ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଗକୁ ବଢୁଛି ଓଡିଶା: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁସ୍ଥ ଓଡିଶା, ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟବାସୀଙ୍କୁ […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ନାବିକ ସାର୍ଥକ: ୫ ଦିନ ପରେ ବି ମିଳିଲାନି ପତ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁସ୍ଥ ଓଡିଶା, ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମେ ନୂଆ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ହସ୍‌ପିଟାଲ ଗୁଡିକର ଉନ୍ନତିକରଣ କରୁଛୁ । ଏବଂ ଶହ ଶହ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ବଡ ରୂପାନ୍ତର ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଯୋଜନାରେ ପ୍ରତି ମାସରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ଏହା ସହିତ ଧନୀ, ଗରିବ ସମସ୍ତଙ୍କୁ ସରକାରୀ ହସ୍‌ପିଟାଲରେ ବିନା ପଇସାରେ ଚିକିତ୍ସା ସୁବିଧା ମିଳୁଛି।

ଆହୁରି ପଢ଼ନ୍ତୁ: ୧୨ ବର୍ଷିୟା ନାବାଳିକାର ଜୀବନ ନେଇଗଲା ଉକୁଣୀ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିକାଶର ଏକ ସୂଚକ। ସେଥିପାଇଁ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ସରକାରଙ୍କ ସହିତ ଏଥିରେ ଘରୋଇ କ୍ଷେତ୍ର ଯୋଡି ହେବା ଖୁସିର କଥା। ସମସ୍ତଙ୍କ ସହଯୋଗରେ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟିକା ଦୀପାଳୀ ଦାସ, ଝାରସୁଗୁଡା ଜିଲ୍ଲପାଳ ଓ ବେଦାନ୍ତର ସଇଓ ପ୍ରମୂଖ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp