କଳାହାଣ୍ଡିର ବୀର ବାଦ୍ୟ ‘ଘୁମୁରା’, ଶତ୍ରୁ ସୈନ୍ୟଙ୍କ ମନରେ ଭୟ ସୃଷ୍ଟି କରୁଥିଲା ଏହାର ଧ୍ୱନି

The Sakala Picture
Published On

କୋକସରା( ଜଗଦୀଶ ନାଏକ): ଉଭୟ ଯୁଦ୍ଧ ବାଦ୍ୟ ଓ ମନୋରଞ୍ଜନ ନିମନ୍ତେ ବ୍ୟବହାର ହେଉଥିବା କଳାହାଣ୍ଡିର ବୀର ବାଦ୍ୟ ‘ଘୁମୁରା’ ଏକ ଅନନ୍ୟ ଭାରତୀୟ ଲୋକନୃତ୍ୟ। ଘୁମୁରାର ହୃଦ କମ୍ପନକାରୀ ଧ୍ୱନି ଶତ୍ରୁ ସୈନ୍ୟଙ୍କ ମନରେ ଭୟ ସୃଷ୍ଟି କରୁଥିଲା। ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା। କେଉଁ ଏକ ଆବାହମାନ କାଳରୁ ଘୁମୁରା କଳାହାଣ୍ଡିର ଯୁଦ୍ଧ ବାଦ୍ୟ ଭାବେ ବ୍ୟବହୃତ ହୋଇଆସୁଛି। କଳାହାଣ୍ଡିର ଲୋକ ପ୍ରଦର୍ଶନ […]

କୋକସରା( ଜଗଦୀଶ ନାଏକ): ଉଭୟ ଯୁଦ୍ଧ ବାଦ୍ୟ ଓ ମନୋରଞ୍ଜନ ନିମନ୍ତେ ବ୍ୟବହାର ହେଉଥିବା କଳାହାଣ୍ଡିର ବୀର ବାଦ୍ୟ ‘ଘୁମୁରା’ ଏକ ଅନନ୍ୟ ଭାରତୀୟ ଲୋକନୃତ୍ୟ। ଘୁମୁରାର ହୃଦ କମ୍ପନକାରୀ ଧ୍ୱନି ଶତ୍ରୁ ସୈନ୍ୟଙ୍କ ମନରେ ଭୟ ସୃଷ୍ଟି କରୁଥିଲା। ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

କେଉଁ ଏକ ଆବାହମାନ କାଳରୁ ଘୁମୁରା କଳାହାଣ୍ଡିର ଯୁଦ୍ଧ ବାଦ୍ୟ ଭାବେ ବ୍ୟବହୃତ ହୋଇଆସୁଛି। କଳାହାଣ୍ଡିର ଲୋକ ପ୍ରଦର୍ଶନ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଘୁମୁରା ନୃତ୍ୟର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରୁ କଳାହାଣ୍ଡିର ବୀର ବାଦ୍ୟ ଭାବେ ଏହା ବ୍ୟବହୃତ ହୋଇ ଆସୁଛି। ଘୁମୁରା ପାରମ୍ପରିକ ଭାବେ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା। ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା। ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ନୃତ୍ୟ ଓ ବାଦ୍ୟ ପରିବେଷଣ ମଧ୍ୟ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଘୁମୁରା ବାଦ୍ୟ ମାଟି ନିର୍ମିତ ଲମ୍ୱା ବେକ ଥିବା ମାଠିଆ ଆକୃତିର ଓ ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ। ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ। ଏହାକୁ ଦଳଗତ ଭାବେ ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ। ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ। ନୂଆଖାଇ ସରିବା ପରେ ନର୍ତ୍ତକ ଦଳ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି। ପଳରେ ଏହା ବର୍ତ୍ତମାନ ରଣବାଦ୍ୟରୁ ଗଣବାଦ୍ୟ ରୂପେ ପରିଣତ ହୋଇଛି। ଘୁମୁରା କଳାହାଣ୍ଡିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ପୂର୍ବେ କଳାହାଣ୍ଡିର ପ୍ରାୟ ପ୍ରତ୍ୟେକ ଗାଁରେ ଘୁମୁରା ଦଳ ରହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଏହି ନୃତ୍ୟ ପ୍ରତି କଳାକାରମାନେ ମୁହଁ ଫେରାଇ ନେଉଛନ୍ତି, ଯାହାକି କଳାହାଣ୍ଡି ପାଇଁ ସବୁଠାରୁ ଚିନ୍ତାର କାରଣ ହୋଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

27 Aug 2023 By The Sakala

କଳାହାଣ୍ଡିର ବୀର ବାଦ୍ୟ ‘ଘୁମୁରା’, ଶତ୍ରୁ ସୈନ୍ୟଙ୍କ ମନରେ ଭୟ ସୃଷ୍ଟି କରୁଥିଲା ଏହାର ଧ୍ୱନି

କୋକସରା( ଜଗଦୀଶ ନାଏକ): ଉଭୟ ଯୁଦ୍ଧ ବାଦ୍ୟ ଓ ମନୋରଞ୍ଜନ ନିମନ୍ତେ ବ୍ୟବହାର ହେଉଥିବା କଳାହାଣ୍ଡିର ବୀର ବାଦ୍ୟ ‘ଘୁମୁରା’ ଏକ ଅନନ୍ୟ ଭାରତୀୟ ଲୋକନୃତ୍ୟ। ଘୁମୁରାର ହୃଦ କମ୍ପନକାରୀ ଧ୍ୱନି ଶତ୍ରୁ ସୈନ୍ୟଙ୍କ ମନରେ ଭୟ ସୃଷ୍ଟି କରୁଥିଲା। ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା।

କେଉଁ ଏକ ଆବାହମାନ କାଳରୁ ଘୁମୁରା କଳାହାଣ୍ଡିର ଯୁଦ୍ଧ ବାଦ୍ୟ ଭାବେ ବ୍ୟବହୃତ ହୋଇଆସୁଛି। କଳାହାଣ୍ଡିର ଲୋକ ପ୍ରଦର୍ଶନ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଘୁମୁରା ନୃତ୍ୟର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରୁ କଳାହାଣ୍ଡିର ବୀର ବାଦ୍ୟ ଭାବେ ଏହା ବ୍ୟବହୃତ ହୋଇ ଆସୁଛି। ଘୁମୁରା ପାରମ୍ପରିକ ଭାବେ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା। ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା। ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ନୃତ୍ୟ ଓ ବାଦ୍ୟ ପରିବେଷଣ ମଧ୍ୟ କରାଯାଉଥିଲା।

ଘୁମୁରା ବାଦ୍ୟ ମାଟି ନିର୍ମିତ ଲମ୍ୱା ବେକ ଥିବା ମାଠିଆ ଆକୃତିର ଓ ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ। ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ। ଏହାକୁ ଦଳଗତ ଭାବେ ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ। ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ। ନୂଆଖାଇ ସରିବା ପରେ ନର୍ତ୍ତକ ଦଳ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି। ପଳରେ ଏହା ବର୍ତ୍ତମାନ ରଣବାଦ୍ୟରୁ ଗଣବାଦ୍ୟ ରୂପେ ପରିଣତ ହୋଇଛି। ଘୁମୁରା କଳାହାଣ୍ଡିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ପୂର୍ବେ କଳାହାଣ୍ଡିର ପ୍ରାୟ ପ୍ରତ୍ୟେକ ଗାଁରେ ଘୁମୁରା ଦଳ ରହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଏହି ନୃତ୍ୟ ପ୍ରତି କଳାକାରମାନେ ମୁହଁ ଫେରାଇ ନେଉଛନ୍ତି, ଯାହାକି କଳାହାଣ୍ଡି ପାଇଁ ସବୁଠାରୁ ଚିନ୍ତାର କାରଣ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp