କରୋନାରେ ଲୋକପ୍ରିୟ ଯାତ୍ରା ହାସ୍ଯ ଅଭିନେତା ଜଗା ରାଉତଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ବର: ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ କଳାକାର ତଥା ବରିଷ୍ଠ ହାସ୍ଯ ଅଭିନେତା ଜଗା ରାଉତଙ୍କ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ସେ ଯାତ୍ରା ଜଗତର ଜଣେ ଆଗ ଧାଡିର କମେଡିଆନ ଥିଲେ। ସାତ ସଙ୍ଖ, କୋଣାର୍କ ଓ କଳିଙ୍ଗ ଗଣନାଟ୍ୟରେ ସେ କାମ କରିଛନ୍ତି। ଯାତ୍ରା ଜଗତରେ ତାଙ୍କର ଦୀର୍ଘ ୬୨ […]

ଭୁବନେଶ୍ବର: ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ କଳାକାର ତଥା ବରିଷ୍ଠ ହାସ୍ଯ ଅଭିନେତା ଜଗା ରାଉତଙ୍କ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସେ ଯାତ୍ରା ଜଗତର ଜଣେ ଆଗ ଧାଡିର କମେଡିଆନ ଥିଲେ। ସାତ ସଙ୍ଖ, କୋଣାର୍କ ଓ କଳିଙ୍ଗ ଗଣନାଟ୍ୟରେ ସେ କାମ କରିଛନ୍ତି। ଯାତ୍ରା ଜଗତରେ ତାଙ୍କର ଦୀର୍ଘ ୬୨ ବର୍ଷର ଅବଦାନ ରହିଛି। ତାଙ୍କୁ ସମସ୍ତେ ସ୍ନେହରେ ଜଗା ମଉସା ବୋଲି ଡାକୁଥିଲେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଜଗା ରାଉତ ଯାତ୍ରା ଦର୍ଶକଙ୍କ ମଧ୍ୟରେ ଏକ ପରିଚିତ ନାଁ ଥିଲେ। ଜିଭ ଅଗରେ ଅସଜଡ଼ କଥା କହି ହସିହସି ବେଦମ କରାଉଥିଲେ ଜଗା ମଉସା। ଦିନେ ଯାତ୍ରା ପାଇଁ ଜଗାଙ୍କୁ ଛାଡ଼ିବାକୁ ପଡ଼ିଥିଲା ନିଜ ପୈତୃକ ଘର। ଯାତ୍ରାରେ ଅଭିନୟର ନିଶା ଏତେ ଘାରିଲା ଯେ ସବୁ କିଛି ଛାଡ଼ି ପଳାଇ ଆସିଥିଲେ। ୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ। ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଥିଲେ। ସଂପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର