କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ପାଷ୍ଟର

Madhusudan Das Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ପ୍ରାର୍ଥନା କରିବା ବାହାନାରେ ଜଣେ ଧର୍ମଯାଜକ ବା ପାଷ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଜିଲ୍ଲାର ପାଷ୍ଟୀକୁଡ଼ି ଅଞ୍ଚଳରେ ଘଟିଛି।

ଆହୁରି ପଢ଼ନ୍ତୁ: ହୋଟେଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ନାବାଳକ ଥାନାରେ ଅଟକ

ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୭ ତାରିଖ ଦିନ ଅଭିଯୁକ୍ତ ପାଷ୍ଟର ପୀଡ଼ିତା ଏବଂ ତାଙ୍କ ସ୍ୱାମୀଙ୍କୁ ପ୍ରାର୍ଥନା ମାଧ୍ୟମରେ ରୋଗ ଭଲ କରିଦେବା କହି ନିଜ ଘରକୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ପାଷ୍ଟର ଜଣକ କୌଶଳ କ୍ରମେ ମହିଳାଙ୍କ ସ୍ୱାମୀଙ୍କୁ ନିଶା ଦ୍ରବ୍ୟ ସେବନ କରାଇଥିଲେ। ସ୍ୱାମୀ ବେହୋସ ହୋଇଯିବା ପରେ, ସେ ଗର୍ଭବତୀ ମହିଳାଙ୍କୁ ଏକ ଭିନ୍ନ କୋଠରୀକୁ ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତି ସନ୍ଦେହ: ସ୍ୱାମୀ ସହ ଝଗଡା ପରେ ଫାର୍ମ ହାଉସରୁ ସ୍ତ୍ରୀର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏହି ଘଟଣା ପରେ ପୀଡ଼ିତା ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (କେସ୍ ନମ୍ବର ୩୩୫/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ (IIC) ଚିତ୍ରସେନ ପ୍ରଧାନୀ ସୂଚନା ଦେଇଛନ୍ତି ଯେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଇଥାନଲ ଯନ୍ତ୍ରଣା; ଗାଡ଼ି ଷ୍ଟାର୍ଟ ଓ ମାଇଲେଜରେ ଦେଖାଉଛି ଅସୁବିଧା, ମାସକରେ ଫସିଲା ୪୫୦୦ ଗାଡ଼ି

13 Aug 2026 By Madhusudan Das

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ପାଷ୍ଟର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ପ୍ରାର୍ଥନା କରିବା ବାହାନାରେ ଜଣେ ଧର୍ମଯାଜକ ବା ପାଷ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଜିଲ୍ଲାର ପାଷ୍ଟୀକୁଡ଼ି ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୭ ତାରିଖ ଦିନ ଅଭିଯୁକ୍ତ ପାଷ୍ଟର ପୀଡ଼ିତା ଏବଂ ତାଙ୍କ ସ୍ୱାମୀଙ୍କୁ ପ୍ରାର୍ଥନା ମାଧ୍ୟମରେ ରୋଗ ଭଲ କରିଦେବା କହି ନିଜ ଘରକୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ପାଷ୍ଟର ଜଣକ କୌଶଳ କ୍ରମେ ମହିଳାଙ୍କ ସ୍ୱାମୀଙ୍କୁ ନିଶା ଦ୍ରବ୍ୟ ସେବନ କରାଇଥିଲେ। ସ୍ୱାମୀ ବେହୋସ ହୋଇଯିବା ପରେ, ସେ ଗର୍ଭବତୀ ମହିଳାଙ୍କୁ ଏକ ଭିନ୍ନ କୋଠରୀକୁ ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ପୀଡ଼ିତା ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (କେସ୍ ନମ୍ବର ୩୩୫/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ (IIC) ଚିତ୍ରସେନ ପ୍ରଧାନୀ ସୂଚନା ଦେଇଛନ୍ତି ଯେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର