ ୱାଟର୍ ଚିଲର୍ ଉପରେ ନିର୍ଭର କରୁଥିବା ବେଳେ ସହରର ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ପାରମ୍ପାରିକ ମାଟି ପାତ୍ର ଉପରେ ନିର୍ଭର କରୁଛନ୍ତି। ତେଣୁ ବିଭିନ୍ନ ସହରରେ ମାଟିରେ ନିର୍ମିତ ସୁରେଇ ଓ ମାଠିଆ ଆଦି ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଗେଷ୍ଟ ହାଉସ ଭିତରେ ପଶି ଖେଳିଲେ ରକ୍ତର ହୋଲି

ସେହିଭଳି ବୌଦ୍ଧ ଜିଲ୍ଲା କଂଟାମାଲ ଅଞ୍ଚଳରେ ମଧ୍ୟ ଖରା ଦିନେ ମାଟି ତିଆରି ମାଠିଆ ଓ ହାଣ୍ଡିର ଚାହିଦା ବଢୁଛି। କଂଟାମାଲ ବ୍ଲକର ବିଭିନ୍ନ ହାଟ ଯଥା ପଲସାଗୋରା, କଂଟାମାଲ, ବିଳାଶପୁର, ଖୁଣ୍ଟିଗୋରା, ବରଗାଁ ସାପ୍ତାହିକ ହାଟରେ ମାଟି ତିଆରି ମାଠିଆ ଓ ହାଣ୍ଡି ବେଶ ବିକ୍ରୀ ହେଉଛି।ଏବେ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥିତରେ ଲୋକେ ମାଠିଆ ପାଣି ପିଇବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ ହାଣ୍ଡିରେ ରନ୍ଧା ପଖାଳ ଭାତ ଖାଇବାକୁ ପସନ୍ଦ କରୁଛନ୍ତି।ସାଧାରଣତଃ ଧନୀ ଶ୍ରେଣୀର ଲୋକେ ଲୋକେ ଫ୍ରିଜ ପାଣି ପିଉଥିବା ବେଳେ ଗରିବଙ୍କ ସାହାରା ହୋଇଛି ମାଟି ତିଆରି ହାଣ୍ଡି ଓ ମାଠିଆ। ତେଣୁ କଂଟାମାଲ ଅଞ୍ଚଳରେ ଲୋକେ ମାଟି ପାତ୍ର ଜିନିଷ କିଣି ରଖିବା ସହିତ ବ୍ୟବହାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଉ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ୍‌ ନାଚିବି; ଜାମିନ ମିଳିବା ପରେ କହିଲେ ନିଶା ମହାରଣା

ମାଟି ହାଣ୍ଡି କିମ୍ବା ମାଠିଆ ଯେତେ ସହଜରେ ମିଳିଯାଏ ଏହାକୁ ତିଆରି କରିବା ସେତେ ସହଜ ନୁହେଁ। ବହୁ କଷ୍ଟରେ ସ୍ଥାନୀୟ କୁମ୍ଭକାରମାନେ ଗ୍ରୀଷ୍ମଋତୁରେ ମାଟିରେ ସୁରେଇ, ମାଠିଆ, ଜଗ୍, ଗ୍ଲାସ ଆଦି ପ୍ରସ୍ତୁତ କରିଥାନ୍ତି।

ଆହୁରି ପଢ଼ନ୍ତୁ: ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ପ୍ରଥମେ ଚିକିଟା ମାଟିକୁ ସ୍ୱଳ୍ପ ବାଲି ମିଶାଇ ଚକଟାଯାଇ ପାଗ କରାଯାଏ। ତା’ପରେ କୁମ୍ଭାର ଚକରେ ମାଟି ପିଣ୍ଡୁଳାକୁ ଥୋଇ ବିଭିନ୍ନ ଆକୃତିର ସାମଗ୍ରୀ ପ୍ରସ୍ତୁତ କରିଥାଏ। ଏହାପରେ ପ୍ରସ୍ତୁତ ହୋଇଥିବା କଞ୍ଚା ମାଟିର ପାତ୍ରକୁ ଭାଟିରେ ରଖାଯାଇ କାଠ ଦ୍ୱାରା ପୋଡ଼ାଯାଇ ବିଭିନ୍ନ ସାମଗ୍ରୀ ତିଆରି କରାଯାଇଥାଏ। ପୋଡ଼ା ମାଟି ପାତ୍ରରେ ଜଳ ରଖିଲେ ତାହା ବିଶୁଦ୍ଧ ହୋଇଥାଏ ଏବଂ ଥଣ୍ଡା ମଧ୍ୟ ରହିଥାଏ। ଖରାଦିନେ ମାଟି ପାତ୍ରରେ ପାଣି ପିଇବା ଚାହିଦା ସେଥିଲାଗି ବୃଦ୍ଧି ପାଇଛି। ତେଣୁ ଜନସାଧାରଣ ମାଠିଆ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp