ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ଯ ହରାଇ ଗଛକୁ ପଟିଲା ବାଇକ୍‌ , ୩ମୃତ

The Sakala Picture
Published On

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ବାଇକ୍ ପିଟିହୋଇ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ଯୁ ଘଟିଛି।  ମୃତକଙ୍କ ହେଉଛନ୍ତି ମରିଆବନ୍ଧଲି ଗାଁର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ । ଅନ୍ୟ ଜଣେ ମୃତକ ହେଲେ ଚଞ୍ଜରାଭାଡ଼ି ଗାଁର ରାଜୁ ବଗର୍ତ୍ତୀ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଗୋଟିଏ ବାଇକରେ ଝାରବନ୍ଧରୁ […]

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ବାଇକ୍ ପିଟିହୋଇ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ଯୁ ଘଟିଛି।  ମୃତକଙ୍କ ହେଉଛନ୍ତି ମରିଆବନ୍ଧଲି ଗାଁର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ । ଅନ୍ୟ ଜଣେ ମୃତକ ହେଲେ ଚଞ୍ଜରାଭାଡ଼ି ଗାଁର ରାଜୁ ବଗର୍ତ୍ତୀ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଗୋଟିଏ ବାଇକରେ ଝାରବନ୍ଧରୁ ଜୁନାଗଡ଼ ଅଭିମୁଖେ ଯାଉଥିଲେ । ଏତିକିବଳେ ମୂର୍ଲାପଦର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଜୁନାଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

06 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର