ପରିବାର ଆଗରେ ଧରାପଡ଼ିଗଲା ପ୍ରେମ ସମ୍ପର୍କ; ବିଷ ପିଇ ଭିଣୋଇ ମୃତ, ଶାଳୀ ଗୁରୁତର
କୋକସରା: ଲୁଚାଛପାରେ ଚାଲିଥିଲା ପ୍ରେମ। ପରିବାର ଲୋକ ଏ ବିଷୟରେ ଜାଣିନେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଶାଳୀ-ଭିଣୋଇ। ହେଲେ ପ୍ରେମିକ ଭିଣୋଇ ଆଗ ଆଖି ବୁଜିଦେଇଥିବା ବେଳେ ଗୁରୁତର ଅବସ୍ଥାରେ ଶାଳୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ପଲସପାଣି ଗ୍ରାମରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ଗ୍ରାମର ତୁଳସିରାମ ନାଏକଙ୍କର ଛତିଶଗଡ଼ ଦହିଗାଁସ୍ଥିତ ଶାଳୀ ସୁନିତା ବୋଡକିଆଙ୍କ ସହ ଦୀର୍ଘ ବର୍ଷ ହେବ […]
କୋକସରା: ଲୁଚାଛପାରେ ଚାଲିଥିଲା ପ୍ରେମ। ପରିବାର ଲୋକ ଏ ବିଷୟରେ ଜାଣିନେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଶାଳୀ-ଭିଣୋଇ। ହେଲେ ପ୍ରେମିକ ଭିଣୋଇ ଆଗ ଆଖି ବୁଜିଦେଇଥିବା ବେଳେ ଗୁରୁତର ଅବସ୍ଥାରେ ଶାଳୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ପଲସପାଣି ଗ୍ରାମରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ଗ୍ରାମର ତୁଳସିରାମ ନାଏକଙ୍କର ଛତିଶଗଡ଼ ଦହିଗାଁସ୍ଥିତ ଶାଳୀ ସୁନିତା ବୋଡକିଆଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଶାଳୀ-ଭିଣୋଇ ବିବାହିତ ଥିଲେ ହେଁ ଗତ ମଙ୍ଗଳବାର ରାତିରେ ସେମାନେ ଫେରାର୍ ହୋଇ ଯାଇଥିଲେ। ଏନେଇ ଉଭୟ ପରିବାର ଲୋକେ ଗୁରୁବାର ଏକ ବୈଠକ କରି ଉଭୟଙ୍କୁ ଡକାଇ ସମାଧାନର ରାସ୍ତା ଖୋଜୁଥିଲେ। କିନ୍ତୁ ଉଭୟ ଶାଳୀ ଓ ଭିଣୋଇ ଆପୋଷ କଥାବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ପିଇ ଦେଇଥିଲେ।