ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଶ୍ରୀମନ୍ଦିର ପ୍ରରିକ୍ରମା ଯୋଜନା ପାଇଁ ୧ କୋଟି ଟଙ୍କା ପ୍ରଦାନ କଲା କଳିଙ୍ଗ କମର୍ସିଆଲ୍

The Sakala Picture
Published On

ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧ କୋଟି ଟଙ୍କା ପ୍ରଦାନ କରିଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୌମ୍ୟ ରଞ୍ଜନ ସାମଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି । ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ […]

ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧ କୋଟି ଟଙ୍କା ପ୍ରଦାନ କରିଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୌମ୍ୟ ରଞ୍ଜନ ସାମଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । କହିଥିଲେ- ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ୟ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିରେ ଅନୁପ୍ରାଣିତ ହୋଇ କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ୍ ଅର୍ଥ ଦେଇଛି ।

ଆହୁରି ପଢ଼ନ୍ତୁ: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା, ୨୪ ତାରିଖ ଯାଏଁ ଜାରି ରହିବ ଏପରି ସ୍ଥିତି

କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡର ନିର୍ଦ୍ଦେଶକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପ୍ରଭୁଙ୍କ ଦର୍ଶନ ଓ ସମ୍ଭାବ୍ୟ ସୁବିଧା ସୁଯୋଗ ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହି ସହାୟତା ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସେ ଧନ୍ୟ ମନେ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ହଜିଗଲା ମାନବିକତା: ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ

18 Mar 2021 By The Sakala

ଶ୍ରୀମନ୍ଦିର ପ୍ରରିକ୍ରମା ଯୋଜନା ପାଇଁ ୧ କୋଟି ଟଙ୍କା ପ୍ରଦାନ କଲା କଳିଙ୍ଗ କମର୍ସିଆଲ୍

ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧ କୋଟି ଟଙ୍କା ପ୍ରଦାନ କରିଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୌମ୍ୟ ରଞ୍ଜନ ସାମଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି ।

ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । କହିଥିଲେ- ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ୟ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିରେ ଅନୁପ୍ରାଣିତ ହୋଇ କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ୍ ଅର୍ଥ ଦେଇଛି ।

କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡର ନିର୍ଦ୍ଦେଶକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପ୍ରଭୁଙ୍କ ଦର୍ଶନ ଓ ସମ୍ଭାବ୍ୟ ସୁବିଧା ସୁଯୋଗ ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହି ସହାୟତା ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସେ ଧନ୍ୟ ମନେ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର