ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଳାହାଣ୍ଡି: ପ୍ରେମ ପାଇଁ ପୁଣି ଆତ୍ମହତ୍ୟା ! ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କିର୍କାକାନି କେନାଲ ହୁଡା ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକ ପାର୍ଥ ରାଉତ (୨୩)ଓ ଦିପା ନାଏକ (୧୬)ବର୍ଷ ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ରାତିରୁ କିରକାକାନୀ ଗ୍ରାମର ଦୁଇ ଜଣ […]
କଳାହାଣ୍ଡି: ପ୍ରେମ ପାଇଁ ପୁଣି ଆତ୍ମହତ୍ୟା ! ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କିର୍କାକାନି କେନାଲ ହୁଡା ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ମୃତକ ପାର୍ଥ ରାଉତ (୨୩)ଓ ଦିପା ନାଏକ (୧୬)ବର୍ଷ ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ରାତିରୁ କିରକାକାନୀ ଗ୍ରାମର ଦୁଇ ଜଣ ଯୁବକ ଯୁବତୀ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ଵେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା। ଆଜି ସକାଳୁ ଗାଁର କିଛି ଲୋକ ଦୁହିଁଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଦିପା ଗୋଲାମୁଣ୍ଡା ବ୍ଲକ ସୋଷିଆ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି । ପ୍ରେମ ସମ୍ପର୍କକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।






