ବୋମା ଖାଇ ହାତୀ ମୃତ୍ୟୁ ପରେ ବନ ବିଭାଗର ତତ୍ପରତା: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା 'ଜୀବେ ଦୟା' ଅପରେସନ
ଅନୁଗୁଳ: ଆରମ୍ଭ ହେଲା ବନ ବିଭାଗର ଅପରେସନ୍ 'ଜୀବେ ଦୟା' । ଅନୁଗୁଳରେ ବୋମା ଖାଇ ହାତୀ ମୃତ୍ୟୁ ପରେ ବନ ବିଭାଗର ତତ୍ପରତା ପ୍ରକାଶ ପାଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା 'ଜୀବେ ଦୟା' ଅପରେସନ । ଅନୁଗୁଳ ବନ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ, ଢେଙ୍କାନାଳ, କଟକ ଜିଲ୍ଲାରେ ଚାଲିଛି କୁମ୍ବିଂ ଅପରେସନ । RCCF ଡକ୍ଟର ସଞ୍ଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବନମଣ୍ଡଳର ୭ଟି ଯାକ ବନଖଣ୍ଡରେ ଏକକାଳୀନ ସର୍ଚ୍ଚ ଅପରେସନ ଛାଲିଛି । ଶିକାରୀ ମୁକ୍ତ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଅପରେସନ । ଗାଁ ଗାଁରେ ଘର ଘର ବୁଲି ଯାଞ୍ଚ କରୁଛି ବନ ବିଭାଗ । ଅପରେସନ ଜୀବେ ଦୟାର ପ୍ରଥମ ଦିନ ଚଢାଉ ବେଳେ ବନ ବିଭାଗ ଜବତ କରିଛି ବ୍ୟାପକ ବିସ୍ଫୋରକ, ବନ୍ଧୁକ । ଅନୁଗୋଳ ଜରପଡା ରେଞ୍ଜ ଅଧୀନରୁ ୮ଟି ହରିଣ ସିଙ୍ଗ, ଶିକାରୀ ସାମଗ୍ରୀ, ଫାସ, ଟାଙ୍ଗିଆ, ଲାଇଟ ସହ ବିସ୍ପୋରକ ଓ ଦୁଇଟି ବନ୍ଧୁକ ଜବତ କରିଛି ।





