ବନ୍ଧୁକ ଧରି ଯାଉଥିଲେ ଯୁବକ, ହାତରେ ଗୁଳି ଫୁଟି ଛିଣ୍ଡିଗଲା ପାପୁଲି

The Sakala Picture
Published On

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବନ୍ଧୁକ ଜବତ କରିଛି। ସୂଚନାନୁଯାୟୀ, କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ା ଗ୍ରାମର ଏଲିଅ ପ୍ରଧାନ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପେତରବାଡ଼ି ଗ୍ରାମକୁ କୌଣସି କାମରେ ଯାଇଥିଲେ। ସାଙ୍ଗରେ ଗୁଳି ଭର୍ତ୍ତି ହୋଇଥିବା ଏକ ଦେଶୀ ବନ୍ଧୁକ ଧରି ଯାଉଥିଲେ। ହେଲେ ବଜାର ଠାରୁ […]

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବନ୍ଧୁକ ଜବତ କରିଛି।

ସୂଚନାନୁଯାୟୀ, କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ା ଗ୍ରାମର ଏଲିଅ ପ୍ରଧାନ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପେତରବାଡ଼ି ଗ୍ରାମକୁ କୌଣସି କାମରେ ଯାଇଥିଲେ। ସାଙ୍ଗରେ ଗୁଳି ଭର୍ତ୍ତି ହୋଇଥିବା ଏକ ଦେଶୀ ବନ୍ଧୁକ ଧରି ଯାଉଥିଲେ। ହେଲେ ବଜାର ଠାରୁ ୫୦ ମିଟର ଦୂରରେ ଯୁବକଙ୍କ ହାତରେ ଗୁଳି ଫୁଟିଯାଇଥିଲା। ଫଳରେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଥିଲା। ଏହାପରେ ଯୁବକ ଜଣଙ୍କ ବନ୍ଧୁକକୁ ଫୋପାଡ଼ି ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଥାନା ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

07 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର